ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜନ ଅନାସ୍ଥା ଦେଖା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

DPJOINING
• ବିଜୁ ଜନତା ଦଳର ନେତା ମାନେ ଛତ୍ର ଭଙ୍ଗ ଦେବା ଆରମ୍ଭ କଲେଣି
• ତୃଣମୂଳ ସ୍ତରରେ ସାଧାରଣ ଓଡିଆ ଲୋକ ମାନେ ନରେନ୍ଦ୍ର ମୋଦିଙ୍କୁ ନେତା ମାନି ସାରିଲେଣି
• ୩୬ ହଜାର ବୁଥରେ ନୂଆ ଲୋକଙ୍କୁ ମିଶାଇ ପୁରୁଣାକର୍ମୀଙ୍କ ସହ ଦଳକୁ କରାଯାଉଛି ମଜବୂତ
• ସାମାଜିକ ଆଧାର ଥିବା ନେତାଙ୍କୁ ଦିଆ ଯିବ ଦାୟିତ୍ୱ
• ୨୦୧୯ ମସିହା ସାଧାରଣ ନିର୍ବାଚନର ରଣନୀତି ପ୍ରସ୍ତୁତ କରାଯିବ ଜାତୀୟ କାର୍ଯ୍ୟକାରିଣୀ
ବୈଠକରେ
ଓଡିଶାରେ ଥିବା ସରକାର ବିରୁଦ୍ଧରେ ଜନ ଅନାସ୍ଥା ଦେଖା ଦେଇଛି ବୋଲି ବିଜେପି
ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଥିବା ନେତା ଓ କର୍ମୀ ମାନଙ୍କୁ ସ୍ୱାଗତ କରିବା ଅବସରରେ କେନ୍ଦ୍ର
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳର ନେତା ମାନେ ଛତ୍ର ଭଙ୍ଗ ଦେବା ଆରମ୍ଭ
କଲେଣି । ତୃଣମୂଳ ସ୍ତରରେ ସାଧାରଣ ଓଡିଆ ଲୋକ ମାନେ ନରେନ୍ଦ୍ର ମୋଦିଙ୍କୁ ନେତା ମାନି ସାରିଲେଣି । ଏହି
ସବୁ ଘଟଣା ବିଜେପିକୁ ଉତ୍ସାହିତ କରୁଛି । ଏହା ମୋଟାମୋଟି ପ୍ରମାଣିତ କରୁଛି ଯେ ଓଡିଆ ଲୋକ ମାନେ ବଡ
ପରିବର୍ତନ ପାଇଁ ମନ ବନେଇ ସାରିଲେଣି ।
କେଉଁ ଦଳରେ କଣ ହେଉଛି ସେମାନଙ୍କ ସମ୍ପର୍କରେ ଚିନ୍ତା କରିବାର ବିଜେପିର କିଛି ରୁଚି ନାହିଁ । ଭାରତୀୟ
ଜନତା ପାର୍ଟୀକୁ ଓଡିଶାର ୩୬ ହଜାର ବୁଥରେ ନୂଆ ଲୋକ ମାନଙ୍କୁ ନେଇ ପୁରୁଣା ଲୋକ ମାନଙ୍କୁ ସକ୍ରିୟ
କରାଇ , ସାମାଜିକ ଆଧାର ରଖୁଥିବା ବନ୍ଧୁ ମାନଙ୍କୁ ଦାୟିତ୍ୱ ଦେଇ ଦଳକୁ ମଜବୂତ କରିବା କାମରେ ତାଙ୍କ ଦଳ
ଲାଗିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଓଡିଶାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅନୁÂିତ ହେଉଥିବା ପରିପ୍ରେକ୍ଷୀରେ କହିଛନ୍ତି ଯେ ମୋଦି
ଶାସନର ତିନି ବର୍ଷ ପରେ ଉତର ପ୍ରଦେଶ, ଉତରାଖଣ୍ଡ ସମେତ ଅନ୍ୟ ରାଜ୍ୟ ମାନଙ୍କରେ ନିର୍ବାଚନ ସଫଳତା
ମୋଦିଙ୍କ ଜନ ପ୍ରିୟତାକୁ ପୁଣି ପ୍ରମାଣିତ କରିଛି ।
୨୦୧୯ର ସାଧାରଣ ନିର୍ବାଚନକୁ ୨ ବର୍ଷ ବାକି ଥିବା ବେଳେ ଏହି ନିର୍ବାଚନ ନେଇ ଦଳର ରଣନୀତି
ଭୁବନେଶ୍ୱର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!