ମୁଖ୍ୟମନ୍ତ୍ରୀଙ୍କ ସହ ହାତ ମିଳେଇଲେ ଓ ସେଲ୍‍ଫି ନେଲେ, ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଆଲୋଚନା କଲେ

ବିଜେଡି ପଞ୍ଚାୟତିରାଜ ପ୍ରତିନିଧିଙ୍କ ସମୀକ୍ଷା ବୈଠକ
bjdnaveen
ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାକଙ୍କ ସହିତ ସିଧାସଳଖ ଆଲୋଚନା କରିସାରିବା ପରେ ଜୟପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ବାଗ୍‍ଦରିଆ ବେଶ୍‍ ଖୁସି ଜଣାପଡୁଥିଲେ । ତାଙ୍କ ପ୍ରତିକ୍ରିୟାରେ କହିଲେ, “ମୁଁ ଆମ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ କଥା ହୋଇ ଆଜି ଭାରି ଖୁସି । ଏବେ ମୋ
ଅଞ୍ଚଳରେ ଯାହା ଛୋଟବଡ଼ ସମସ୍ୟା ଅଛି, ସେସବୁ ଦୂର କରିବାରେ ଆଉ ଅସୁବିଧା ହେବ ନାହିଁ ।” ସେହିଭଳି ପଞ୍ଚାୟତିରାଜ ବ୍ୟବସ୍ଥାକୁ ନୂଆକରି ଆସିଥିବା ଲମତାପୁଟ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ କୁମାରୀ ହନ୍ତାଳ ତାଙ୍କ ରାଜନୈତିକ ଜୀବନ ଆରମ୍ଭରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ ଦୁଇପଦ କଥାବାର୍ତ୍ତା କରିବାର ସୁଯୋଗ ପାଇଥିବାରୁ ବେଶ୍‍ ଉତ୍ସାହ ଜଣାପଡୁଥିଲେ । ତାଙ୍କ ଅଞ୍ଚଳର ଗମନାଗମନ ଓ ପାନୀୟ ଜଳ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହି ଶ୍ରୀମତୀ
ହନ୍ତାଳ ପ୍ରକାଶ କରିଥିଲେ ଯେ ‘ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ମୋ ଅଞ୍ଚଳର ଲୋକଙ୍କ ପାଇଁ ମୁଁ କାମ କରିଚାଲିବି ।’

ବୈପାରିଗୁଡ଼ା ବ୍ଲକ ଉପାଧ୍ୟକ୍ଷ ପ୍ରୀୟଚନ ଜେନା କହିଥିଲେ ଯେ “ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା ବେଳେ ମୁଁ ମୋ ଅଞ୍ଚଳର ବିଦୁ୍ୟତ ଯୋଗାଣ ସମସ୍ୟା ସଂପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ମୁଁ ଆଜି ବହୁତ ଖୁସି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଅଞ୍ଚଳବାସୀଙ୍କ ପାଇଁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବେ ବୋଲି ମୋତେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ମୋତେ ବେଶ୍‍ ଆଶ୍ୱସ୍ତ କରିଛି, ମୁଁ ଏଣିକି ମୋ ଅଞ୍ଚଳବାସୀଙ୍କ ସେବାରେ ନିଜକୁ ଆହୁରି ଭଲ ଭାବରେ
ବିନିଯୋଗ କରିପାରିବି ।” ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ କଥାବାର୍ତ୍ତା ପରେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ନିର୍ବାଚିତ ପ୍ରତିନିଧି ଶ୍ରୀମତୀ ଲୋପାମୁଦ୍ରା ନାୟକ କହିଥିଲେ ଯେ “ସରକାରୀ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଆନ୍ତରିକତାର ସହିତ କାମ କରିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ଆମକୁ ପରାମର୍ଶ ଦେଇଥିଲେ । ମୁଁ ଏବେ ବେଶ୍‍ ଉତ୍ସାହିତ, ଏଣିକି ଆମ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ମୋ ଅଞ୍ଚଳର ବିକାଶ ପାଇଁ କାମ କରିବି ।” ଏହିଭଳି ବେଶ୍‍ କିଛି ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା ଆଜି ପ୍ରଥମ ଦିନର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ସହିତ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଲୋଚନା ସମୟରେ ।

ପ୍ରଥମ ପର୍ଯ୍ୟାୟରେ ଆଲୋଚନା ଆରମ୍ଭ ହୋଇଥିଲା ଯାଜପୁର ଜିଲ୍ଲାର ୧୦ଟି ବ୍ଲକରୁ ଆସିଥିବା ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ସହିତ । ଏହି ସମୀକ୍ଷା ବୈଠକର ପରବର୍ତ୍ତୀ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରୁ ଆସିଥିବା ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରାଯାଇଥିଲା । ବୈଠକ ଆରମ୍ଭରେ ଦଳର ଉପସଭାପତି ତଥା ମୁଖପାତ୍ର ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହିତ ଏହି ସମୀକ୍ଷା ବୈଠକର ଆଭିମୁଖ୍ୟ ସଂପର୍କରେ ସାମ୍ୟକ ସୂଚନା ଦେଇ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ସିଧାସଳଖ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ଓ ତାଙ୍କ ସମସ୍ୟା ସଂପର୍କରେ ଜାଣି ମାର୍ଗଦର୍ଶନ କରାଇବା କ୍ଷେତ୍ରରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାରେ ସରକାରଙ୍କ ତରଫରୁ
ଗ୍ରହଣ କରାଯାଇଥିବା ଉନ୍ନତିମୂଳକ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡିକର ଅଗ୍ରଗତି ସଂପର୍କରେ ଆଲୋଚନା କରାଯିବା ସହିତ ପ୍ରତି ୬ ମାସରେ ସମୀକ୍ଷା କରାଯିବ ବୋଲି ଶ୍ରୀ ପାତ୍ର କହିଥିଲେ ।

ବିଭିନ୍ନ ବ୍ଲକର ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ସିଧାସଳଖ ଆଲୋଚନା ବେଳେ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଅନ୍ୟ ରାଜନୈତିକ ଦଳ ଠାରୁ ଭିନ୍ନ । ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ବିଜେଡିର ଏକମାତ୍ର କାର୍ଯ୍ୟକ୍ରମ । ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଜୁ ଜନତା ଦଳ ସରକାର ଅନେକ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପଞ୍ଚାୟତିରାଜ ଅନୁÂାନର କ୍ରିୟାଶୀଳତା ଉପରେ ନିର୍ଭର କରେ । ଲୋକମାନେ ଯେଭଳି ସୁବିଧାରେ ସରକାରଙ୍କ ଯୋଜନାଗୁଡିକର ସୁଫଳ ପାଇପାରିବେ ତାହା ପଞ୍ଚାୟତିରାଜ ପ୍ରତିନିଧିଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଦରକାର । ଏ ଦିଗରେ ଜନପ୍ରତିନିଧିମାନେ ସ୍ୱଚ୍ଛ ଏବଂ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଲୋକଙ୍କ ସେବାରେ ଜନପ୍ରତିନିଧିମାନେ ନିଜକୁ ନିୟୋଜିତ କରି ଲୋକଙ୍କ ହୃଦୟ
ଜିଣିଲେ ଆମ ଦଳ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ ହୋଇପାରିବ । ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ସଂଗଠିତ କରିବା ସହିତ ରାଜ୍ୟର ଜନସାଧାରଣ ବିଜୁ ଜନତା ଦଳ ଉପରେ ଯେଉଁ ଆସ୍ଥା ସ୍ଥାପନ କରିଛନ୍ତି ତାହା ନିÂାପର କାର୍ଯ୍ୟ ମାଧ୍ୟମରେ ଅତୁଟ ରଖିବା ତଥା ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ଯେଭଳି ଆମେ ରାଜ୍ୟବାସୀଙ୍କର ବିଶ୍ୱାସଭାଜନ ହୋଇପାରିବ ସେ ଦିଗରେ ସବୁମତେ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ । ଦୀର୍ଘ ଅଢେ଼ଇ ଘଣ୍ଟା କାଳ ପ୍ରତିନିଧିମାନଙ୍କ
ସମସ୍ୟା ଓ ନିଜ ନିଜ ଅଞ୍ଚଳର ବିକାଶ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇ ଶୁଣିଥିଲେ ।

ଆଲୋଚନା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ହାତ ମିଳାଇବା ସହ ସେଲ୍‍ଫି ନେଇଥିଲେ । ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମୀକ୍ଷା ବେଳେ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳର ଜନପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସମସ୍ୟାଗୁଡ଼ିକ ସଂପର୍କରେ ଲିପିବଦ୍ଧ କରି ଆଗାମୀ ଦିନରେ ପଦେକ୍ଷପ ନିଆଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ସାଂସଦ ଝିନ୍ନ ହିକ୍‍କା, ରୀତା ତରାଇ, ବିଧାୟକ ସର୍ବଶ୍ରୀ ଅମର ପ୍ରସାଦ ଶତ୍‍ପଥୀ, ଦେବାଶିଷ ସାମନ୍ତରାୟ, ଦେବାଶିଷ ନାୟକ, ପ୍ରୀତୀରଂଜନ ଘଡାଇ, ଆକାଶ ଦାସନାୟକ, ପ୍ରଫୁଲ ପାଙ୍ଗୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!