ଆଇଓସିଏଲ ଟିକସ ମାମଲାରେ ପୁଣି ମୁହଁ ଖୋଲିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

17630108_1309349629148613_734905683629668444_n
ମାନ୍ୟବର ନ୍ୟାୟାଳୟଙ୍କ ପରାମର୍ଶ ଆଧାରରେ ଆପୋଷ କଥାବାର୍ତା ପାଇଁ ରାଜ୍ୟ ସରକାରଙ୍କ ପାଖରେ
ରଖିଲେ ପ୍ରସ୍ତାବ
• ଓଡିଶାର ସ୍ୱାର୍ଥ ପାଇଁ ଖୋଲା ମନରେ ଆଲୋଚନା କରିବା ପାଇଁ ତାଙ୍କ ବିଭାଗ ପ୍ରସ୍ତୁତ
• ଓଡିଶାର ସ୍ୱାର୍ଥ ଓ ଯୁବକଙ୍କ ଭବିଷ୍ୟତ ପାଇଁ ଆଇଓସି ଆର୍ଥିକ ବୋଝ ନେବାକୁ ପ୍ରସ୍ତୁତ
• ରାଜ୍ୟ ସରକାରଙ୍କର ଥଇଥାନ ଓ ପୁନର୍ବାସ ତଥା ରୋଜଗାର ନୀତି ଆଧାରରେ ରାଜ୍ୟ ସରକାର
ଆଇଓସିଏଲ ଠାରୁ ଅପେକ୍ଷା କୁହନ୍ତୁ , ଆଇଓସିଏଲ ଏହାକୁ ମାନିବାର ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ
• ତାଙ୍କ ଉପରେ ନବୀନ ପଟ୍ଟନାୟକଙ୍କ ରାଗ ହେବା ସ୍ୱାଭବିକ, ମାତ୍ର ଓଡିଆ ଯୁବକଙ୍କ ଉପରେ ନ ରାଗିବା
ଅନୁରୋଧକୁ ଦୋହରାଇଲେ ଧର୍ମେନ୍ଦ୍ର ପ୍ରଧାନ
ଆଇଓସିଏଲ ଟିକସ ବିବାଦକୁ ଆପୋଷ କଥାବାର୍ତାରେ ମାଧ୍ୟମରେ ସମାଧାନ କରିବାକୁ ମାନ୍ୟବର ନ୍ୟାୟାଳୟଙ୍କ ପରାମର୍ଶ ଆଧାରରେ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ଦିନ ଉକ୍ରଳ ଦିବସ ଅବସରରେ ବିଏସ-୪ ଗ୍ରେଡ ଇନ୍ଧନ ଉଦଘାଟନ ଉତ୍ସବର ସାର୍ବଜନୀନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୦୪ ମସିହାରେ ତକ୍ରାଳୀନ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ପତ୍ରର ଦସ୍ତଖତକାରୀ ମୋଦି ସରକାର ନ ଥିଲେ । ଯଦି ଓଡିଶାର ସ୍ୱାର୍ଥ ନେଇ ପ୍ରଶ୍ନ ଉଠୁଛି ଖୋଲା ମନରେ ଆଲୋଚନା କରିବା ପାଇଁ ତାଙ୍କ ବିଭାଗ ପ୍ରସ୍ତୁତ ଅଛି । ଭାରତୀୟ ତୈଳ ନିଗମକୁ ଆର୍ଥିକ ଦୃଷ୍ଟିରୁ ବୋଝ ନେବାକୁ ହେଲେ ମଧ୍ୟ ମୋଦି ସରକାର ଓଡିଶାର ସ୍ୱାର୍ଥ ଓ ଯୁବକଙ୍କ ଭବିଷ୍ୟତ ପାଇଁ ପୁଣି କଥାବାର୍ତା ହୋଇ ଏହାର ରାସ୍ତା ବାହାର କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୈତିକ ବାଦ ବିବାଦ ତା ରାସ୍ତାରେ । ସରକାରଙ୍କର ଦାୟିତ୍ୱ ଲୋକକଲ୍ୟାଣ
ମୋଦି ସରକାଙ୍କର ପ୍ରାଥମିକତା । ସେ କହିଛନ୍ତି ଯେ ରାଜ୍ୟରେ କିଛି ବିଶେଷ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକଙ୍କ ତାଙ୍କ ଉପରେ ରାଗ ହେବା ସ୍ୱାଭବିକ । ମାତ୍ର ତାଙ୍କ ଉପରେ ରାଗ ପାଇଁ ଭାରତୀୟ ତୈଳ ନିଗମ ଓ
ଓଡିଆ ଯୁବକ- ଯୁବତୀଙ୍କ ଉପରେ ରାଗ ନ କରିବା ପାଇଁ ସେ ପୂର୍ବରୁ କରିଥିବା ଅନୁରୋଧକୁ ଶ୍ରୀ ପ୍ରଧାନ
ଦୋହରାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଜେ କରିଥିବା ବୁଝାମଣା ପତ୍ରକୁ ରାଜ୍ୟ ସରକାର କ୍ୟାବିନେଟରେ ଖାରଜ କଲେ ଓ
ବିଧାନସଭାରେ ଘୋଷଣା କଲେ । ପ୍ରକଳ୍ପ ବିଳମ୍ବ କାହିଁକି ହେଲା ବୋଲି କହିଲେ । ବାତ୍ୟା ଓ ଆଇନ ଶୃଙ୍ଖଳା
ପ୍ରକଳ୍ପକୁ ବିଳମ୍ବିତ କରିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରୁ ଅର୍ଥ ଉଠାଇ ରେଙ୍ଗାଲୀ ଲେଫ୍ଟ ଓ ରାଇଟ କେନାଲକୁ ପାଣି
ଯାଉ ନାହିଁ । ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢାଉଥିବା ଏହି ପ୍ରକଳ୍ପ ବିଳମ୍ବ ପାଇଁ କିଏ ଦାୟୀ ବୋଲି ଶ୍ରୀ ପ୍ରଧାନ
ପ୍ରଶ୍ନ ଉଦାହରଣ ଛଳରେ ପ୍ରଶ୍ନ କରିଥିଲେ ।
ସେ କହିଥିଲେ ଯେ ୯ ମିଲିୟନ ଟନରୁ ୧୫ ମିଲିୟନ ଟନକୁ ପ୍ରକଳ୍ପର କ୍ଷମତା ବୃଦ୍ଧି କରାଯାଇଥିଲା । କ୍ଷମତା
ବୃଦ୍ଧି ରାଜ୍ୟ ସରକାରଙ୍କ ଜ୍ଞାତ ସାରରେ ହିଁ କରାଯାଇଥିବା ତୈଳ ନିଗମର କାଗଜ ପତ୍ର କହୁଛି । ପୁଂଜି ନିବେଶ
ବଢିଲେ ସ୍ୱାଗତ କରାଯାଏ । କ୍ଷମତା ବୃଦ୍ଧି କାହିଁକି କରାଗଲା ବୋଲି ରାଜ୍ୟ ସରକାର ପ୍ରଶ୍ନ କଲେ । ମାନ୍ୟବର
ନ୍ୟାୟାଳୟ ରାଜ୍ୟରେ ପୁଂଜିନିବେଶର ବାତାବରଣ ନଷ୍ଟ ନ କରିବାକୁ ପ୍ରସ୍ତାବ ଦେଇଛନ୍ତି । କେହି ବି ରାଜ୍ୟରେ
ପୁଂଜି ନିବେଶର ବାତାବରଣକୁ ନଷ୍ଟ କରିବା ଉଚିତ ନୁହେଁ ।
ଥଇଥାନ ଓ ପୁନର୍ବାସ ନୀତି ରାଜ୍ୟ ସରକାରଙ୍କର । ରୋଜଗାର ନୀତି ରାଜ୍ୟ ସରକାରଙ୍କର । ତୈଳ ନିଗମ ଠାରୁ
ରାଜ୍ୟ ସରକାରଙ୍କର ଏହି ନୀତି ଆଧାରରେ କଣ ଅପେକ୍ଷା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ବିଭାଗର ମନ୍ତ୍ରୀ
ଭାବେ ରାଜ୍ୟ ସରକାରଙ୍କ ଅପେକ୍ଷାକୁ ସ୍ୱୀକାର କରିବା ପାଇଁ ସେ ଆଇଓସିକୁ ରାଜି ହେବା ପାଇଁ ବାଧ୍ୟ କରାଇବେ
ବୋଲି ଶ୍ରୀ ପ୍ରଧାନ ସ୍ପଷ୍ଟ କରିଥିଲେ ।
ଶ୍ରୀ ପ୍ରଧାନ କହିଥିଲେ ଯେ ଟିକସ ମାମଲାରେ ରାଜ୍ୟ ସରକାରଙ୍କର ସହ ମିଶି ଏକ ବାର୍କିଂଗ ଗ୍ରୁପ ଗଠନ
କରାଯାଇଛି । କେନ୍ଦ୍ର ସରକାରର ଅଧିକାରୀ ମାନଙ୍କୁ ନିଷ୍ପତି ନେବାର ସମ୍ପୂର୍ଣ ଅଧିକାର ଦିଆ ଯାଇଛି । ରାଜ୍ୟର
ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ଅଧିକୃତ କରନ୍ତୁ ଓ ସମସ୍ୟାର ତୁରନ୍ତ ସମାଧାନ ବାହାରି ପାରିବ ବୋଲି ଶ୍ରୀ
ପ୍ରଧାନ କହିବା ସହ ଏ ସମ୍ବନ୍ଧରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଉକ୍ରଳ ଦିବସରେ ସେ ଓଡିଶା ପାଇଁ ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି । ନିକଟ ଅତୀତରେ
ମହାରାଷ୍ଟ୍ର,ରାଜସ୍ଥାନ, ଗୁଜରାଟ, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରେ ବିଭିନ୍ନ ତୈଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର
ମାନେ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି ।
ସେ ଓଡିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଉକ୍ରଳ ଦିବସରେ ଦାୟିତ୍ୱ ନେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

Share in top social networks!