କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେପାଳର ଯୋଗାଣ ମନ୍ତ୍ରୀ ଦୀପକ ବୋହରାଙ୍କ ସହ ସାକ୍ଷାତ ଆଲୋଚନା

dp-nepal
• ଉଭୟ ନେତାଙ୍କ ଉପସ୍ଥିତିରେ ଆଇଓସିଏଲ ଓ ଏନଓସି ମଧ୍ୟରେ ଯୋଗାଣ ସମ୍ପର୍କିତ ଚୁକ୍ତିର ହେଲା
ପାଂଚ ବର୍ଷ ପାଇଁ ନବୀକରଣ
• ଶ୍ରୀ ପ୍ରଧାନ ନେପାଳର ହାଇଡ୍ରୋ କାର୍ବନ ଆବଶ୍ୟକତା ପୂରଣ ପାଇଁ ଭାରତର ନିରନ୍ତର ସହଯୋଗ
ପାଇଁ ଦେଲେ ପ୍ରତିଶ୍ରୁତି

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନ ନେପାଳର ଯୋଗାଣ ମନ୍ତ୍ରୀ ଦୀପକ ବୋହରାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଉଭୟ ନେତାଙ୍କ ଉପସ୍ଥିତିରେ ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ) ଓ ନେପାଳ ତୈଳ ନିଗମ (ଏନଓସି)ମଧ୍ୟରେ ଯୋଗାଣ ସମ୍ପର୍କିତ ଚୁକ୍ତିର ପାଂଚ ବର୍ଷ ପାଇଁ ନବୀକରଣ ହୋଇଥିଲା ।

ଏହି ଯୋଗାଣ ଚୁକ୍ତିର ନବୀକରଣ ପରେ ଉଭୟ ମନ୍ତ୍ରୀ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ସହଯୋଗ ଆହୁରି ବୃଦ୍ଧି ପାଇବା ସହ ଏହା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ଗୁରୁତ୍ୱପୂର୍ଣ କ୍ଷେତ୍ର ହେବ ବୋଲି ଆଶା ପ୍ରକାଶ କରିଥିଲେ ।
ଭାରତ ଓ ନେପାଳ ମଧ୍ୟରେ ଖୋଲା ସୀମା, ସମନ୍ୱିତ ଅର୍ଥନୀତି ଓ ଉଭୟ ଦେଶର ନାଗରିକ ମାନଙ୍କ ମଧ୍ୟରେ ଦୃଢ ସାଂସ୍କୃତିକ ଓ ସାମାଜିକ ସଂପର୍କ ରହିଛି । ୧୯୭୪ ମସିହାରୁ ଇଣ୍ଡିଆନ ଅଏଲ କର୍ପୋରେସନ ନେପାଳର ପେଟ୍ରୋଲିୟମ ଉପôାଦର ଆବଶ୍ୟକତାକୁ ଅନବରତ ଭାବେ ପୂରଣ କରି ଆସୁଛି । ଉଭୟ ଦେଶ ଏହି
କ୍ଷେତ୍ରରେ ସହଯୋଗକୁ ଆହୁରି ଦୃଢ କରିବା ଦିଗରେ କାମ କରୁଛନ୍ତି । ମୋତିହାରୀ- ଅମେଲଖଗଂଜ ପାଇପଲାଇନ ନିର୍ମାଣ ପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତା ଚାଲିଛି ।

ଆଲୋଚନା ସମୟରେ ଶ୍ରୀ ପ୍ରଧାନ ନେପାଳର ହାଇଡ୍ରୋ କାର୍ବନ ଆବଶ୍ୟକତା ପୂରଣ କରିବା ପାଇଁ ଭାରତର ନିରନ୍ତର ସହଯୋଗ ସମ୍ପର୍କରେ ପ୍ରତିଶ୍ରୁତି ଦେଇଥିଲେ । ଆଲୋଚନା ସମୟରେ ମୋତିହାରୀ- ଅମେଲଖଗଂଜ ପାଇପଲାଇନ ନିର୍ମାଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ଏହି ପାଇପଲାଇନ ନିର୍ମାଣ କାମ ପୂରଣ ହେଲେ ନେପାଳକୁ ଅନବରତ ଭାବେ ପେଟ୍ରୋଲିୟମ ଉପôାଦ ଯୋଗାଣ ସୁନିଶ୍ଚିତ କରା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତ ଓ ନେପାଳ ମଧ୍ୟରେ ଏଲପିଜି ପାଇପଲାଇନ ନିର୍ମାଣ ପାଇଁ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଲାଭ ସମ୍ପର୍କରେ ଅବଗତ କରାଇବା ସହ ନେପାଳରେ ଏହାକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଭାରତ ତାର ଅଭିଜ୍ଞତା ଓ ବିଶେଷଜ୍ଞତା ଯୋଗାଇଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!