ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମାବକାଶ ସୁଦ୍ଧା ସମସ୍ତ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ଗ୍ରୀଷ୍ମାବକାଶ ସୁଦ୍ଧା ସମସ୍ତ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ବିଭାଗୀୟ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଥ#ବା ପରିପ୍ରେକ୍ଷୀରେ ପୁସ୍ତକ ଯୋଗାଣର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ମିଶ୍ର ଆଜି ସଚିବାଳୟରେ ସମୀକ୍ଷା କରିଥ#ଲୋ ସମୀକ୍ଷାରୁ ଜଣାପଡିଛି ଯେ ରାଜ୍ୟର ପ୍ରାୟ ୫୩ ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ ୨୦୧୭-୧୮ ଶିକ୍ଷା ବର୍ଷ ନିମନ୍ତେ ମୋଟ ୨ କୋଟି ୭୮ ଲକ୍ଷ ୩୧ ହଜାର ୮୮୮ ଖଣ୍ଡ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ଏହି ପୁସ୍ତକ ଛାପିବା ଓ ବନ୍ଧେଇ ପାଇଁ ଚଳିତ ବର୍ଷ ଜାତୀୟସ୍ତରରେ ଟେଣ୍ଡର ଆହ୍ୱାନ କରାଯାଇଥ#ଲାା ତେବେ ଏ ସଂକ୍ରାନ୍ତରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରାଯିବା ଯୋଗୁଁ ପୁସ୍ତକ ଛାପିବା କାର୍ଯ୍ୟରେ ବିଳମ୍ବ ଘଟିଥ#ଲାା ଏ ସଂପର୍କରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଚୂଡାନ୍ତ ରାୟ ଜାନୁଆରୀ ମାସ ମଧ୍ୟ ଭାଗରେ ପ୍ରକାଶ ପାଇବା ପରେ ପୁସ୍ତକ ଛପା କାର୍ଯ୍ୟ କରାଯାଇ ବର୍ତ୍ତମାନ ସୁଦ୍ଧା ସମସ୍ତ ବହି ଛପା ଓ ବାଇଣ୍ଡିଂ କାର୍ଯ୍ୟ ସମାପ୍ତ ହୋଇଛିା ମାତ୍ର ଟେଣ୍ଡର ପାଇଥ#ବା ପରିବହନ ସଂସ୍ଥାର ଚୁକ୍ତି ଅନୁଯାୟୀ ବିଭିନ୍ନ ବ୍ଲକ୍କୁ ପୁସ୍ତକ ପରିବହନ ଚୁକ୍ତିର ନିର୍ଦ୍ଧାରିତ ଦରଠାରୁ ବିଭିନ୍ନ ଆଳ ଦେଖାଇ ପରିବର୍ଦ୍ଧିତ ଦର ଦାବିରେ ଟ୍ର୍ରକ ନ ଯୋଗାଇଦେବା ଯୋଗୁଁ ଆବଶ୍ୟକ ସଂଖ୍ୟକ ପୁସ୍ତକ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚ# ପାରିନଥ#ବା ବୈଠକରୁ ପ୍ରକାଶା ଏହି ପରିବହନ ସଂସ୍ଥା ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାନି ଟେଣ୍ଡର ପ୍ରକ୍ରିୟାକୁ ତୁରନ୍ତ ଚୂଡାନ୍ତ କରି ପୁସ୍ତକ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ବିଭାଗୀୟ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ ସୂଚନାଯୋଗ୍ୟ ଯେ ଇତି ମଧ୍ୟରେ ଉକ୍ତ ପରିବହନ ସଂସ୍ଥାର ଚୁକ୍ତିକୁ ବାତିଲ କରାଯାଇଛିା ବୈଠକର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୮ ଲକ୍ଷ ୮୪ ହଜାର ୭୩୪ ଖଣ୍ଡ ବହି ଯୋଗାଇ ଦିଆଯାଇଛି ଏବଂ ସମସ୍ତ ୩୦ଟି ଜିଲ୍ଲାକୁ ପୁସ୍ତକ ପ୍ରେରଣ କରାଯାଇଛିା ବର୍ତ୍ତମାନ ହାରାହାରି ଯୋଗାଣଠାରୁ କମ ପୁସ୍ତକ ଯୋଗାଣ ପାଇଥ#ବା ୫ଟି ଜିଲ୍ଲାକୁ ଅଗ୍ରାଧ#କାର ଭିତ୍ତିରେ ବିକଳ୍ପ ବ୍ୟବସ୍ଥାରେ ପୁସ୍ତକ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର କହିଥ#ଲୋ
ଏହି ବୈଠକରେ ପାଠ୍ୟପୁସ୍ତକ ପ୍ରକାଶନ ଓ ବିପଣନ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ଚୂଡାମଣି ସେଠ୍, ଯୁଗ୍ମ ସଚିବ ଶ୍ରୀ ମନୋଜ ମହାନ୍ତିଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବହୁ ବରିଷ୍ଠ ପଦାଧ#କାରୀ ଯୋଗଦେଇଥ#ଲୋ

Share in top social networks!