ସଂସ୍କୃତି ବିଭାଗ ପକ୍ଷରୁ ସପ୍ତାହବ୍ୟାପୀ ନବବର୍ଷ ସମାରୋହ ଝୋଟିଚିତା, ହୁଳହୁଳି ଓ ଶଙ୍ଖଧ୍ୱନିରେ ଶୁଭାରମ୍ଭ

ଓଡ଼ିଆ ନବବର୍ଷ ପାଳନ ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ପକ୍ଷରୁ ସପ୍ତାହବ୍ୟାପୀ ଉତ୍ସବ “ନବବର୍ଷ ଅନୁଚିନ୍ତା: ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପାର୍ବଣ’ ଆଜି ଆରମ୍ଭ ହୋଇଛିା ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦଉଲ୍ଲାସ ମଧ୍ୟରେ ହୁଳହୁଳି ତଥା ଶଙ୍ଖଧ୍ୱନି ମଧ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିା ଉତ୍କଳ ମଣ୍ଡପରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉଚ୍ଚଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ସମବେତ ଜନତାଙ୍କୁ ଓଡ଼ିଆ ନୂଆବର୍ଷର ଶୁଭକାମନା ଜଣାଇଛନ୍ତିା
ଏକ ଆକର୍ଷଣୀୟ ସୁସଜ୍ଜିତ ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମର ଅବଧ# ହୁଳହୁଳି ଧ୍ୱନିରେ ଏକାଧ#କ ବାର ମୁଖରିତ ହୋଇଥ#ଲାା ପ୍ରଦୀପ ପ୍ରଜ୍ୱଳନ କରି ଅତିଥ#ମାନେ ସମାରୋହ ଉଦ୍ଘାଟନ କରିବା ପରେ ପୂର୍ବରୁ ଆୟୋଜିତ ଝୋଟି-ରଙ୍ଗୋଲି ଓ ହୁଳହୁଳି ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥ#ବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥ#ଲାା ମାମିନା ମିଶ୍ର, ସୁଚିସ୍ମିତା ସେନାପତି, ମାନସୀ ମିଶ୍ର, ମାମିନା ବେହେରା, ଶଶିପ୍ରଭା ଦାସ, ସଂଯୁକ୍ତା ବେହେରା, ବିନତିଲତା ସ୍ୱାଇଁ ଓ ଶାନ୍ତିଲତା ପାଣିଗ୍ରାହୀ ପ୍ରମୁଖ ପୁରସ୍କୃତ ହୋଇଥ#ବା ବେଳେ ବିଚାରକ ଭାବରେ ଦାୟିତ୍ୱ ନିର୍ବାହ କରିଥ#ବା ଡ. ମଞ୍ଜୁìଳା ତ୍ରିପାଠୀ, ଅନୁରାଧା ଦାସ ଓ ତନୟା ଦାସ ଗୋସ୍ୱାମୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥ#ଲାା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ ପୁସ୍ତିକାକୁ ଅତିଥ#ମାନେ ଉନ୍ମୋଚନ କରିଥ#ଲୋ ଏହା ବ୍ୟତୀତ ଅଧ୍ୟାପକ ଲକ୍ଷ୍ମୀନାରାୟଣ ରାୟସିଂହଙ୍କ ରଚିତ ପାଇକ ବିଦ୍ରୋହ ଆଧାରିତ ପୁସ୍ତକ “ଭାରତର ପ୍ରଥମ ଗଣବିପ୍ଳବ’, ଡ. ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ରଚିତ “ଫେସ୍, ସର୍ଫେସ୍, ଇଣ୍ଟରଫେସ୍’ ଇଂରାଜୀ ପୁସ୍ତକ ସମେତ ଅଶ୍ୱିନୀ କୁମାର ମିଶ୍ରଙ୍କ ରଚିତ “ମହାଦିଗନ୍ତ’, ଅଜୟ ମହାପାତ୍ରଙ୍କ “ଦାଦନ’ ଓ ଡ. ଯଦୁମଣି ଦାସଙ୍କ “ଓଡ଼ିଆ ପାଲା ସାହିତ୍ୟର ଉଦ୍ଭବ ଓ ବିକାଶ’ ଉନ୍ମୋଚିତ ହୋଇଥ#ଲାା
ଉତ୍କଳ ମଣ୍ଡପ ପରିସରରେ ଏହି ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଚିତ୍ର ପ୍ରଦର୍ଶନୀ ଓ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପଟ୍ଟଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥ#ବାବେଳେ ଉଭୟକୁ ଅତିଥ#ମାନେ ଉଦ୍ଘାଟନ କରିଥ#ଲୋ
ଉଦ୍ଘାଟନ ପର୍ବ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥ#ଲାା ନକ୍ଷତ୍ର ଗ୍ରୁପ୍ ଦ୍ୱାରା ରଘୁରାଜପୁରର ଗୋଟିପୁଅ ନୃତ୍ୟ “ଆମେ ଓଡ଼ିଆ’ ପରିବେଷଣ ସାଙ୍ଗକୁ ଅନନ୍ୟା ଶ୍ରୀତମ୍ ନନ୍ଦ ଓ ତାଙ୍କର ସାଥୀଙ୍କ ସଂଗୀତ ସମବେତ ଶ୍ରୋତାମାନଙ୍କୁ ମନ୍ତ୍ରମୁU କରିଥ#ଲାା
ପୂର୍ବାହ୍ନରେ ରାଜ୍ୟ ଅଭିଲେଖାଗାରରେ ଝୋଟିଚିତା ପ୍ରତିଯୋଗିତା ଆରମ୍ଭ ହୋଇଥ#ଲାା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥ#ଲୋ ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥ#ଲୋ ପ୍ରକାଶ ଥାଉ କି, ଏହି ପ୍ରତିଯୋଗିତାରେ ୨୦୦ରୁ ଅଧ#କ ଓ ହୁଳହୁଳି ପ୍ରତିଯୋଗିତାରେ ୧୩୦ରୁ ଅଧ#କ ମହିଳା ଅଂଶଗ୍ରହଣ କରିଥ#ଲୋ ଅଭିଲେଖାଗାରର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥ#ଲୋ
ଆଜିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର, ସଂଗୀତ ନାଟକ ଏକାଡେମୀ ସଭାପତି ତୃପ୍ତି ଦାସ, ସଚିବ ପ୍ରଦୀପ ମିଶ୍ର, ଲଳିତ କଳା ଏକାଡେମୀ ସଚିବ ତାରାକାନ୍ତ ପରିଡା, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ରଙ୍କ ସମେତ ବହୁ ପଦାଧ#କାରୀ ଉପସ୍ଥିତ ଥ#ଲୋ

Share in top social networks!