ଭାରତବର୍ଷରେ ସ୍ୱଚ୍ଛ, ସୁସ୍ଥ ଓ ଜନକଲ୍ୟାଣକାରୀ ଅଭିଯାନ ପାଇଁ ସଂକଳ୍ପ : ବସନ୍ତ ପଣ୍ଡା

FOUNATIPONDAY
ଭାରତବର୍ଷରେ ଜନକଲ୍ୟାଣକାରୀ ଅଭିଯାନକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ । ସ୍ୱଚ୍ଛ ଭାରତ ଅଭିଯାନ ପ୍ରକିୟାରେ ଭାରତକୁ ଏକ ସୁସ୍ଥ ଓ ବୈଭବଶାଳୀ ରାଷ୍ଟ୍ରରେ ପରିଣତ କରିବାକୁ ପ୍ରୟାସ କରାଯିବ । ଦେଶର ପ୍ରଗତି ସାଙ୍ଗରେ ଓଡ଼ିଶାକୁ ମଧ୍ୟ ସମାନ୍ତରାଳ ଭାବେ ବିକଶିତ କରାଯିବ । ଆଜି ଭାରତୀୟ ଜନତା ପାର୍ଟିର ପ୍ରତିÂା ଦିବସ ଉତ୍ସବରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଦଳୀୟ ପଦ୍ମ ପତାକାର ଉନ୍ମୋଚନ କରି ଏଭଳି ସଂକଳ୍ପର ବାର୍ତା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଭବ୍ୟ ପରିବେଶ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବରିÂ ନେତା ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଦଳର ଆଦର୍ଶ, ଆଭିମୁଖ୍ୟ ଏବଂ ଓଡ଼ିଶା ପାଇଁ ଆସୁଥିବା ଶୁଭ ଓ ସମୃଦ୍ଧିର ଦିନ ସମ୍ପର୍କରେ ଆଲୋକପାତ୍ କରିଥିଲେ ।
୧୯୮୦ ମସିହା, ଅପ୍ରେଲ ୬ ତାରିଖ । ପଣ୍ଡିତ ଦୀନଦୟାଲଙ୍କ ଅନ୍ତେ୍ୟାଦ୍ୱୟ ଆଦର୍ଶରେ ଅନୁପ୍ରାଣୀତ ହୋଇ ସାଧାରଣ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ପହଂଚାଇବାର ବଜ୍ର ଶପଥ ନେଇ ଗଢ଼ି ଉଠିଥିଲା ଭାରତୀୟ ଜନତା ପାର୍ଟି । ଆଭିଜାତ୍ୟ, ପ୍ରତିପତି ଓ ବିତଶାଳୀଙ୍କ କବଳରେ ଥିବା ଭାରତୀୟ ଶାସନର ସବା ପଛ ଧାଡ଼ିରେ ଛିଡ଼ା ହୋଇଥିବା ନିଃସ୍ୱ ନୀରିହ ଜନତାଙ୍କ ହାତ ଧରି ଆଗଧାଡ଼ିରେ ଛିଡ଼ା କରିବାର ସଂକଳ୍ପ ନେଇଥିଲା ଏହି ଦଳ । ବହୁ ସଙ୍ଘର୍ଷ ଓ ଘାତ ପ୍ରତିଘାତର ମୁକାବିଲା କରି ଗୋଟିଏ ପରେ ଗୋଟିଏ ଦୁର୍ନୀତି ଓ ଅହଂକାରୀ କଂଟାକୁ ରାସ୍ତାକୁ ହଟାଇ ଆଜି କୋଟି କୋଟି ଭାରତୀୟଙ୍କ ହୃଦୟ ଜୟ କରିଛି ଭାରତୀୟ ଜନତା ପାର୍ଟି । ପରିବର୍ତିତ ପରିସ୍ଥିତି ଓ ପରିବର୍ତନର ସମୂହ ସ୍ୱରରେ ଏକାଠି ହୋଇଛି ବିପୁଳ ଜନାଦେଶ । ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଦେଶର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତିବଦ୍ଧ ।
ଆଜି ପ୍ରତିÂା ଦିବସ ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ସମାଜବିଜ୍ଞାନୀ, ରାଜନୀତି ବିଜ୍ଞାନୀ, ବିଶିଷ୍ଟ ଐତିହାସିକ, ସାମ୍ବାଦିକ ତଥା ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ ସ୍ୱର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତୀରେ ଦଳୀୟ ନେତୃମଣ୍ଡଳୀ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ବିଜେପିର ପଦ୍ମ ପତାକା ତଳେ ଦଣ୍ଡାୟମାନ ହୋଇ ସମବେତଭାବେ ଦେଶାତ୍ମବୋଧ ସଙ୍ଗୀତ ‘ବନେ୍ଦ ମାତରମ୍’ ପରିବେଷଣ କରିବା ସହ ଭାରତମାତା କି ଜୟ, ଭାରତୀୟ ଜନତା ପାର୍ଟି କି ଜୟ…ଆଦି ଜୟଧ୍ୱନି ପକାଇଛନ୍ତି ଦଳର ଶତାଧିକ ନେତୃମଣ୍ଡଳୀ ଓ କର୍ମକର୍ତା ।
ପ୍ରତିÂା ଉତ୍ସବର ଏହି ଭବ୍ୟ ପାଳନ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଧାୟକ ଗୋବିନ୍ଦ ଦାସ, ସାଧାରଣ ସଂପାଦକ (ସଂଗଠନ) ଶାରଦା ଶତପଥୀ, ଉପସଭାପତି ସୁକେଶୀ ଓରାମ, ସମ୍ପାଦିକା ଶୋଭନା ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ନିରଞ୍ଜନ ମିଶ୍ର, ରତିକାନ୍ତ ଦାଶ, ଜୀବନ ସାହୁ, ଛୋଟଲାଲ ମହନ୍ତ, ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!