କିରୋସିନ୍ କଳାବଜାରୀ ଓ ଅପମିଶ୍ରଣକୁ ପ୍ରୋତ୍ସାହନ ଦେଇ ମନ୍ତ୍ରୀ ମାନେ ରାଜ୍ୟର ଟିକସକୁ କମ କରୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

17757284_1319359601480949_2146684322053461892_n
• ହିତାଧିକାରୀ ତାଲିକା ସରକାର ପ୍ରକାଶ କରି ନାହାନ୍ତି
• ସ୍ୱଚ୍ଛ ଇନ୍ଧନ ବ୍ୟବହାର ନ କରିବା କାରଣରୁ ମହିଳା ମାନେ ରୋଗର ଶୀକାର
ହେଉଛନ୍ତି,ଏଥିରୁ ମୁକ୍ତି ଦରକାର
• ରାଜ୍ୟ କିରୋସିନ କୋଟା କମାଇଲେ ସେ ବାବଦର ଅର୍ଥ ବିକାଶ କାମରେ ଖର୍ଚ କରିବା ପାଇଁ
ରାଜ୍ୟକୁ ଅତିରିକ୍ତ ଅର୍ଥ ଦେବାକୁ ପ୍ରତିଶ୍ରୁତି ଦେଇଛି କେନ୍ଦ୍ର
ଗରୀବ ଲୋକଙ୍କୁ ରିହାତି କିରୋସିନ ଯୋଗାଣ ମାମଲାରେ ମତ ରଖି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ କିରୋସିନ କଳାବଜାରୀ ଓ ଅପମିଶ୍ରଣ କରାଯାଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯଦି ରିହାତିରେ ମିଳୁଥିବା କିରୋସିନ କଳାବଜାରୀ ହୁଏ ବା ଅପ ମିଶ୍ରଣ ହୁଏ ତା
ହେଲେ ଡିଜେଲ ,ପେଟ୍ରୋଲ ବିକ୍ରୀ କମ ହେବ । ଏହା ଦ୍ୱାରା ରାଜ୍ୟର ଟିକସ କମିବ । ଯଦି ଓଡିଶା ସରକାରର ମନ୍ତ୍ରୀ ମାନେ ରାଜ୍ୟ ସରକାରଙ୍କ ଟିକସ କମାଇବା ପାଇଁ ପ୍ରସ୍ତୁତ ସେ କିଛି କହି ପାରିବେ ନାହିଁ ବୋଲି କିରୋସିନ ବିବାଦ ସମ୍ବନ୍ଧିତ ଗଣମାଧ୍ୟମର ପ୍ରଶ୍ନର ଉତରେ ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଟାମୋଟି ଓଡିଶାରେ ଏକ କୋଟି ଘର ଅଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଓଡିଶାକୁ ୨.୪୮ ଲକ୍ଷ କିଲୋ ଲିଟର କିରୋସିନ ଯୋଗାଇ ଦିଆ ଯିବ । ଘର ପିଛା ଏହା ୨୪ ଲିଟର ହେଉଛି । ଓଡିଶା ତୁଳନାରେ ରାଷ୍ଟ୍ରୀୟ ହାର କମ ଅଛି ଓ ଏହା ୧୯ ଲିଟର ବୋଲି ସେ କହିଛନ୍ତି । ରାଜ୍ୟ ସରକାର କିରୋସିନ ମାମଲାରେ ସମାନ ତଥ୍ୟ ମଧ୍ୟ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମାତ୍ର ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସମସ୍ତ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି ବୋଲି ସରକାର ଦାବି କରିଛନ୍ତି । ଖାଦ୍ୟ ସୁରକ୍ଷା ତାଲିକା ଓଡିଶାରେ ମୂଳରୁ ବିବାଦରେ ରହିଛି । ନିର୍ଭୁଲ ତାଲିକା ସରକାରଙ୍କ ପାଖରେ ଆଜି ବି ନାହିଁ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ରାଜ୍ୟ କହି ଦିଅନ୍ତୁ ଯେ ମୁଖ୍ୟମନ୍ତ୍ରୀ କିରୋସିନର ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ନୁହନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ରାଜ୍ୟ ମାନଙ୍କୁ ସୁଯୋଗ ଦେଇଛନ୍ତି ସ୍ୱେଚ୍ଛାକୃତ ଭାବେ ଯେଉଁ ରାଜ୍ୟ ଯେତିକି କିରୋସିନ କମ କରିବ ସେ ବାବଦ ଅର୍ଥ କେନ୍ଦ୍ର ସରକାର ଉକ୍ତ ରାଜ୍ୟକୁ ବିକାଶ କାମରେ ଲଗାଇବା ପାଇଁ ଦେବେ । କେନ୍ଦ୍ର ଲାଭ ନେଉ ନାହିଁ ମାତ୍ର ଖରାପ ଇନ୍ଧନ ବ୍ୟବହାର କାରଣରୁ ଦେଶରେ ପାଂଚ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଛି । ଓଡିଶାରେ ମଧ୍ୟ ସେ ସ୍ଥିତି ଅଛି । ସବୁଦିନ କଣ ଓଡିଶାର ଲୋକ ମାନେ ଗରୀବ ଅବସ୍ଥାରେ ଥିବେ । ଓଡିଶା ଲୋକଙ୍କୁ ଏହି ସମସ୍ୟାରୁ କଣ ମୁକ୍ତି ଦିଆ ଯାଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Share in top social networks!