ସିଫା ଆନୁକୁଲ୍ୟରେ ରକ୍ତଦାନ ଶିବିର

iccsr
ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ସିଫା କୌଶଲ୍ୟାଗଙ୍ଗ ଠାରେ ଆଜି ସିଫା କର୍ମଚାରୀ କଲ୍ୟାଣ ସଂଘ ଏବଂ ଭୁବନେଶ୍ୱର ରକ୍ତଭଣ୍ଡାର ମିଳିତ ଆନୁକୂଲ୍ୟରେ ଏକ ସ୍ୱଚ୍ଛୋକୃତ ରକ୍ତଦାନ ଶିବିର ଅନୁÂିତ ହୋଇଯାଇଛି । ଏହି ଶିବିରଟି ସିଫାର ନିଦେ୍ର୍ଧଶକ ଡ. ଜିତେନ୍ଦ୍ର କୁମାର ସୁନ୍ଦରାୟ ଏବଂ ଭୁବନେଶ୍ୱର ରକ୍ତଭଣ୍ଡାରର ଅଧିକାରୀ ଡ. ଦେବାଶିଷ ମିଶ୍ର ଙ୍କ ତତ୍ୱାବଧାନରେ ଅନୁÂିତ ହୋଇଥିଲା । ଡ. ସୁନ୍ଦରାୟ ସମସ୍ତ କର୍ମଚାରୀମାନଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଉସôାହିତ କରିଥିଲେ । ଏହି ଶିବିରକୁ କର୍ମଚାରୀ କଲ୍ୟାଣ ସଂଘର ସମ୍ପାଦକ ଡ. ନଗେଶ କୁମାର ବାରିକ ପରିଚାଳନା କରିଥିଲେ । ସହକର୍ମୀଙ୍କ ମଧ୍ୟରେ ସିଫା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଡା. ରମେନ୍ କର୍ମକାର, ଅରବିନ୍ଦ ପାତ୍ର, ଦୁର୍ଗାପ୍ରସାଦ ରଥ ଓ ବିଭୁଦତ ମିଶ୍ର ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ସିଫାର ବୈଜ୍ଞାନିକ, ବୈଷୟିକ ଅଧିକାରୀ, ପ୍ରଶାସନିକ ବିଭାଗର ଅଧିକାରୀମାନେ ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।

Share in top social networks!