ଉକ୍ରଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ଜଣଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ରେଡକ୍ରସ ପୁରସ୍କାର

redcross
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୮ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପବିତ୍ର ଉକ୍ରଳ ଦିବସ ଅବସରରେ ସେମାନଙ୍କର ବିଭିନ୍ନ ପାରଦର୍ଶିତା ପାଇଁ ରେଡକ୍ରସ ପୁରସ୍କାର ପ୍ରଦାନ କରିଥିଲେ ।

ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ଯଥା ଡଃ. ଶରତ କୁମାର ପଲିତା ଓ ଶ୍ରୀ ଜି. ଚନ୍ଦ୍ରଶେଖର ରେଡ୍ଡ – ଶାରୀରିକ ଦିବ୍ୟାଙ୍ଗ, ଶ୍ରୀ ଶୀ୍ରହର୍ଷ ଶୁ୍କ୍ଳା ଓ ଶ୍ରୀ ରମନ ରଞ୍ଜନ ପରିଡା – ବାକ୍ ଓ ଶ୍ରବଣଶକ୍ତି ରହିତ, ଶ୍ରୀ ବିନୋଦ ବିହାରୀ ସାହୁ ଓ ଶ୍ରୀ ସ୍ୱାଧୀନ କୁମାର ପ୍ରଧାନ – ଦୃଷ୍ଟିଶକ୍ତି ବିହୀନ ଏବଂ ଶ୍ରୀ ପ୍ରୀତମ କୁମାର ଦଳାଇ ଓ ରୁଶାଲୀ ଜେନା – ମାନସିକ ଅନଗ୍ରସର, ପ୍ରତ୍ୟେକ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଚେକ୍ ବାବଦକୁ ଟ୨୫,୦୦୦/-ଙ୍କା ସହ ଏକ ମାନପତ୍ର ପବିତ୍ର ଉକ୍ରଳ ଦିବସ ଅବସରରେ ଅପ୍ରେଲ ପହିଲା ଦିନ ସ୍ଥାନୀୟ ଉକ୍ରଳ ମଣ୍ଡପ ଠାରେ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ପୁରସ୍କାର ପ୍ରଦାନ ରେ ଅବୈତନିକ ସଚିବ ଡାକ୍ତର ଡା. ଜ୍ଞାନବ୍ରତ ମହାନ୍ତି ସହାୟତା କରିଥିଲେ । ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଏହି ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କର ଉଦ୍ୟମ ପାଇଁ ପୁରସ୍କୃତ କରି ନିଜକୁ ଗୌରବାନ୍ୱିତ ମନେ କରୁଛି । ଏତଦ୍ ବ୍ୟତୀତ ଏହି ସଭାରେ ବିଭିନ୍ନ ବର୍ଗର ଅତିଥିମାନେ ଉପସ୍ଥିତ ରହି, ଏହି ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କର ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ ।

Share in top social networks!