ଶ୍ରେÂ ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡିଶାର ଗୋଟିଏ ହେଲେ ସରକାରୀ ବିଶ୍ୱବିଦ୍ୟାଳୟର ନାମ ନ ରହିବା ଦୁର୍ଭାଗ୍୍ୟଜନକ : ବିଜେପି ଯୁବମୋର୍ଚ୍ଚା

- ଓଡିଆ ଛାତ୍ର ମାନଙ୍କ ଭବିଷ୍୍ୟତକୁ ଅନ୍ଧକାରମୟ କରୁଛନ୍ତି ନବୀନ ସରକାର
- ଉଚ୍ଚ ଶିକ୍ଷା ନବୀନ ସରକାରଙ୍କ ପ୍ରାଥମିକତାରେ ନାହିଁ
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସର୍ବ ଭାରତୀୟ ବିଶ୍ୱ ବିଦ୍ୟାଳୟ ର୍ୟାଙ୍କ ତାଲିକାରେ ପ୍ରଥମ ୧୦୦ ଟି ସ୍ଥାନରେ ଓଡିଶାର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ନ ପାଇବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ଯୁବ ମୋର୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ । ଉଚ୍ଚ ଶିକ୍ଷା ପ୍ରତି ରାଜ୍ୟ ସରକାର କେତେ ଚିନ୍ତିତ ଏହା ଏଥିରୁ ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଦୀର୍ଘ ୧୭ ବର୍ଷର ନବୀନ ପଟ୍ଟନାୟକ ସରକାଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ରାଜ୍ୟର ଯୁବକର ଭବିଷ୍ୟତ ନଷ୍ଟ ହେଉଛି । ରାଜ୍ୟ ସରକାରଙ୍କର ବିଶ୍ୱବିଦ୍ୟାଳୟ ମାନଙ୍କରେ ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡିଛି । ଖାଲି ପଡିଥିବା ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିଥିଲେ ସୁଦ୍ଧା ସେଗୁଡିକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ ମୋଟ ୯୭୫ଟି ଶିକ୍ଷକ ପଦବୀ ମଧ୍ୟରୁ ୪୦୧ ପଦବୀ ଖାଲି ରହିଥିବା ସରକାରୀ ହିସାବ କହୁଛି । କେବଳ ଉକ୍ରଳ ବିଶ୍ୱବିଦ୍ୟାଳୟରେ ୯୦ଟି ଶିକ୍ଷକ ପଦବୀ ଖାଲିଥିଲେ ସୁଦ୍ଧା ସେଗୁଡିକୁ ପୂରା କରାଯାଉ ନାହିଁ । ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୬୨ଟି ଶିକ୍ଷକ ପଦବୀ ଖାଲି ପଡିଛି ।
ଅନୁରୂପ ଭାବେ ଅନ୍ୟ ସମସ୍ତ ସରକାରୀ ବିଶ୍ୱିବିଦ୍ୟାଳୟ ମାନଙ୍କର ସ୍ଥିତି ଏପରି ରହିଛି । କେବଳ ଶିକ୍ଷକ ପଦବୀ କାହିଁକି ଭିତିଭୂମି ମଧ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ତିଆରି କରାଯାଉ ନାହିା ଏହା ଫଳରେ ଓଡିଆ ପିଲା ମାନଙ୍କର ଛାତ୍ରକୁ ନବୀନ ପଟ୍ଟନାୟକ ଅନ୍ଧକାରମୟ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Share in top social networks!