ପଶ୍ଚିମବଙ୍ଗଳାରେ ବଢୁଥିବା ଜେହାଦୀ କାର୍ଯ୍ୟକଳାପ- ଜାତୀୟ ସ୍ୱାର୍ଥପାଇଁ ଏକ ଆହ୍ୱାନ:ଆରଏସ୍ଏସ୍

RSSପଶ୍ଚିମବଙ୍ଗରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ହିନ୍ଦୁ ସମାଜ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ମାଲଦା ଓ ଧୁଲଗଡରେ ଘଟିଥିବା ଘଟଣାମାନ ଏବଂ ରାଜ୍ୟ ସରକାରଙ୍କର ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ରାଜନୀତି ହିନ୍ଦୁ ସମାଜ ପାଇଁ ବଡ ଚିନ୍ତାର ବିଷୟ ହୋଇ ପଡିଛି । ଅନ୍ୟ ପକ୍ଷରେ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ଯାହାକି ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି । ରାଷ୍ଟ୍ରବିରୋଧି ଜେହାଦୀ ତତ୍ତ୍ୱଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବା ସହିତ ରାଜ୍ୟ ସରକାର ସଂଖ୍ୟାଲଘୁ ତୁଷ୍ଟିକରଣ ନୀତିକୁ ବନ୍ଦ କରନ୍ତୁ, ନଚେତ ଜେହାଦୀ ହିଂସା ଏବଂ ରାଜ୍ୟ ସରକାଙ୍କର ସାଂପ୍ରଦାୟିକ ରାଜନୀତି ବିରୁଦ୍ଧରେ ସାରା ଦେଶରେ ଜନଜାଗରଣ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ଦେଶବାସୀଙ୍କୁ ଆହ୍ୱାନ କରିବା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଆଗ୍ରହ କରିଛି ଯେ ରାଜ୍ୟରେ ଥିବା ଏହି ଜାତୀୟତା ବିରୋଧି ଜେହାଦୀ ଶକ୍ତି ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରନ୍ତୁ । ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଓଡିଶା(ପୂର୍ବ)ର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ଏହା ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧିସଭାର ବାର୍ଷିକ ବୈଠକ କୋଏମ୍ବାଟୁର ଠାରେ ଗତ ମାର୍ଚ୍ଚ ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁÂିତ ହୋଇ ଯାଇଛି । ସରକାର୍ଯ୍ୟବାହ ଶ୍ରୀ ସୁରେଶ ଭାୟାଜୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଏବଂ ସରସଂଘଚାଳକ ଡା.ମୋହନ ଭାଗବତଙ୍କ ଉପସ୍ଥିତିରେ ଅନୁÂିତ ଏହି ବୈଠକରେ ସଂଘ ଏବଂ ବିବିଧ ସଂଗଠନର ୧୪୦୦ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଓଡିଶାରୁ ୪୦ ଜଣ କାର୍ଯ୍ୟକର୍ତ୍ତା ଏଥିପାଇଁ କୋଏମ୍ବାଟୁର ଯାତ୍ରା କରିଥିଲେ । ଏହି ସଭାରେ ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ପାଇଁ ସୃଷ୍ଟି ହୋଇଥିବା ବିଷମ ପରିସ୍ଥିତି ବିଷୟରେ ଚର୍ଚ୍ଚା ହୋଇ ପ୍ରସ୍ତାବ ପାରିତ ହୋଇଛି ।
ଶ୍ରୀ ମହାନ୍ତି କହିଲେ ଯେ, ପଶ୍ଚିମବଙ୍ଗ ସରକାର ହିନ୍ଦୁ ସମାଜର ଧାର୍ମିକ ଉତ୍ସବ ପାଳନ ସମୟରେ ବାଧା ସୃଷ୍ଟି କରୁଛନ୍ତି । ବିଗତଦିନରେ ମହରମ ପାଇଁ ଦେବୀ ଦୁର୍ଗାଙ୍କର ପ୍ରତିମା ବିସର୍ଜନ ସମୟକୁ ଅସାମାନ୍ୟ ଭାବେ କମ୍ କରିଦିଆଯାଇଥିଲା । ଯେଉଁଥିପାଇଁ କଲିକତା ଉଚ୍ଚନ୍ୟାୟାଳୟ ରାଜ୍ୟ ସରକାରଙ୍କ ଏହି ଆଦେଶ ଉପରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ । ଭାରତ,ବଙ୍ଗଳାଦେଶ ସୀମାର ମାତ୍ର ୮ କି.ମି. ଭିତରେ ମାଲଦା ଜିଲ୍ଲାର କାଳିଆଛକ ପୋଲିସଷ୍ଟେସନରେ ରାଷ୍ଟ୍ରବିରୋଧି ଜେଦାଦୀତତ୍ତ୍ୱଙ୍କ ଦ୍ୱାରା ଆକ୍ରମଣ ଓ ଲୁଟପାଟ ଘଟଣା, ଅପରାଧ ସମ୍ବନ୍ଧୀୟ ନଥିପତ୍ର ଜାଳିଦେବା ସହିତ କଟୱା, କାଳିଗ୍ରାମ, ଇଲାମବଜାର, ମେଟିଆବୁରୁଜ(କଲିକତା) ସମେତ ଅନେକ ସ୍ଥାନରେ ହିନ୍ଦୁ ସମାଜ ଉପରେ ଆକ୍ରମଣ କରାଯାଇଛି । ବିଗତ କିଛି ବର୍ଷ ଧରି ହିନ୍ଦୁ ସମାଜ ଉପରେ ହେଉଥିବା ଏହି ଅତ୍ୟାଚାରର ସର୍ବାଧିକ ଶିକାର ଅନୁସୁଚିତ ଜାତିର ଲୋକମାନେ ହୋଇଛନ୍ତି । ଜୁରାନପୁର, ବୈଷ୍ଣବନଗର, ଖଡଗପୁର ଓ ମଲ୍ଲାରପୁରରେ ଏହି ଅନୁସୁଚିତ ବର୍ଗର ୬ ଜଣ ଲୋକଙ୍କୁ ହତ୍ୟା କରାଯାଇଛି ଏବଂ ଗତବର୍ଷ ଦୁର୍ଗାପୂଜା ସମୟରେ ଏହି ବର୍ଗର ଜଣେ ୧୭ ବର୍ଷର ଛାତ୍ରୀଙ୍କୁ ଏସିଡ୍ ବଲ୍ବ ଦ୍ୱାରା ଆକ୍ରମଣ କରାଯିବା କାରଣରୁ ତାହାର ମୃତୁ୍ୟ ହେଲା । ଧୁଲଗଡରେ ୨୦୧୬ ଡେସେମ୍ବର ୧୩ ଓ ୧୪ ତାରିଖରେ ହିନ୍ଦୁ ସମାଜ ଉପରେ ସୁନିୟୋଜିତ ଆକ୍ରମଣ, ଲୁଟପାଟ, ମହିଳାମାନଙ୍କ ପ୍ରତି ଅସଦାଚରଣ, ଅସ୍ତ୍ରଦ୍ୱାରା ଆକ୍ରମଣ ଭଳି ବିଭତ୍ସ ଘଟଣା ଘଟିଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଏହି କଟ୍ଟରପନ୍ଥୀ ବ୍ୟକ୍ତି ବିଶେଷଙ୍କୁ ନିୟନ୍ତ୍ରଣରେ ରଖିବା ପରିବତ୍ତେ ଏହି ଘଟଣାକୁ ସଂପୂର୍ଣ୍ଣ ଭାବରେ ଚପାଇ ଦେବାର ପ୍ରୟାସ କରାଗଲା । ଦୁଃଖର କଥା ଯେ, କିଛି ନିଷ୍ପକ୍ଷ ସାମ୍ବାଦିକ ଯେତେବେଳେ ଏସବୁ ଘଟଣା ପ୍ରକାଶ କଲେ ସେମାନଙ୍କ ବିରୁଦ୍ଧରେ ମିଥ୍ୟା ମୋକଦ୍ଧମା ରୁଜୁ କରାଗଲା । ରାଜ୍ୟ ସରକାର ଗୋଟିଏ ପଟରେ ରାଷ୍ଟ୍ରଭକ୍ତିର ସଂସ୍କାର ଦେଉଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିବାକୁ ଧମକ ଦେଉଥିବା ବେଳେ ଅନ୍ୟ ପକ୍ଷରେ କଟ୍ଟରପନ୍ଥୀ ଓ ଜେହାଦୀ ପ୍ରଶିକ୍ଷଣ ଦେଉଥିବା ବେଆଇନ ସିମୁଲିଆ ମଦ୍ରସା ଭଳି ହଜାର ହଜାର ସଂସ୍ଥାର କାର୍ଯ୍ୟକଳାପ ଉପରେ ଆଖିବୁଜି ଦେଇଛନ୍ତି । ଅନେକ ବିଦ୍ୟାଳୟରେ ସରସ୍ୱତୀ ପୂଜାକୁ ବନ୍ଦ କରିବା ପାଇଁ ପ୍ରୟାସ କରାଯାଉଛି ଏବଂ ମିଲାଦ-ଉନ୍-ନବୀ ପାଳନ କରିବା ନାମରେ ସେଗୁଡିକୁ ସାଂପ୍ରଦାୟୀକରଣ କରାଯାଉଛି । ଗତବର୍ଷ କଲିକତା ଠାରୁ ମାତ୍ର ୪୦ କି.ମି. ଦୂରରେ ଥିବା ତେହଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁମତି ନଥାଇ କଟ୍ଟରପନ୍ଥୀମାନେ ସ୍କୁଲକୁ ଅଧୀନକୁ ନେଇ ସେଠାରେ ମିଲା-ଉନ୍ – ନବୀ ପାଳନ କରିବା ସହିତ ସେମାନଙ୍କର ପତକା ଉତ୍ତୋଳନ କରିଥିଲେ ଏବଂ ମହିଳା ଶିକ୍ଷୟତ୍ରୀମାନଙ୍କୁ ଗୋଟିଏ କୋଠରୀରେ ଭର୍ତ୍ତି କରି ତାଲା ପକାଇଦେଇଥିଲେ ।
କଟ୍ଟରପନ୍ଥୀମାନଙ୍କ ଚାପର ବଶବର୍ତ୍ତି ହୋଇ ସୀମାନିକଟବର୍ତ୍ତୀ ଅଂଚଳମାନଙ୍କରେ ରହୁଥିବା ହିନ୍ଦୁମାନେ ବହୁ ସଂଖ୍ୟାରେ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ରୁ ଅତ୍ୟାଚାରିତ ହୋଇ ଅନେକ ହିନ୍ଦୁ ପଶ୍ଚିମବଙ୍ଗରେ ଆସି ଆଶ୍ରୟ ନେଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ରାଜ୍ୟରେ ହିନ୍ଦୁ ଜନସଂଖ୍ୟା ୧୯୫୧ ମସିହାରେ ୭୮.୪୫ ପ୍ରତିଶତ ଥିବା ବେଳେ ୨୦୧୧ ମସିହାରେ ତାହା ୭୦.୫୪ ପ୍ରତିଶତକୁ ଖସି ଆସିଛି । ଏଠାରେ ଜେହାଦୀ ତତ୍ତ୍ୱଙ୍କ ଦ୍ୱାରା ଜାଲ୍ନୋଟ ପ୍ରଚଳନ, ଅବୈଧ ଗୋଚାଲାଣ ଏବଂ ବେଆଇନ ଅନୁପ୍ରବେଶକୁ ନିରନ୍ତର ଭାବରେ ପ୍ରୋତ୍ସାହନ ଦିଆଯାଉଛି । ବର୍ଦ୍ଧମାନ ବୋମା ବିସ୍ପୋରଣର ଘଟଣାର ଏନ୍ଆଇଏ ଦ୍ୱାର ତଦନ୍ତ ସମୟରେ ଜଣାପଡିଲା ଯେ ପୁରା ରାଜ୍ୟରେ ବହୁ ଆତଙ୍କବାଦୀ ସକ୍ରୀୟ ଅଛନ୍ତି ଏବଂ ସୀମାର ଦୁଇ ପାଶ୍ୱରେ ସେମାନଙ୍କର କାର୍ଯକଳାପ ଚାଲୁ ରଖିଛନ୍ତି ।
ଶ୍ରୀ ମହାନ୍ତି କହିଲେ ଯେ ୨୦୧୦ ମସିହାରୁ ଓଡିଶା ସମେତ ସାରା ଦେଶରେ ସଂଘକାର୍ଯ୍ୟ ନିରରନ୍ତର ବଢିଚାଲିଛି । ଓଡିଶାରେ ୨୦୦୦ ଶାଖା ସମେତ ସାରା ଦେଶରେ ୭୨,୨୦୦ ଶାଖା ଚାଲୁଅଛି । ଓଡିଶାରେ ୬୧୫ ସେବା ବସ୍ତି ସହ ଦେଶରେ ୧୯,୧୨୧ ସେବା ବସ୍ତିରେ ସ୍ୱୟଂସେବକମାନଙ୍କ ଦ୍ୱାରା ସେବାକାର୍ଯ୍ୟ ଚାଲୁଅଛି । ସେହି ଭଳି ଓଡିଶାରେ ୩୭୦୦ ସେବା ପ୍ରକଳ୍ପ ସହିତ ଦେଶରେ ୧,୭୭,୦୦୦ସେବା ପ୍ରକଳ୍ପ ସଂଘ ଦ୍ୱାରା ଚାଲୁଅଛି । ଗତବର୍ଷ ସାରାଦେଶରେ ଅନୁÂିତ ହୋଇଥିବା ସଂଘ ଶିକ୍ଷାବର୍ଗରେ ୧ଲକ୍ଷ ୩୩ ହଜାର ଯୁବକ ଅଂଶଗ୍ରହଣ କରିଥିଲେ । ତନ୍ମମଧ୍ୟରୁ ଓଡିଶାର ସଂଖ୍ୟା ହେଉଛି ୫,୦୦୦ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ପ୍ରାନ୍ତ ପ୍ରଚାର ପମୁଖ ଶ୍ରୀ ରବିନାରାୟଣ ପଣ୍ଡା ଓ ବିଶ୍ୱ ସମ୍ବାଦ କେନ୍ଦ୍ର ସଦସ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ପୃଷ୍ଟି ଉପସ୍ଥିତ ଥିଲେ ।

Share in top social networks!