ମୁମ୍ବାଇରେ ଓଡ଼ିଶୀ ସଂଗୀତ ସନ୍ଧ୍ୟା

odissisong
ମୁମ୍ବାଇର ବାନ୍ଦ୍ରା ଠାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଶୀ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଏଥିରେ ସଂସ୍କୃତି ବିଭାଗର ନିଦେ୍ର୍ଧଶକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟନିର୍ବାହୀ ଡଃ ସଂଗୀତା ଗୋସାଇଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ଓଡ଼ିଶୀ ସଂଗୀତ ସମ୍ବନ୍ଧରେ ସୂଚନା ଦେଇସାରିବା ପରେ ଗୁରୁ ରାମହରି ଦାସ ରାଗ ଶୁଦ୍ଧବସନ୍ତରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ପରେ ଡଃ ସଂଗୀତା ଗୋସାଇଁ, କେଶବ ଚନ୍ଦ୍ର ରାଉତ, ରୂପକ କୁମାର ପରିଡ଼ା ଏବଂ ଲକ୍ଷ୍ମୀପି୍ରୟା ନାୟକ ଓଡ଼ିଶୀ ସଂଗୀତର ସମସ୍ତ ବିଭବର ଝଲକ ତାଙ୍କର ପ୍ରସ୍ତୁତିରେ ଆଣିଥିଲେ । ରାଗ, ଚମ୍ପୁ, ଗୀତଗୋବିନ୍ଦ, ଛାନ୍ଦ ଏବଂ ନାଟ୍ୟାଙ୍ଗର ପରିବେଷଣ ଦର୍ଶକମାନଙ୍କୁ ପୁଲକିତ କରିଥିଲା । ଏହାଛଡ଼ା ଶ୍ରୀ ଶ୍ରୀନିବାସ ଶତପଥୀ ଏବଂ ଶ୍ରୀ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀଙ୍କର ବଂଶୀ ଏବଂ ସୀତାରର ଯୁଗଳବନ୍ଦୀ ଚମକ୍ରାର ହୋଇଥିଲା ଏବଂ ଶେଷରେ ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ ଏବଂ ଗୁରୁ ଶ୍ରୀ ସଚ୍ଚିଦାନନ୍ଦ ଦାସଙ୍କର ମର୍ଦ୍ଧଳ ବାଦନର ବେଶ୍ ଚର୍ଚ୍ଚା ହୋଇଥିଲା । ଅଣଓଡ଼ିଆ ତଥା ମୁମ୍ବାଇରେ ରହୁଥିବା ବହୁ ଓଡ଼ିଆ ରସିକ ଦର୍ଶକଙ୍କର ଅନୁରୋଧ ଥିଲା ଏହିଭଳି କାର୍ଯ୍ୟକ୍ରମ ବାରମ୍ବାର ପ୍ରସ୍ତୁତ କରିବାପାଇଁ ।
ଆସନ୍ତାକାଲି ଏପି୍ରଲ୍ ୯ ତାରିଖରେ ଭାରତୀୟ ବିଦ୍ୟାଭବନ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର, ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଭବନ୍ସ କଲଚରାଲ ସେଣ୍ଟରର ଅନେ୍ଧରୀ (ୱେଷ୍ଟ)ରେ ଥିôବା ପ୍ରେକ୍ଷାଳୟରେ ଲେକ୍ଚର ଡେମନ୍ଷ୍ଟେ୍ରସନ୍ ସହିତ ଉପରୋକ୍ତ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତର ବିଭିନ୍ନ ପର୍ଯ୍ୟାୟମାନ ପରିବେଷିତ ହେବ ଏବଂ ଏଥିରେ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର ତଥା ତାହାର ସ୍ୱତନ୍ତ୍ରତା ପ୍ରତିପାଦିତ କରିବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଅଛି ।

Share in top social networks!