ଭଦ୍ରକରେ ସାଂପ୍ରଦାୟିକ ଉତେଜନା ପ୍ରସଙ୍ଗ; କେନ୍ଦ୍ର ଗୃହ ମନ୍ତ୍ରୀ ଓ ଗୃହ ସଚିବଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

17799430_1315628235187419_4870182921944374208_n
• ଦୁଇ କମ୍ପାନୀ ସୁରକ୍ଷା ବଳ ଭଦ୍ରକ ଆସୁଥିବାର ସୂଚନା
• ପ୍ରଶାସନକୁ ସକ୍ରିୟ କରାଇ ସମ୍ବେଦନଶୀଳ ଢଂଗରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
• ତଥାଗତଙ୍କ ବକ୍ତବ୍ୟ ଉପରେ ସାମ୍ବାଦିକଙ୍କ ପ୍ରଶ୍ନରେ କହିଲେ ଯେ ତାଙ୍କ ବକ୍ତବ୍ୟକୁ ଗୁରୁତ୍ୱ ଦେବାର
ଆବଶ୍ୟକତା ନାହିଁ, କେହି ବି ଏହି ପରିସ୍ଥ୍ିତିକୁ ଆହୁରି ଉତେଜକ ନ କରନ୍ତୁ
• ଶାନ୍ତି ଓ ସଦଭାବ ବଜାୟ ରଖିବା ପାଇଁ ଭଦ୍ରକବାସୀଙ୍କୁ ନିବେଦନ
ଭଦ୍ରକରେ ସାଂପ୍ରଦାୟିକ ଉତେଜନା ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଓ ଗୃହ ସଚିବଙ୍କ ସହ ସେ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଙ୍କ ସହ ଆଲୋଚନା ପରେ ଭଦ୍ରକ ସ୍ଥିତି ନେଇ ଗୃହ ମନ୍ତ୍ରୀ ରାଜ୍ୟ ପ୍ରଶାସନ ସହ ଆଲୋଚନା କରିଥିବେ । ଗୃହ ସଚିବ ଓଡିଶାକୁ ଦୁଇ କମ୍ପାନୀ ସୁରକ୍ଷା ବାହିନୀ ପଠାଇବା ନେଇ ତାଙ୍କୁ ସୂଚନା ଦେଇଛନ୍ତି । ଭଦ୍ରକରେ ଶାନ୍ତି ପ୍ରତିÂା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆ ଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ସେ କହିଛନ୍ତି ଯେ ପ୍ରଶାସନକୁ ସକ୍ରିୟ କରାଇ ସମ୍ବେଦନଶୀଳ ଢଂଗରେ ଉଭୟଙ୍କ ଭିତରେ ସୌହାର୍ଦପୂର୍ଣ ବାତାବରଣ ହେଉ ଏପରି ପଦକ୍ଷେପ ନିଅନ୍ତୁ । ସେ କହିଛନ୍ତି ଯେ ଶାନ୍ତି ଓ ସୌହାର୍ଦ ଫେରାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରିବାକୁ ସମସ୍ତଙ୍କର ଦାୟିତ୍ୱ ରହିଛି । ସେ କହିଛନ୍ତି ଯେ ତାଙ୍କର ଦୃଢ ବିଶ୍ୱାସ ଯେ ଏହି ପରୀକ୍ଷାରେ ସମସ୍ତେ ଉତୀର୍ଣ ହେବେ । ସମସ୍ତଙ୍କର ସହଯୋଗରେ ସୌହାର୍ଦପୂର୍ଣ ବାତାବରଣ ଫେରି ଆସିବ ବୋଲି ସେ କହିଛନ୍ତି ।

ଗତ ତିନି ଦିନ ଧରି ଭଦ୍ରକରେ ଉତେଜନା ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ଭଦ୍ରକବାସୀଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଭଦ୍ରକର ଭାଇ ଭଉଣୀ ମାନେ ପରସ୍ପରକୁ ବିଶ୍ୱାସ କରିବା ଉଚିତ । ସାଂପ୍ରଦାୟିକ ସଦଭାବ ଠିକ ଭାବେ ରହୁ । ଉତେଜନା ବଢାଇବା ଭଳି ବା କାହାରି ଆବେଗକୁ କଷ୍ଟ ପହଂଚାଇବା ଭଳି କେହି କିଛି ନ କରନ୍ତୁ । ସମସ୍ତେ ସଂଯମତା ଆଚରଣ କରନ୍ତୁ ଓ ସୌହାର୍ଦପୂର୍ଣ ପରିସ୍ଥିତି ଆଣିବାରେ ସହାୟକ ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଷ୍ଟ୍ରୀୟ ଦଳ ଭଦ୍ରକରେ ସାଂପ୍ରଦାୟିକ ଉତେଜନା ପାଇଁ ଦାୟୀ ବୋଲି ବିଜେଡି ସାଂସଦ ତଥାଗତ ସତପଥୀଙ୍କର ବକ୍ତବ୍ୟ ସମ୍ପର୍କିତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସମସ୍ତେ ଦାୟିତ୍ୱ ନେବାର ସମୟ । କେହି ବି ଏହି ପରିସ୍ଥ୍ିତିକୁ ଆହୁରି ଉତେଜକ ନ କରନ୍ତୁ । ବର୍ତମାନ ପରିସ୍ଥ୍ିତିରେ ଜୋକର ଭଳି ବ୍ୟବହାର କରିବା ଠିକ ନୁହେଁ । ସାଂସଦଙ୍କୁ ତାଙ୍କ ଦଳ ମଧ୍ୟ ଗୁରୁତ୍ୱ ଦିଏ ନାହିଁ । ତେଣୁ ସାଂସଦଙ୍କ ଏହି ବକ୍ତବ୍ୟକୁ ସେ ଅଯଥା ଗୁରୁତ୍ୱ ଦେବାକୁ ଚାହାନ୍ତି ନାହିଁ ବୋଲି ସାମ୍ବାଦିକ ମାନଙ୍କର ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!