କିରାସିନି କୋଟା ହ୍ରାସ ପ୍ରତିବାଦରେ ଏପ୍ରିଲ ୧୦ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା

୧୧ରେ ବ୍ରହ୍ମପୁର ଓ ୧୨ରେ ସମ୍ବଲପୁର ଆର୍‍ଡିସି ଅଫିସ୍‍
sanjay
ବିଗତ ଛଅ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୦୧୧-୧୨ରେ ୪.୦୦ ଲକ୍ଷ କିଲୋ ଲିଟର, ୨୦୧୨-୧୩ରେ ୩.୯୯ ଲକ୍ଷ କିଲୋ ଲିଟର, ୨୦୧୩-୧୪ରେ ୩.୯୮ ଲକ୍ଷ କିଲୋ ଲିଟର, ୨୦୧୪-୧୫ରେ ୩.୯୭ ଲକ୍ଷ କିଲୋ ଲିଟର, ୨୦୧୫-୧୬ରେ ୩.୮୯ ଲକ୍ଷ କିଲୋ ଲିଟର, ୨୦୧୬-୧୭ରେ ୨.୯୨ ଲକ୍ଷ କିଲୋ ଲିଟର କିରାସିନି ଆବଣ୍ଟନ କରିଛି ।
କିରାସିନି ଯୋଗାଣ କ୍ଷେତ୍ରରେ ୨୦୧୧-୧୨ରୁ ୨୦୧୫-୧୬ ପର୍ଯ୍ୟନ୍ତ ତୁଳନାତ୍ମକ ଭାବେ ବିଚାର କଲେ ଜଣାଯାଏ ଯେ, ୨୦୧୧-୧୨ରୁ ୨୦୧୫-୧୬ ଆର୍ଥିକ ବର୍ଷ ମଧ୍ୟରେ ଯୋଗାଣ ନଗଣ୍ୟ ହ୍ରାସ ପାଇଥିବା ବେଳେ, ଗତବର୍ଷ ରାଜ୍ୟକୁ ଯୋଗାଯାଇଥିବା କୋଟାରେ ୯୭,୪୨୮ କିଲୋ ଲିଟର କିରାସିନି ହ୍ରାସ ପାଇଛି, ଯାହାକି ଶତକଡ଼ା ୨୫ ଅଟେ । କେନ୍ଦ୍ରରୁ ଉପଲବ୍ଧ କିରାସିନିକୁ ରାଜ୍ୟର ସମସ୍ତ ଘୠଝଇ (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ) କାର୍ଡ ପ୍ରାପ୍ତ ହିତାଧିକାରୀ (୮୬ ଲକ୍ଷ ୧୬ ହଜାର ୨୭୫ଟି ପରିବାରର ୩ କୋଟି ୨୩ ଲକ୍ଷ ୩୩ ହଜାର ୧୪୮ ଜଣ)ଙ୍କୁ ବଣ୍ଟନ କରାଯାଇଥାଏ ।

କେନ୍ଦ୍ର ସରକାରଙ୍କୁ ବାରମ୍ବାର ଓଡ଼ିଶାର କିରାସିନି କୋଟା ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ କିରାସିନି ଯୋଗାଣରେ ସୁଧାର ହେବା ପରିବର୍ତ୍ତେ କୋଟା ହ୍ରାସ ଜାରି ରହିଛି । ଏହା ଗରିବ ଦିନ ମଜୁରିଆ, ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିମ ଅଧିବାସୀ, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି କୁଠାରଘାତ ସଦୃଶ । ଏହାବ୍ୟତୀତ ଛାତ୍ରାବାସ, ଆଦିବାସୀ ଛାତ୍ରାବାସ, ଡାକ୍ତରଖାନା, ଥାନା, ଜେଲ୍‍, ମେରାଇନ ଉପଭୋକ୍ତା, କୃଷି ଯନ୍ତ୍ରାଂଶ ପରିଚାଳନା,
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ଆପାତକାଳୀନ ସ୍ଥିତିରେ ଆବଶ୍ୟକ ହେଉଥିବା ଅଧିକ ପରିମାଣର କିରାସିନି ହାରାହାରି ମାସିକ ୪୦ ହଜାର କିଲୋଲିଟର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ରାଜ୍ୟରେ ଏ ଦାବିକୁ ଅଣଦେଖା କରାଯାଇଛି ।

ସାଧାରଣ ବଣ୍ଟନ ବ୍ୟବସ୍ଥା (ଚଊଝ)କୁ ବାଦ୍‍ ଦେଇ ଖୋଲାବଜାରରେ ଆବଶ୍ୟକ ହେଉଥିବା କିରାସିନି (ଘକ୍ଟଦ୍ଭ-ଚଊଝ କିରାସିନି) ଜିଲ୍ଲା ସ୍ତରରେ, ବ୍ଲକ ସ୍ତରରେ ଏବଂ ୧୧୧ଟି ପୌରାଞ୍ଚଳରେ ଯୋଗାଇଦେବାକୁ (ଙଙ୍କଗ୍ଧକ୍ଷରଗ୍ଧ ଖୋଲିବା ପାଇଁ) ରାଜ୍ୟ ସରକାରଙ୍କ କ୍ରମାଗତ ଦାବିକୁ କେନ୍ଦ୍ର ସରକାରଙ୍କ ଅଣଦେଖା କରାଯାଉଛି ।
କେନ୍ଦ୍ର ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା (ଝକଙ ଉକ୍ଟଦ୍ଭଗ୍ଧrକ୍ଟକ୍ଷ ଙrୟରr ୧୯୯୩) ଅନୁଯାୟୀ ଚଊଝ କିରାସିନି ଜାଳେଣି ଓ ଆଲୋକିକରଣ ନିମନ୍ତେ ରାଜ୍ୟମାନଙ୍କୁ ଯୋଗାଇଦେବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରଣାଳୟ ପାଇଁ ନିଦେ୍ର୍ଧଶନାମା ରହିଛି (କେନ୍ଦ୍ରସୂଚୀ) ।

କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାର ଆବଶ୍ୟକତାକୁ ଅଣଦେଖା କରିବା ସହିତ କୋଟା ହ୍ରାସ, ସାମୁହିକ ଅନୁÂାନକୁ କିରାସିନି ଯୋଗଣ, ସରକାରୀ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ସଂସ୍ଥାମାନଙ୍କୁ ଚଊଝ କିରାସିନି ଯୋଗାଣ ଓ ରାଜ୍ୟର ଅନ୍ୟାନ୍ୟ ଉପଭୋକ୍ତାମାନଙ୍କ ପାଇଁ (ଘୠଝଇରୁ ବାଦ୍‍ ପଡିÿଥିବା) ଆବଶ୍ୟକ କିରୋସିନ ଘକ୍ଟଦ୍ଭ-ଚଊଝ ଦରରେ ଯୋଗାଇ ଦେବା ଦାବିରେ ଏପ୍ରିଲ୍‍ ୧୦ ତାରିଖରୁ ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନେ୍ଦାଳନ ଆରମ୍ଭ କରାଯିବ ସହ ରାଜଭବନ ସମ୍ମୁଖରେ ଧାରଣା ଓ ୧୧ ତାରିଖରେ ବ୍ରହ୍ମପୁର ଓ ୧୨ ତାରିଖରେ ସମ୍ବଲପୁର ଆର୍‍ଡିସି ଅଫିସ୍‍ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ
ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ବିଜୁ ଯୁବ ଜନତା ରାଜ୍ୟ ସଭାପତି ତଥା ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସବର୍ମା ଓ ଦଳର ମୁଖପାତ୍ର ତଥା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ।

Share in top social networks!