ବିଜେଡି ପଞ୍ଚାୟତିରାଜ ପ୍ରତିନିଧିଙ୍କ ୪ର୍ଥ ଦିନର ସମୀକ୍ଷା ବୈଠକ; ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ଲୋକଙ୍କ ପାଖରେ ରୁହ: ମୁଖ୍ୟମନ୍ତ୍ରୀ

bjdnaveenreview
ଜିଲ୍ଲାୱାରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ ଆଲୋଚନାର
ଆଜି ଥିଲା ଚତୁର୍ଥ ଦିବସ । ଏହି ଅବସରରେ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଆସି ମାନ୍ୟବର
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଦୁଇଟି ଜିଲ୍ଲାରେ ଦଳ ଭଲ ପ୍ରଦର୍ଶନ କରିଥିବାରୁ ସନ୍ତୋଷ ପ୍ରକାଶ କରି ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ । ଆଜିର ସମୀକ୍ଷା ବୈଠକରେ ପଞ୍ଚାୟତ ପ୍ରତିନିଧିଙ୍କ ମୁଖ୍ୟତଃ ଅଭିଯୋଗ ଥିଲା ଏସ୍‍ଇସିସି ଆଧାରରେ ବିଜୁ ପକ୍କା ଘର ନଦେଇ ଗ୍ରାମସଭା ମାଧ୍ୟମରେ ଦେବା ଓ ଖାଉଟି ସାମଗ୍ରୀ ବଣ୍ଟନକୁ ନେଇ । ଏସ୍‍ଇସିସି ଜନଗଣନା ଆଧାରରେ ବିଜୁ ପକ୍କା ଘର ବଣ୍ଟନ ବ୍ୟବସ୍ଥାରେ ପ୍ରକୃତ ହିତାଧିକାରୀମାନେ ପାଇବାରୁ ବଞ୍ଚôତ ହେଉଛନ୍ତି ।

ତେଣୁ ପ୍ରକୃତ ହିତାଧିକାରୀମାନେ ଘର ପାଇବାକୁ ହେଲେ ଗ୍ରାମସଭା ମାଧ୍ୟମରେ ସ୍ଥିର କରିବାକୁ ହେବ ବୋଲି ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନସରିତା ବଳ କହିଥିଲେ । ସେହିପରି ଜାତୀୟ ଖାଉଟି ସୁରକ୍ଷା ଯୋଜନାରେ ଆଉ ଅଧିକ ହିତାଧିକାରୀଙ୍କୁ ସାମିଲ କରାଇବା ପାଇଁ ଅନୁରୋଧ କରିଥିଲେ ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ରାଖାଲ ଚନ୍ଦ୍ର ଦାସ ଓ ବାଲିଆପାଳ ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ । ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା ତାଙ୍କ ଅଞ୍ଚଳରେ ଧାନ ମଣ୍ଡିରେ କିଭଳି ଚାଷୀମାନେ ଆହୁରି ସୁବିଧାରେ ଧାନ ବିକ୍ରି କରିପାରିବେ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ କହିଥିଲେ । ଭୋଗରାଇ ବ୍ଲକ ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ତାଳସେରୀ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

କୁଜଂଗ ବ୍ଲକ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ନୀଳଗିରି ସମିତି ସଭ୍ୟ ଚିତ୍ତରଞ୍ଜନ ରାଉତ, ରେମୁଣା ସମିତି ସଭ୍ୟ ଶୁଭେନ୍ଦୁ ଦାସ ପ୍ରମୁଖ ଦଳର ସବୁ କର୍ମୀଙ୍କୁ ସାଙ୍ଗରେ ନେଇ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିପାରିଲେ ଦଳର ସ୍ଥିତି ଆହୁରି ସୁଦୃଢ଼ ହୋଇପାରିବ ବୋଲି କହିଥିଲେ । ଏରସମା ଜିଲ୍ଲା ପରିଷଦ ଜୋନ୍‍ ନଂ-୪ ଇତିଶ୍ରୀ ଭୂୟାଁ ସର୍ବାଧିକ ୭୯୯୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

ଏହା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ସେଗୁଡିକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିନିଧିମାନଙ୍କୁ ବିଶ୍ୱାସ ଓ ଆଶ୍ୱାସନା ଦେଇଥିଲେ । ବାଲେଶ୍ୱର ଜିଲ୍ଳାର ବହାନଗା, ରେମୁଣା, ନିଳଗିରି, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ରଘୁନାଥପୁର ଓ ଏରସମାରେ ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପଞ୍ଚାୟତ ପ୍ରତିନିଧିମାନେ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ଲୋକଙ୍କ ପାଖରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ ଦାୟିତ୍ୱ ବୋଲି କହିଥିଲେ । ଜିଲ୍ଲାରେ ବିଭିନ୍ନ ଯୋଜନା ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ହେବା ଦରକାର, ଯାହାଫଳରେ ଜନସାଧାରଣ ଯୋଜନାର ସୁଫଳ ପାଇପାରିବେ । ଗ୍ରାମାଞ୍ଚଳର ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା କରାଯାଇଛି । ଏହି ଅର୍ଥ ଠିକଣା ଭାବରେ କିଭଳି ବିନିଯୋଗ ହୋଇପାରିବ ତାହାକୁ ତଦାରଖ କରିବା ପ୍ରତିନିଧିମାନଙ୍କର ଦାୟିତ୍ୱ । ଏହି ଦାୟିତ୍ୱ ନିର୍ବାହ ପାଇଁ ପ୍ରତିନିଧିମାନେ ବିଭିନ୍ନ ଯୋଜନା ସଂପର୍କରେ ସାମ୍ୟକ ଜ୍ଞାନ ଆହରଣ କରିବା ସହିତ ଲୋକମାନଙ୍କର ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁÂିତ ହେବ ଏବଂ ସେଥିରେ ଏ ଭିତରେ ଦଳ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁÂାନର ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।

ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଖୋଲାଖୋଲି ଆଲୋଚନା ପାଇଁ ଆସିଥିବା ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହିତ ଆଗାମୀ ସମୟରେ ନିଜ ଅଞ୍ଚଳର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆନ୍ତରିକ ଉଦ୍ୟମ କରିବା ସହିତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚôବ ସେଥିନିମନ୍ତେ ଯନôବାନ ହେବା ପାଇଁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ । ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମୀକ୍ଷା ବେଳେ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳର ଜନପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସମସ୍ୟାଗୁଡ଼ିକ ସଂପର୍କରେ ଆଗାମୀ ଦିନରେ ପଦେକ୍ଷପ ନିଆଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଡ. ଦାମୋଦର ରାଉତ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ମୁଖ୍ୟ ସଚେତକ ଅନନ୍ତ ଦାସ, ସାଂସଦ ରବୀନ୍ଦ୍ର ଜେନା, ପର୍ଯ୍ୟବେକ୍ଷକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ସାମଲ, ଡ. ରାଜଶ୍ରୀ ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ଜୀବନ ପ୍ରଦୀପ ଦାସ, ଅଶ୍ୱିନୀ ପାତ୍ର, ନିତ୍ୟାନନ୍ଦ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଶୁରାମ ଧଡ଼ା, ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!