ସ୍ୱାଧୀନତା ସଂଗ୍ରାମର ଓଡିଆ ଯୋଦ୍ଧାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କରିବେ ସମ୍ମାନିତ – ଧର୍ମେନ୍ଦ୍ର ପ୍ରଧାନ

17757170_1319700098113566_1726118559574039483_n
• ୧୬ ତାରିଖ ଦିନ ରାଜଭବନ ଠାରେ କରିବେ ସମ୍ମାନିତ
• ଏହି ବୀରଙ୍କ ପରିବାରଙ୍କୁ ସମ୍ମାନ ଓଡିଆ ଜାତିର ସମ୍ମାନକୁ ବଢାଇବ
ଭୁବନେଶ୍ୱର, ୦୯ ଏପ୍ରିଲ – ଓଡିଶାର ଅନେକ ଅଜଣା ସ୍ୱାଧୀନତାର ସଂଗ୍ରାମର ଯୋଦ୍ଧା ମାନଙ୍କ ପରିବାର ଗୁଡିକୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଓଡିଶା ଗସ୍ତ ସମୟରେ ସମ୍ମାନିତ କରିବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ
ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ରାଜଭବନ ଠାରେ ଓଡିଶାର ବୀର ମାନଙ୍କର ଉତରଦାୟାଦ
ମାନଙ୍କୁ ଦେଶବାସୀଙ୍କ ତରଫରୁ ସମ୍ମାନିତ କରିବେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଇକ ବିଦ୍ରୋହର ୨ ଶହ ବର୍ଷକୁ ଭାରତ ସରକାର ବିଧିବଦ୍ଧ ଭାବେ ପାଳନ କରିବାକୁ
ଘୋଷଣା କରିବା ଓଡିଆ ଜାତି ପାଇଁ ଗୌରବର ବିଷୟ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ କାଳରେ
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଯୁଦ୍ଧ ଲଢିଥିବା ଅନେକ ଅଜଣା ସଂଗ୍ରାମୀକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ
ଅନୁରୋଧ କରା ଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅନୁରୋଧ ରକ୍ଷା କରି ଥିବାରୁ ଶ୍ରୀ ପ୍ରଧାନ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରଘୁ ଦିବାକର ହୁଅନ୍ତୁ ବା ଲକ୍ଷ୍ମଣ ନାୟକ, ଚାଖୀ ଖୁଂଟିଆ, ବା ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର
ସାଏ ବା ନିର୍ମଳ ମୁଣ୍ଡାଙ୍କର ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ ଭୂମିକା ଥିଲେ ମଧ୍ୟ ଇତିହାସ ତାଙ୍କୁ ବଡ ସ୍ୱୀକୃତି
ଦେଇ ନାହିଁ । ପ୍ରଧାନମନ୍ତ୍ରୀ ଏହି ବୀର ମାନଙ୍କ ପରିବାରକୁ ସମ୍ମାନିତ କରି ଓଡିଆ ଜାତିର ସମ୍ମାନକୁ ବଢାଇବେ ବୋଲି ଶ୍ରୀ
ପ୍ରଧାନ କହିଛନ୍ତି ।

Share in top social networks!