ବିଏସ-୪ ଗ୍ରେଡ ଇନ୍ଧନର ସର୍ବ ଭାରତୀୟ ଉଦଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

17626426_1309350639148512_8110519944433827974_n
• ଭିଡିଓ ଲିଙ୍କ ଜରିଆରେ ଦେଶର ୧୨ଟି ସହରରେ ମଧ୍ୟ କଲେ ଶୁଭାରମ୍ଭ
• ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୨ କୋଟି ତମ ସିଲିଣ୍ଡର ପ୍ରଦାନ କଲେ ଶ୍ରୀ ପ୍ରଧାନ
• କାର୍ବନ ଓ ଗ୍ରୀନ ହାଉସ ନିର୍ଗମନକୁ କମ କରିବା ପାଇଁ ଭାରତ ସଂକଳ୍ପବଦ୍ଧ
ପବିତ୍ର ଉକ୍ରଳ ଦିବସ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସ-୪ ଗ୍ରେଡ ଇନ୍ଧନର ସର୍ବ ଭାରତୀୟ ଉଦଘାଟନ ଭୁୂବନେଶ୍ୱରରୁ କରିଛନ୍ତି । ଭୁବନେଶର ଠାରୁ ଶ୍ରୀ ପ୍ରଧାନ ଭିଡିଓ ଲିଙ୍କ ଜରିଆରେ ଦେଶର ୧୨ଟି ଅନ୍ୟ ସହର ବାରାଣସୀ, ବିଜୟବାଡା, ଦୁର୍ଗାପୁର, ଗୋରଖପୁର, ଇମ୍ଫାଲ, ଭୋପାଳ,
ରାଂଚି, ମଦୁରାଇ, ନାଗପୁର, ପାଟନା, ଗୁଆହାଟୀ ଓ ସିଲଂରୁ ମଧ୍ୟ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଦେଶର ୨ କୋଟି ତମ ସିଲିଣ୍ଡର ଭୁବନେଶ୍ୱରର ଜଣେ ମହିଳା ସ୍ୱାଲିଆ ବିବିଙ୍କୁ ପ୍ରଦାନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଆଜି ସ୍ୱଚ୍ଛ ପରିବହନ ଇନ୍ଧନର ଏକ ନୂଆ ଯୁଗ ଆରମ୍ଭ ହେଲା । ବିଏସ-୪ ଗ୍ରେଡର
ଇନ୍ଧନର ବ୍ୟବହାର ଦ୍ୱାରା ଦେଶର ୧୨୫ କୋଟି ଜନସାଧାରଣ ଲାଭାନ୍ୱିତ ହେବା ସହ ପ୍ରତ୍ୟେକ ସ୍ତରରେ ପ୍ରଦୂଷଣକୁ କମ
କରିବାରେ ଏହା ସହାୟକ ହେବ ।
ଶ୍ରୀ ପ୍ରଧାନ କହିଥିଲେ ଯେ ଆଜି ବଏସ- ୪ ଇନ୍ଧନ ଭାରତରେ ବ୍ୟବହାର ହେବ । ଏହା ସହିତ ଶ୍ରୀ ପ୍ରଧାନ ନିର୍ଧାରିତ ସମୟ
ମଧ୍ୟରେ ତୈଳ ବିପଣନ କମ୍ପାନୀ ମାନେ ଆବଶ୍ୟକ ଭିତିଭୂମି ଓ ଲଜିଷ୍ଟିକ ବ୍ୟବହାର କରି ରେକର୍ଡ ସମୟ ମଧ୍ୟରେ ବିଏସ-
୪ ଗ୍ରେଡର ଇନ୍ଧନ ସାରା ଦେଶରେ ଶୁଭାରମ୍ଭ କରିବାରେ ସଫଳ ହୋଇଥିବାରୁ ସେ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ
ଅଏଲ, ଏଚପିସି, ବିପିସିର ପ୍ରଶଂସା କରିଥିଲେ । ତୈଳ ବିପଣନ କମ୍ପାନୀ ମାନେ ଏହି ସ୍ୱଚ୍ଛ ଇନ୍ଧନ ଉପଲବ୍ଧ କରାଇବାକୁ ୯୦
ହଜାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ ଯଦିଓ ସର୍ବାଧିକ ପ୍ରଦୂଷଣକାରୀ ଦେଶ ନୁହେଁ ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ୟାରିସରେ କାର୍ବନ ନିର୍ଗମନ ଓ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ କମ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ବିଏସ-୪
ଇନ୍ଧନକୁ ଆପଣାଇବା ଭାରତର ଏହି ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି । ୨୦୨୦ ମସିହାବେଳକୁ
ଭାରତ ବିଏସ-୬ ଇନ୍ଧନ ବ୍ୟବହାର କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବିପିଏଲ ବର୍ଗର ମହିଳା ମାନଙ୍କ ପାଇଁ ମାଗଣାରେ ଗ୍ୟାସ ସଂଯୋଗ ପାଇଁ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଜ୍ୱଳା
ଯୋଜନାରେ ୨ କୋଟି ମହିଳା ହିତାଧିକାର ଲାଭବାନ ହୋଇଛନ୍ତି । ଉକ୍ରଳ ଦିବସ ଅବସରରେ ଏହି ସଂଖ୍ୟା ଦୁଇ କୋଟି ଛୁଇଁ
ଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ଏହି ଯୋଜନାରେ ବର୍ତମାନ ଯାଏ ସମ୍ପୂର୍ଣ ଦେଶରେ ଦୁଇ କୋଟି ମହିଳାଙ୍କୁ ଲାଭ
ମିଳିଥିବା ବେଳେ ଓଡିଶାରେ ୧୦ ଲକ୍ଷ ମହିଳା ଲାଭାନ୍ୱିତ ହୋଇ ସାରିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।
ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ କେ.ଡି ତ୍ରିପାଠୀ ଓ ମନ୍ତ୍ରଣାଳୟ ଏବଂ ତୈଳ ବିପଣନ କମ୍ପାନୀର ଏନ୍ୟ ବରିÂ ଅଧିକାରୀ
ମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

Share in top social networks!