କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ ହେଲା ଅତ୍ୟାଧୁନିକ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର

ubss
- ଅଗ୍ରଣୀ ପିଏସୟୁ ଇଆଇଏଲ ଦ୍ୱାରା ପ୍ରଦତ ଏହି ବ୍ୟବସ୍ଥାକୁ ସ୍ୱେଚ୍ଛାସେବୀ ସଂଗଠନ ୟୁବିଏସଏସ କରିବ
ପରିଚାଳନା
- ଉପାନ୍ତ ଅଂଚଳ ଯାଇ ଗରୀବ ଜନସାଧାରଣଙ୍କୁ ଦେବ ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା
- ଓଡିଆ ଲୋକଙ୍କ ଡିଏନଏରେ ସେବା ଭାବନା ଭର୍ତି ହୋଇ ରହିଛି
ଉକ୍ରଳ ଦିବସ ଅବସରରେ ଏକ ଅତ୍ୟାଧୁନିକ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର କୁ ଲୋକାର୍ପିତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ଅଗ୍ରଣୀ ରାଷ୍ଟ୍ରାୟତ ଉଦ୍ୟୋଗ ଇଂଜିନିୟର୍ସ ଇଣ୍ଡିଆ ଦ୍ୱାରା ପ୍ରଦତ ଏହି ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରକୁ ଓଡିଶାର ଉପାନ୍ତ ଅଂଚଳରେ ଗରୀବ ଲୋକଙ୍କର
ସେବାରେ ନିୟୋଜନ କରିବାର ଦାୟିତ୍ୱ ଉକ୍ରଳ ବିପନ୍ନ ସହାୟତା ସମିତି ଗ୍ରହଣ କରିଛି ।

ଉକ୍ରଳ ବିପନ୍ନ ସହାୟତା ସମିତି ପରିସରରେ ଅନୁÂିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଓଡିଆ
ଲୋକଙ୍କ ଡିଏନଏରେ ସେବା ଭାବ ରହିଛି । ସେଇଥି ପାଇଁ କଲେଜରୁ ପାଠ ପଢି ଆସିବା ପରେ ଗାଁର ପିଲା ମାନେ
ଗୋପବନ୍ଧୁ, ମଧୁବାବୁ, ନେତାଜୀଙ୍କ ନାମରେ କ୍ଲବ ଗଠନ କରି ଜନ ସେବା କରନ୍ତି । ଗୋପବନ୍ଧୁ ଓ ଦରିଦ୍ର ଜନସାଧାରଣଙ୍କ
ସେବା ଓଡିଶାରେ ଏକ ପର୍ଯ୍ୟାୟବାଚୀ ଶବ୍ଦ ବୋଲି ଶ୍ରୀ ପ୍ରଧାନ କହିବା ସହ ୟୁବିଏସଏସ ଏହି ସେବା ଭାବନାକୁ ଧ୍ୟେୟ
କରି କାର୍ଯ୍ୟ କରୁଥିବାରୁ ଶ୍ରୀ ପ୍ରଧାନ ଏହି ସଂସ୍ଥାକୁ ଭୂୟସୀ ପ୍ରଶଂସା କରିଛନ୍ତି ।
୧୯୯୯ର ମହାବାତ୍ୟା ପରେ ଜଗତସିଂହପୁର ଜିଲ୍ଲାରେ କୁଢ କୁଢ ଶବକୁ ସଂସ୍କାର କରି ୟୁବିଏସଏସ ଲୋକ
ଲୋଚନକୁ ଆସିଥିଲା । ପ୍ରାକୃତିକ ଦୁର୍ବିପାକ ସମୟରେ ସଂପୂର୍ଣ ସମର୍ପଣ ସହ ସ୍ୱେଚ୍ଛାସେବୀ ମାନଙ୍କର ନିÂାର ପରିଚୟ
ଓଡିଶାବାସୀ ଦେଖିଛନ୍ତି ।
ଉକ୍ରଳ ଦିବସ ତଥା ୟୁବିଏସଏସର ବିଚାର ପରିବାରର ସ୍ରଷ୍ଟା ଡ. ହେଡଗେବାରଙ୍କ ଜନ୍ମ ଦିନରେ ଏହି ସେବା ପ୍ରକଳ୍ପର
ଶୁଭାରମ୍ଭ ଏକ ଶୁଭସଂକେତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭଲ କାମ କଲେ ଅର୍ଥ ପ୍ରତିବନ୍ଧକ ନୁହେଁ । ୟୁବିଏସଏସର ନିÂାପର ଜନସେବା ପାଇଁ ଅର୍ଥ
ବାଧକ ହେବ ନାହିଁ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଏହି ଭ୍ରାମ୍ୟମାଣ ଚିକିତ୍ସାଳୟରେ ଓପିଡି, ଚକ୍ଷୁ ଚିକିତ୍ସା ବ୍ୟବସ୍ଥା, ପାଥୋଲୋଜି
ପରୀକ୍ଷଣର ବ୍ୟବସ୍ଥା, ଏକ୍ସରେ ସମେତ ରେଡିଓଲୋଜିର ବ୍ୟବସ୍ଥା ତଥା ଦନ୍ତ ଚିକିତ୍ସା ପାଇଁ ଆଧୁନିକ ଚିକିତ୍ସା ବ୍ୟବସ୍ଥା
ଏଥିରେ ରହିଛି ।
ଏହି ଭ୍ୟାନରେ ଅଭିଜ୍ଞ ଡାକ୍ତର ମାନେ ଗ୍ରାମାଂଚଳ ଓ ଉପାନ୍ତ ଅଂଚଳକୁ ଯାଇ ଜନସେବା କରିବା ପାଇଁ ବ୍ୟବସ୍ଥା କରା
ଯାଇଛି ବୋଲି ଉକ୍ରଳ ବିପନ୍ନ ସହାୟତା ସମିତି ପକ୍ଷରୁ କୁହାଯାଇଛି ।

Share in top social networks!