ଓଡିଶା ବିଶ୍ୱ ମାନଚିତ୍ରରେ ଏକ ଶକ୍ତିଶାଳୀ ଭୂଖଣ୍ଡ ହୋଇ ପାରିବ – ଧର୍ମେନ୍ଦ୍ର ପ୍ରଧାନ

utkaldivas
• ୧୯୩୬ ମସିହାରେ ଉକ୍ରଳ ପ୍ରଦେଶ ଗଠନ ହୋଇଥିଲେ ମଧ୍ୟ ଓଡିଶାର ହଜାର ହଜାର ବର୍ଷର
ଗୌରବମୟ ଇତିହାସ ରହିଛି
• ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚା ଯାଇ ପାରିବ
ଜନତା ମୈଦାନରେ ଭବ୍ୟ ଉକ୍ରଳ ଦିବସ ପାଳନ ଅବସରରେ ଓଡିଶାର ଆଜିର ଓ
ଆସନ୍ତା ପୀଢୀ ଓଡିଶାକୁ ପୃଥିବୀ ମାନଚିତ୍ରରେ ଏକ ଶକ୍ତିଶାଳୀ ଭୂଖଣ୍ଡ ଭାବେ ପ୍ରତିÂିତ କରି ପାରିବେ ବୋଲି
ସମବେତ ଜନତାଙ୍କୁ ଉଦବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଅନେକ ବରପୁତ୍ରଙ୍କ ଯୋଗୁ ୧୯୩୬ ମସିହାରେ ଓଡିଶା ଦେଶର ପ୍ରଥମ
ଭାଷାଭିତିକ ରାଜ୍ୟ ଭାବେ ପ୍ରତିÂିତ ହୋଇଥିଲା । ମାତ୍ର ଓଡିଶାର ହଜାର ହଜାର ବର୍ଷର ଗୌରବମୟ ଇତିହାସ
ରହିଛି । କଳା, ସାହିତ୍ୟ,ବାଣିଜ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଓଡିଆ ଜାତି ସାରା ବିଶ୍ୱରେ ନିଜ ପାଇଁ ଏକ ଅନନ୍ୟ
ପରିଚୟ ସୃଷ୍ଟି କରିଥିଲା ।
ଓଡିଶା ଆଜିବି ଅପାର ସମ୍ଭାବନାର ରାଜ୍ୟ । ପ୍ରଚୁର ପ୍ରାକୃତିକ ସମ୍ପଦ, ପ୍ରଶସ୍ତ ବେଳାଭୂମି, ଅମାପ ଜଙ୍ଗଲ ସମ୍ପଦ,
ଜଳ ସମ୍ପଦ ତଥା କର୍ମଠ ଯୁବ ସମାଜ ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚାଇବାର କ୍ଷମତା ରଖୁଛି ବୋଲି ଶ୍ରୀ
ପ୍ରଧାନ କହିବା ସହ ଓଡିଶା ପ୍ରଗତିର ରାସ୍ତାରେ ଆଗେଇ ନୂଆ କୀର୍ତିମାନ ସ୍ଥାପନା କରିବ ବୋଲି ମତ ବ୍ୟକ୍ତ
କରିଛନ୍ତି ।
ଏହି ଉତ୍ସବରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶାର କୃଷକ ତଥା
ସାଧାରଣ ଜନତାଙ୍କୁ ଉକ୍ରଳ ଦିବସରେ ଶୁଭକାମନା ଦେଇଥିଲେ ।
ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ସମ୍ମାନିତ କରା ଯାଇଥିଲା ।
ଏଥିରେ ରଙ୍ଗାରଙ୍ଗ ମନୋରଂଜନ କାର୍ଯ୍ୟକ୍ରମ ସହ ସୁସ୍ୱାଦୁ ଉକ୍ରଳୀୟ ବ୍ୟଂଜନର ମଜା ଦର୍ଶକ ମାନେ ନେଇଥିଲେ ।
ଏହି ଅବସରରେ ପ୍ରସ୍ତୁତ କରାଯାଇଥିବା ଓଡିଆ ସ୍ୱାଭିମାନ ପ୍ରଦର୍ଶନୀକୁ ଲୋକ ମାନେ ଉପଭୋଗ କରିଥିଲେ ।

Share in top social networks!