କୃଷି ମନ୍ତ୍ରୀ ରାଧାମୋହନ ସିଂହ କରିବେ ଉଦଘାଟନ ଦକ୍ଷିଣ ଏସିଆର ସର୍ବ ବୃହତ ଗାଇ- ମଇଁଷିଙ୍କ ପାଦ- ମୁଖ ରୋଗ ଗବେଷଣା ପ୍ରତିÂାନ

୨୦୦ କୋଟି ବ୍ୟୟରେ ପ୍ରତିÂିତ ହେଉଥିବା ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଧନ୍ୟବାଦ

• ଓଡିଶା – ଭାରତ ସମେତ ଏସିଆ ମହାଦେଶର ଚାଷୀ ହେବେ ଲାଭାନ୍ୱିତ ଗାଈ ଓ ମଇଁଷି ମାନଙ୍କ ମଧ୍ୟରେ ହେଉଥିବା ପାଦ ଓ ମୁଖ ରୋଗ
ଗବେଷଣା ଓ ପ୍ରତିକାର ପାଇଁ ଅନ୍ତରାଷ୍ଟ ୍ରୀୟ କେନ୍ଦ୍ର ଖୋର୍ଧା ଜିଲ୍ଲାର ଅରୁଗୁଳ ଠାରେ ସ୍ଥାପିତ ହେବାକୁ ଯାଉଥିବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି । ଏହି ପ୍ରତିÂାନ ଉକ୍ରଳ ଦିବସ ଦିନ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ଉପସ୍ଥିତିରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଡିଶାରେ ଏହି ବିଶ୍ୱ ମାନର ପ୍ରତିÂାନର ଶୁଭାରମ୍ଭ ହେଉ ଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଖୋର୍ଧା ଜିଲ୍ଲା ଜଟଣୀର ଅରୁଗୁଳ ଠାରେ ୨୦୦ କୋଟି ଟଙ୍କା ବ୍ୟୟରେ ପ୍ରତିÂିତ ହେବାକୁ ଯାଉଥିବା ଏହି ସଂସ୍ଥା ଦକ୍ଷିଣ ଏସିଆର ସବୁଠାରୁ ବଡ ଗବେଷଣା କେନ୍ଦ୍ରର ମାନ୍ୟତା ପାଇବ । ଭାରତ ସମେତ ସାର୍କ ଦେଶ ମାନଙ୍କର ପଶୁ ସମ୍ପଦରେ ଦେଖା ଯାଉଥିବା ଏହି ରୋଗ ଉପରେ ବୃହତର ଅନୁସନ୍ଧାନ ଓ ସମାଧାନ ପାଇଁ ପଦକ୍ଷେପ ଦୃଷ୍ଟିରୁଏହା କାମ କରିବ ।

ମିଳିତ ଜାତି ସଂଘର ଫୁଡ ଏଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ (ଏଫଏଓ ) ଓ ଭାରତ ସରକାରଙ୍କ କୃଷି, ଅନୁସନ୍ଧାନ ପ୍ରତିÂାନ (ଆଇସିଏଆର)ର ମିଳିତ ଉଦ୍ୟମରେ ଏହି ସଂସ୍ଥା ପ୍ରତିÂିତ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ରୋଗ କାରଣରୁ ଭାରତ ସମେତ ଦକ୍ଷିଣ ଏସୀୟ ଦେଶ ମାନଙ୍କରେ ଖାଦ୍ୟ ସୁରକ୍ଷାର ସଂକଟ ତିଆରି ହୋଇଥାଏ । କେବଳ ଭାରତରେ ଏହି ରୋଗ କାରଣରୁ ୨୩ ହଜାର କୋଟି ଟଙ୍କାର ଦୁଗ୍ଧ ଉପôାଦନ କମିବା ସହ ଗୋରୁ, ମଇଁଷିଙ୍କ ମୃତ୍ୟୁ ଘଟିଥାଏ । ଏହି ରୋଗ ହେଲେ ଭାରତର ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ବିଦେଶୀ ରପ୍ତାନୀକୁ ପ୍ରଭାବିତ ହେଉଥିବା କାରଣରୁ ଭାରତର ଚାଷୀ ମାନଙ୍କର ପ୍ରଚୁର ଆର୍ଥିକ କ୍ଷତି
ଘଟିଥାଏାା ଓଡିଶା ତଥା ଭାରତର କୃଷକ ମାନଙ୍କୁ ଗାଇ, ମଇଁଷିଙ୍କ ଠାରେ ଦେଖା ଯାଉଥିବା ଏହି ରୋଗରୁ ସୁରକ୍ଷା ଦେଇ କୃଷି ଅର୍ଥନୀତିକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!