ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଭୂମି ପୂଜନ

BHUMIPUJAN
ରାଷ୍ଟ୍ରୀୟ ନେତୃମଣ୍ଡଳୀ ଓଡ଼ିଶାରେ ବସି ସାରା ଦେଶ ପାଇଁ ଶୁଭ ଚିନ୍ତନ ଓ ବିକଶିତ ଭାରତ ପାଇଁ ସଂକଳ୍ପ ନେବେ, ଏହା ଓଡ଼ିଶାର ସୌଭାଗ୍ୟ : ବସନ୍ତ ପଣ୍ଡା

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ନେତୃମଣ୍ଡଳୀ ସାରା ଦେଶ ପାଇଁ ଶୁଭ ଚିନ୍ତନ, ଆତ୍ମସମୀକ୍ଷା ଏବଂ ବିକଶିତ ଭାରତ ପାଇଁ ଯେଉଁଠି ବସି ସଂକଳ୍ପ ନେବେ, ସେହି ପବିତ୍ର ଭୂମି ଭାବେ ଓଡ଼ିଶାକୁ ମନୋନୀତ କରାଯାଇଛି । ଦୀର୍ଘ ୧୯ ବର୍ଷ ପରେ ବିଜେପିର ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ପାଳି ପଡ଼ିଛି ଓଡ଼ିଶାର । ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସୌଭାଗ୍ୟ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ।
ଆଜି ଭାରତୀୟ ଜନତା ପାର୍ଟିର ପ୍ରତିÂା ଦିବସ । ସାରା ଦେଶରେ ପାଳିତ ହେଉଛି ଏହି ପ୍ରତିÂା ଉତ୍ସବ । ଏହି ଅବସରରେ ଭୁବନେଶ୍ୱର ଜନତା ମଇଦାନରେ ଅନୁÂିତ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ପ୍ରସ୍ତୁତି ପର୍ବର ଶୁଭାରମ୍ଭ ହୋଇ ଭୂମି ପୂଜନ କରାଯାଇଛି । ଭୂମି ପୂଜନ ଅବସରରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ଶ୍ରୀମନ୍ଦିରର ବରିÂ ସେବାୟତ ମଧୁସୂଦନ ସିଂହାରୀ ପହଂଚିଥିଲେ ପୂଜାସ୍ଥଳରେ । ପୁରୋହିତଙ୍କ ଦ୍ୱାରା ହୋମଯଜ୍ଞ ଅନୁÂିତ ହୋଇଥିଲା । ଜାତୀୟ କାର୍ଯ୍ୟକାରିଣୀ ବୈଠକ ନିମନ୍ତେ ଶୁଭାରମ୍ଭରେ ଏହି ଭୂମି ପୂଜନ ଉତ୍ସବରେ କର୍ତା ଭାବେ ସଂକଳ୍ପ ଆସନରେ ଉପବେଶ ହୋଇଥିଲେ ରାଜ୍ୟ ବିଜେପିର ସଭାପତି ଶ୍ରୀ ବସନ୍ତ ପଣ୍ଡା ।
ସଂକଳ୍ପ, କଳସ ସ୍ଥାପନ ଏବଂ ଭୂମିପୂଜା ଉତ୍ସବରେ ଏକ ପାରମ୍ପରିକ ସଂକୀର୍ତନ ମଣ୍ଡଳୀର କଳାକାରମାନେ ସମବେତ ସଂକୀର୍ତନ କରି ଜନତା ମଇଦାନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଭୂମି ପୂଜନ ସ୍ଥଳରେ ମହିଳା ମୋର୍ଚ୍ଚାର ଶତାଧିକ ମହିଳାଙ୍କ ହରିବୋଲି ଓ ହୁଳହୁଳି ଧ୍ୱନିରେ ସମଗ୍ର ବାତାବରଣ ମୁଖରିତ ହୋଇଥିଲା ।
ଭୂମି ପୂଜନ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଉପସଭାପତି ସମୀର ମହାନ୍ତି ଓ ସୁକେଶୀ ଓରାମ, ସାଧାରଣ ସଂପାଦକ (ସଂଗଠନ) ଶାରଦା ଶତପଥୀ, ଭୃଗୁ ବକ୍ସିପାତ୍ର ଓ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ, ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଦିଲୀପ୍ ମହାନ୍ତି, ରାଜ୍ୟ ସଂପାଦିକା ଶୋଭନା ମହାନ୍ତି, ରାଷ୍ଟ୍ରୀୟ ଯୁବମୋର୍ଚ୍ଚାର ଉପସଭାପତି ଠାକୁର ରଣଜିତ୍ ଦାଶ ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ନିରଞ୍ଜନ ମିଶ୍ର, ଛୋଟଲାଲ ମହନ୍ତ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ପ୍ରମୁଖଙ୍କ ସମେତ ବିଜେପିର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଭୂମିପୂଜନ ପରେ ହରିବୋଲ ଓ ହୁଳହୁଳିମୟ ପରିବେଶରେ କାରିଗରମାନେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ନିମନ୍ତେ ନିର୍ଦ୍ଧାରିତ ସ୍ଥାନରେ ମଂଚ, ଅଡ଼ିଟୋରିୟମ୍ ଏବଂ ତୋରଣ ଆଦି ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Share in top social networks!
Powered By Indic IME