ରାଜଭବନରେ ବିଦାୟକାଳୀନ ସଭା

guvjamirରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ତଥା ବିଶିଷ୍ଟ ସାହିତି୍ୟକ ପ୍ରଦୀପ କୁମାର ରଥ (ଆଇ.ଏ.ଏସ୍) ଓ ବରିÂ ଲାବୋରେଟରି ଟେକ୍ନିସିଆନ ପ୍ରକାଶ ଚନ୍ଦ୍ର ମହାନ୍ତି ସରକାରୀରୁ ଅବସର ନେଇଛନ୍ତି । ଏହି ଉପଲକ୍ଷେ ଅଭିଷେକ ହଲରେ ଆୟୋଜିତ ଏକ ବିଦାୟକାଳୀନ ସଭାରେ ଯୋଗଦେଇ ରାଜ୍ୟପାଳ ଡ.ଏସ୍.ସି. ଜମିର୍ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଖମୟ ଅବସର ଜୀବନ କାମନା କରିଛନ୍ତି ।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସି.ଜେ. ଭେନୁଗୋପାଳ, ଲେଖା ନିୟନ୍ତ୍ରକ ସୌମ୍ୟ ନାରାୟଣ ପାଣିଗ୍ରାହୀ, ଅତିରିକ୍ତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ରାଜ୍ୟପାଳଙ୍କ ଏ.ଡ଼ି.ସି. ବିଷ୍ଣୁଚରଣ ପ୍ରଧାନ, ବରିÂ ଭେଷଜ ବିଶେଷଜ୍ଞ ଡ଼. ସୁଚିତ୍ରା ଦାସ, ଲୋକ ସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଂଜ, ବ୍ୟକ୍ତିଗତ ସଚିବ ବିନୋଦ କୁମାର ସିଂହ ପ୍ରମୁଖ ବିଦାୟୀ ସହକର୍ମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ସଭାରେ ଉପସ୍ଥିତ ଥିଲେ । ଶ୍ରୀ ରଥ ନିଜ ଚାକିରୀ ଜୀବନର ଅନୁଭବ ଓ ଉପଲବ୍ଧି ପ୍ରକାଶ କରିବା ସହ ଅବସର ଜୀବନ ସୃଜନ କର୍ମରେ ଉପଯୋଗ କରିବେ ବୋଲି କହିଥିଲେ ।

Share in top social networks!