ବିଜେପିରେ ମହାମିଶ୍ରଣ; ବିଜେପିରେ ସହସ୍ରାଧିକ କଂଗ୍ରେସ ଓ ବିଜେଡି ନେତାଙ୍କ ଯୋଗଦାନ

harihari
ପରିବର୍ତିତ ପରିସ୍ଥିତି ଏବଂ ବଦଳୁଥିବା ବିପୁଳ ଜନାଦେଶ ସପକ୍ଷରେ ଓଡ଼ିଶାବାସୀଙ୍କ ରଣହୁଙ୍କାର । ସମର୍ଥନ ଓ ସହଯୋଗର ହଜାର ହଜାର ହାତ ମିଶୁଛି ଦେଶ ଓ ବିଶ୍ୱର ବୃହତ୍ ରାଜନୈତିକ ଦଳ ସହିତ । ଏହାର ନିଚ୍ଛକ ବାତାବରଣ ଆଜି ଦେଖିବାକୁ ମିଲିଛି ପ୍ରଦେଶ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ । ରାଜ୍ୟର ଭିନ୍ନ ଭିନ୍ନ ପ୍ରାନ୍ତରୁ ହଜାର ହଜାର ଜନତା ଆଜି ସାମିଲ ହୋଇଛନ୍ତି ବିଜେପିରେ । ବିଜେଡି ସମେତ ଜାତୀୟ ଦଳ କଂଗ୍ରେସର ବହୁ ବରିÂ ଓ ନାମକରା ନେତା ଆଜି ପରିବର୍ତିତ ହେଉଥିବା ଜନାଦେଶକୁ ସମର୍ଥନ କରି ତ୍ୱରିତ ଗତିରେ ରାଜ୍ୟର ସୁଖ ସମୃଦ୍ଧି ଓ ସାମୁହିକ ବିକାଶ ପାଇଁ ବିଜେପି ସହ ସାମିଲ ହୋଇଛନ୍ତି ।
ଅନୁଗୁଳ ଜିଲ୍ଲାର ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ଉପନଗରପାଳ ତଥା ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନ ଏବଂ ତାଙ୍କ ନେତୃତ୍ୱରେ କଂଗ୍ରେସର ବହୁ ତୁଙ୍ଗନେତା, ବହୁ ଯୁବ ଓ ଛାତ୍ର ନେତା ବିଜେପିରେ ଆନୁÂାନିକ ଭାବେ ସାମିଲ ହୋଇଛନ୍ତି । କଂଗ୍ରେସ ସେବାଦଳର ଅନୁଗୁଳ ଜିଲ୍ଲା ସଭାପତି ଦୋଳଗୋବିନ୍ଦ ମହାରଥୀ, ସମାଜସେବୀ ଓ ପ୍ରତିÂିତ ବ୍ୟବସାୟୀ ସତ୍ୟବ୍ରତ ସ୍ୱାଇଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅମୀୟ ତ୍ରିପାଠୀ, ଜିଲ୍ଲା କଂଗ୍ରେସ ଉପସଭାନେତ୍ରୀ ଅଳକା ମହାନ୍ତି, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ପ୍ରକାଶ ସାହୁ, ଛାତ୍ର କଂଗ୍ରେସ ସଭାପତି ପୁରୁଷୋତମ ନାୟକ, ଉପସଭାପତି ସୁଦୀପ୍ତ ସ୍ୱାଇଁ, ସମ୍ପାଦକ ସମୀର ପରିଡ଼ା, ବହୁ ସରପଂଚ, ସମିତିସଭ୍ୟ, ଜିଲ୍ଲା କଂଗ୍ରେସ ସମ୍ପାଦକ ରାସବିହାରୀ ଦାସ, ସୁଧୀର ତ୍ରିପାଠୀ, ବସନ୍ତ ବିଶ୍ୱାଳ, ବୁଲୁ ପୋଲାର, ନିର୍ବାଚିତ ପ୍ରତିନିଧି ଏବଂ ଶତାଧିକ କର୍ମୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଜିଲ୍ଲାର ଆଠମଲ୍ଲିକ, ଛେଣ୍ଡିପଦା ନିର୍ବାଚନମଣ୍ଡଳୀରୁ ବହୁ କଂଗ୍ରେସ ନେତା ଏବଂ କର୍ମୀ ପାର୍ଟିରେ ଯୋଗ ଦେଇଛନ୍ତି ।
ନୟାଗଡ଼ ଜିଲ୍ଲାର ପୂର୍ବତନ ବିଧାୟକ ଓ ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସାଧାରଣ ସମ୍ପାଦକ ସୀତାକାନ୍ତ ମିଶ୍ର, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ଆଇନଜୀବୀ ଗୌରହରି ସ୍ୱାଇଁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉମାକାନ୍ତ ପଟ୍ଟନାୟକ ଏବଂ ନିର୍ବାଚିତ ବହୁ ବରିÂ କଂଗ୍ରେସ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେହିପରି ରଣପୁର ନିର୍ବାଚନମଣ୍ଡଳୀର ବହୁ ନିର୍ବାଚିତ ପ୍ରତିନିଧି ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ପାର୍ଟିରେ ଯୋଗଦାନ କରିଛନ୍ତି ।
ଯାଜପୁର ଜିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ଓ ବରିÂ ବିଜେଡି ନେତା ଅଶୋକ କୁମାର ବଳ, ଗତ ସାଧାରଣ ନିର୍ବାଚନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନଭାବେ ପ୍ରାର୍ଥୀ ହୋଇଥିବା ସୁରଜିତ୍ ରାଉତ ପ୍ରମୁଖ ନିଜ ନିଜର ଶତାଧିକ ସମର୍ଥକଙ୍କ ସମେତ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବହୁ ନିର୍ବାଚିତ ପ୍ରତିନିଧି ବିଜେପିରେ ସାମିଲ ହୋଇଛନ୍ତି ।

କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ବରିÂ ବିଜେଡି ନେତା ଦେବେନ୍ଦ୍ରନାଥ ପାଣ୍ଡବ, ଦୁଃଶାସନ ପାଣ୍ଡବ, ପ୍ରଦୀପ କୁମାର ଶାହା ପ୍ରମୁଖ ନିଜ ନିଜର ଶତାଧିକ ସମର୍ଥକ ଏବଂ କଟକ ସଦର ଅନ୍ତର୍ଗତ କଂଟାପଡ଼ା ବ୍ଲକର ବିଜେଡି ନେତା ବେଣୁଧର ବେହେରା, ଲିଙ୍ଗରାଜ ମହାନ୍ତି, ସୁନାକର ବେହେରା, ଧନୁର୍ଦ୍ଧର ବେହେରା ପ୍ରମୁଖ ଆଜି ବିଜେପିରେ ଯୋଗ ଦେଇଛନ୍ତି ।
ନୂଆପଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନୀହାରିକା ବେହେରା, ଖଡିଆଳ ବ୍ଲକ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କେଶବ ବେହେରା ପ୍ରମୁଖଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ବିଶିଷ୍ଟ ସମବାୟବିତ୍ ଗିରିଶ ଚନ୍ଦ୍ର ବୈରୀଶାଳ ଓ ଗୌରୀଶଙ୍କର ପଟ୍ଟନାୟକ, ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ଓ କଂଗ୍ରେସ କର୍ମୀ, ଜଗତସିଂହପୁର ଜିଲ୍ଲାର ବହୁ ଅବସରପ୍ରାପ୍ତ ସେନାଧିକାରୀ, ଗାୟତ୍ରୀ ଗ୍ରୁପ୍ ଅଫ ଶିକ୍ଷାନୁÂାନର ଚେୟାରମେନ ପ୍ରତିÂାତା ଇଞ୍ଜିନିୟର ଉତମ କୁମାର ପାଣିଗ୍ରାହୀ, ବ୍ରହ୍ମଗିରି ବହୁ ନିର୍ବାଚିତ ପ୍ରତିନିଧି, ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବହୁ ନିର୍ବାଚିତ ପ୍ରତିନିଧି ଆଜି ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପିର ଆଦର୍ଶରେ ଅନୁପ୍ରାଣିତ ହୋଇ ଓଲିଉଡ୍ର ଜଣାଶୁଣା ହାସ୍ୟାଭିନେତା ହରିହର ମହାପାତ୍ର ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି ।
ନୂତନ ଭାବେ ଯୋଗଦାନ କରିଥିବା ସମସ୍ତ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଏବଂ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ସଭାପତି ସମୀର ମହାନ୍ତି, ବରିÂ ନେତା ପ୍ରତାପ ଷଡଙ୍ଗୀ, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଓ ରଂଜନ ପଟେଲ, ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୁଦ୍ର ନାରାୟଣ ପାଣି, ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପ ସଭାପତି ଠାକୁର ରଣଜିତ ଦାଶ ପ୍ରମୁଖ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁÂିତ ହୋଇଥିଲା ।

Share in top social networks!