ରାଜ୍ୟରେ ରିହାତି କିରାସିନ୍କୁ ଯୋଗାଣ ମନ୍ତ୍ରୀ କଳାବଜାରକୁ ଠେଲି ଦେଇ

ଯୁବ ବିଜେଡି ସଭାପତି ଭାବେ ଆନେ୍ଦାଳନର ଡ୍ରାମା କରୁଛନ୍ତି – ସମୀର ମହାନ୍ତି
• ଓଡିଶାକୁ ଆସୁଥିବା ରିହାତି ଯୁକ୍ତ କିରୋସିନ୍ ରାଜ୍ୟର ଗରୀବଙ୍କ ପାଇଁ ପର୍ଯ୍ୟାପ୍ତ
• କଳାବଜାରରେ ରିହାତି କିରୋସିନ ବିକି ବିଜେଡିର ଆନେ୍ଦାଳନ ଡ୍ରାମାକୁ ଓଡିଆ ଲୋକ ବୁଝିଲେଣି
sameermohanty

ରାଜ୍ୟରେ ରିହାତି କିରାସିନ୍କୁ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା କଳାବଜାରକୁ ଠେଲି ଦେଇ ଯୁବ ବିଜେଡି ସଭାପତି ଭାବେ ସେ ଆନେ୍ଦାଳନର ଡ୍ରାମା କରୁଛନ୍ତି ଓ ତାଙ୍କର ଚୋରୀ ଓ କଳାବଜାରୀକୁ ଘଂଟ ଘୋଡାଇବାକୁ ଚାହୁଁଛନ୍ତି ବୋଲି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ଓଡିଆ ଲୋକ ମାନେ ଏହାକୁ ବୁଝୁଛନ୍ତି ବୋଲି ସେ କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶାକୁ ଯେତିକି ରିହାତି ଯୁକ୍ତ କିରୋସିନ ଆସୁଛି ଘର ପିଛା କିରୋସିନ୍ ରାଷ୍ଟ୍ରୀୟ ହାର ଠାରୁ ଅଧିକ ରହିଛି । ରାଜ୍ୟର ଗରୀବ ଲୋକ ମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ କେନ୍ଦ୍ରରୁ ଆସୁଥିବା କିରୋସିନ୍ର ସୁଷମ ବଂଟନ ହେଲେ ଗରୀବ ପରିବାର ପାଇଁ ଟୋପାଏ କିରୋସିନ କମ ହେବ ନାହିଁ ।
ଶ୍ରୀ ମହାନ୍ତି କହିଛନ୍ତି ଯେ ରିହାତି ଯୁକ୍ତ କିରୋସିନ କାହାକୁ ଦିଆ ଯିବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ସହମତି ବ୍ୟକ୍ତ କରିଛନ୍ତି ଯେଉଁ ଥିରେ ଓଡିଶା ସରକାର ମଧ୍ୟ ସାମିଲ ଅଛନ୍ତି । ଆଲୋକ ଓ ରୋଷେଇ ପାଇଁ ଯେଉଁ ପରିବାରକୁ ଗ୍ୟାସ ଓ ବିଜୁଳି ପହଂଚି ନାହିଁ ସେମାନେ ହିଁ ରିହାତି ଯୁକ୍ତ କିରୋସିନର ହିତାଧିକାରୀ ହୋଇ ପାରିବେ । ମାତ୍ର ରାଜ୍ୟ ଯୋଗାଣ ମନ୍ତ୍ରୀ କିରୋସିନ ହିତାଧିକାରୀଙ୍କର ତାଲିକା ତିଆରି ନ କରି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କିରୋସିନ ଯୋଗାଇ ଦିଆ ଯାଉଥିବାର ମିଛ ଡ୍ରାମା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ରାଜ୍ୟରେ କିରୋସିନର କଳାବଜାରର ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଗରୀବଙ୍କ ପାଇଁ ଉଦ୍ଧିଷ୍ଟ ରିହାତି କିରୋସିନ ଖୋଲାବଜାରରେ କଳାବଜାର ହେବାର ଦାୟିତ୍ୱ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ତାଙ୍କ ମୁଣ୍ଡକୁ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରୀବଙ୍କ ସ୍ୱାର୍ଥ ପାଇଁ ସମର୍ପିତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଆଙ୍କ ହକ୍ ପାଇଁ ସଂକଳ୍ପବଦ୍ଧ । କଳାବଜାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନୁହେଁ , ଗରୀବଙ୍କୁ ଉଚିତ ମାତ୍ରାରେ କିରୋସିନ ଦେବା ପାଇଁ ଓଡିଶାକୁ କେନ୍ଦ୍ର ପର୍ଯ୍ୟାପ୍ତ ରିହାତି ଯୁକ୍ତ କିରୋସିନ ଯୋଗାଇ ଦେଉଛି ବୋଲିଲ ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!