ଓଡ଼ିଆ ନବବର୍ଷ ପାଳନ ନିମନ୍ତେ ଆୟୋଜିତ ହେବ “ନବବର୍ଷ ଅନୁଚିନ୍ତା: ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପାର୍ବଣ’

ashokpanda
ଅପ୍ରେଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯିବା ସହିତ ଓଡ଼ିଆ ଅସ୍ମିତା ଓ ସାଂସ୍କୃତିକ ପରିଚିତିକୁ ଦୃଢ କରିବା ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆସନ୍ତା ୦୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ “ନବବର୍ଷ ଅନୁଚିନ୍ତା: ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପାର୍ବଣ’ ଶୀର୍ଷକ ଏକ ମନୋଜ୍ଞ କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଆୟୋଜନ କରାଯିବା ଓଡ଼ିଆଙ୍କ ଐତିହ୍ୟ, ପରମ୍ପରା ଓ ସଂସ୍କୃତି ବାବଦରେ ବ୍ୟାପକ ଜାଗରୁକତା ସୃଷ୍ଟି ସହିତ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତା ପ୍ରତି ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଠାରେ ପ୍ରକାଶ କରିଛନ୍ତିା

ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ଏହି ଆୟୋଜନରେ ଭାଷା, ସାହିତ୍ୟ, ଚିତ୍ରକଳା, ସଂଗୀତ, ଲୋକକଳା, ନୃତ୍ୟ, ଓଡ଼ିଆ ଖାଦ୍ୟ, ସମରକଳା ଇତ୍ୟାଦି ଉପରେ ପର୍ଯ୍ୟବସିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଏହି ଅବସରରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ହୁଳହୁଳି ଓ ଝୋଟି ପ୍ରତିଯୋଗିତା, ଓଡ଼ିଆ ଦେଶାତ୍ମବୋଧକ ଗୀତ ଆବୃତ୍ତି ପ୍ରତିଯୋଗିତା, ପାଇକ ବିଦ୍ରୋହ ଉପରେ କର୍ମଶାଳା, ଚର୍ଯ୍ୟାଗୀତିରୁ ସମକାଳ ପର୍ଯ୍ୟନ୍ତ କବିତାୟନ ଆୟୋଜନ କରାଯିବା ସହିତ ପାଇକ ବିଦ୍ରୋହ ଉପରେ ଓଡ଼ିଆ ଓ ଇଂରାଜୀରେ କ୍ଷୁଦ୍ର ପୁସ୍ତିକା ଏବଂ ଲକ୍ଷ୍ମୀ ନାରାୟଣ ରାୟସିଂହଙ୍କ ରଚିତ ଏକ ତଥ୍ୟସମ୍ମଳିତ ପୁସ୍ତକ ଉନ୍ମୋଚିତ ହେବା ସେହିପରି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପଟ୍ଟଚିତ୍ର ପ୍ରଦର୍ଶନୀ, ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ଓ ପାରମ୍ପରିକ ବେଶବିନ୍ୟାସର ପ୍ରଦର୍ଶନୀ ଅନୁଷ୍ଠିତ ହେବା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ସଂଗୀତ, ବଂଶୀବାଦନ, ଲଘୁସଂଗୀତ ପରିବେଷଣ, ନାଟକ ମଞ୍ଚାୟନ, ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟ ସାଙ୍ଗକୁ ପାଇକ ଆଖଡା ଆୟୋଜନ କରାଯିବା ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ପାଇକ ବିଦ୍ରୋହ ଉପରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବା ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଗଜଲ୍ ଓ କବାଲି ପରିବେଷଣ କରାଯିବା ଏଥ#ରେ ବିଶିଷ୍ଟ ଗାୟିକା ନାଜିଆ ଆଲାମ୍ ଗଜଲ ପରିବେଷଣ କରିବୋ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଉପାନ୍ତ ଅଞ୍ଚଳର କବିମାନଙ୍କୁ ନେଇ କବିତାପାଠ ସହିତ ଫଗୁଣ କବିତା ଆସର ଆୟୋଜିତ ହେବା ଓଡ଼ିଶା ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଓଡ଼ିଆ ଶୁଦ୍ଧ ଲିଖନ ଓ ପଠନ ପ୍ରତିଯୋଗିତା ଅନୁଷ୍ଠିତ ହେବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଆ ପିଠାପଣାର ଆସର ଆୟୋଜିତ ହେବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଜନଜାତି ନୃତ୍ୟ ଓ ଗୀତ ପରିବେଷଣ କରାଯିବା
ଅପ୍ରେଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ସମାରୋହ କାର୍ଯ୍ୟକ୍ରମ ଉଦ୍ଯାପିତ ହେବା ଉଦ୍ଯାପନୀ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟଅତିଥ# ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା ଏହି ଅବସରରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରକାଶିତ “ଭାଷାଭିତ୍ତିକ ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ’, “ପ୍ରଶାସନ ଶବ୍ଦକୋଷ’, ଓଡ଼ିଆ ଭାଷାର ଇତିବୃତ୍ତ’ ଶୀର୍ଷକ ପୁସ୍ତକମାନ ଲୋକାର୍ପିତ ହେବା ବହୁ ପ୍ରତୀକ୍ଷିତ “ଓଡ଼ିଆ ଭର୍ଚୁଆଲ ଏକାଡେମୀ’କୁ ଜନଗଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବା ସେହି ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସୁପ୍ରସିଦ୍ଧ କ=ଶିଳ୍ପୀ ତୃପ୍ତି ଦାସଙ୍କ ସମେତ ଅନନ୍ୟା ନନ୍ଦ ଓ ବର୍ଣ୍ଣାଳୀ ହୋତା ପ୍ରମୁଖ ଏଥ#ରେ ସାମିଲ ହେବୋ ଭିନ୍ନକ୍ଷମ କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷିତ ହେବା
ସାତଦିନ ଧରି ଅନୁଷ୍ଠିତ ହେବାକୁ ଥ#ବା ଏହି ଆୟୋଜନର ପ୍ରତି ସନ୍ଧ୍ୟାରେ ରାଜ୍ୟର ମନ୍ତ୍ରୀମାନଙ୍କ ସମେତ ବିଶିଷ୍ଟ ଅତିଥ#ବୃନ୍ଦ ଉପସ୍ଥିତ ରହିବୋ ପ୍ରତିଟି କାର୍ଯ୍ୟକ୍ରମରେ ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରତିଫଳନ ପରିଲକ୍ଷିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଥ#ଲୋ

Share in top social networks!