କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ରାଜୀବ ପ୍ରତାପ ରୁଡ଼ିଙ୍କ ଅଭିନନ୍ଦନ

ruddy ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ପ୍ରତି ବଢ଼ୁଛି ଲୋକଙ୍କ ବିଶ୍ୱାସ ଓ ଗ୍ରହଣୀୟତା । ଖାଲି କଥାରେ ନୁହେଁ, ଏକଥା ଓଡିଶାବାସୀ ପ୍ରମାଣିତ କରିଛନ୍ତି କାମରେ । ନିକଟ ଅତୀତରେ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟବାସୀ ଦେଇଛନ୍ତି ଆଶାଜନକ ସମର୍ଥନ । ଏହାବ୍ୟତୀତ ବିଜେପିର ପ୍ରାର୍ଥୀମାନେ ବିଜୟୀ ପ୍ରାର୍ଥୀଙ୍କ ବେଶ୍ ନିକଟତର ହୋଇଛନ୍ତି । ତେବେ ଓଡ଼ିଶାରେ ବିଜେପି ପ୍ରତି ବଢ଼ୁଥିବା ଆଦର ଆଦୃତିକୁ ଉତ୍ସାହିତ କରିବାକୁ ଜାତୀୟସ୍ତରରୁ ମିଳିଛି ଆଉ ଏକ ଶୁଭ ଆଶୀର୍ବାଦ । ଆଗାମୀ ଅପ୍ରେଲ ମାସ ୧୫ ଓ ୧୬ ତାରିଖ; ଦୁଇ ଦିନ ଧରି ଓଡ଼ିଶାରେ ଅନୁÂିତ ହେବ ଭାରତୀୟ ଜନତା ପାର୍ଟିର ‘ଜାତୀୟ କାର୍ଯ୍ୟକାରିଣୀ ବୈଠକ’ ।

ଏହି ଖବର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ସୂଚନା ଦେବା ପରେ ରାଜ୍ୟ ବିଜେପିର ବରିÂ ନେତା, ନେତୃମଣ୍ଡଳୀ, ପ୍ରବକ୍ତା, କାର୍ଯ୍ୟାକାରିଣୀ ସଦସ୍ୟ ଏବଂ କାର୍ଯ୍ୟକର୍ତା ମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିଜେପି ପ୍ରତି ବିଶ୍ୱାସ ଓ ଭରସା ରଖୁଥିବା ଓଡ଼ିଶାବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।
ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଦକ୍ଷତା ବିକାଶ ଓ ରୋଜଗାର ମନ୍ତ୍ରୀ ଶ୍ରୀ ରାଜୀବ ପ୍ରତାପ ରୁଡ଼ି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ମଧ୍ୟ ସୂୁଚନା ଦେଇଛନ୍ତି । ଶ୍ରୀ ରୁଡ଼ି କହିଛନ୍ତି, ବିଗତ ସାଧାରଣ ନିର୍ବାଚନରେ ଦେଶବାସୀ ଭାରତୀୟ ଜନତା ପାର୍ଟିକୁ ଦେଇଥିବା ସଂଖ୍ୟାଗରିÂ ବିଜୟ, ନିକଟ ଅତୀତରେ ହୋଇଥିବା ୫ଟି ରାଜ୍ୟର ସାଧାରଣ ନିର୍ବାଚନରୁ ବିଜେପିକୁ ମିଳିଥିବା ୪ଟି ରାଜ୍ୟର ଶାସନ ଭାର ଏବଂ ଓଡ଼ିଶାରେ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେପିକୁ ମିଳିଥିବା ବିପୁଳ ବିଜୟ ପ୍ରମାଣିତ କରିଛି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବ୍ୟାପୀ ବିଜୟ ଅଭିଯାନକୁ ବିଜୟ ସଙ୍କେତ ମିଳୁଛି । ଏହି ପରିପ୍ରେକ୍ଷିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ‘ଜାତୀୟ କାର୍ଯ୍ୟକାରିଣୀ ବୈଠକ’ ପାଇଁ ସୁଯୋଗ ମିଳିବା ଆଉ ଏକ ଗାରିମାର ବିଷୟ ।

ଦେଶରେ ପ୍ରଚାରକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିକା ନେଇଥିବାବେଳେ ସଂଗଠକ ଭାବେ ସାରା ଦେଶରେ ଶ୍ରୀ ଅମିତ୍ ଶାହା ଦାୟିତ୍ୱ ବହନ କରିଛନ୍ତି । ଶ୍ରୀ ରୁଡ଼ି ଆହୁରି ମଧ୍ୟ କହିଛନ୍ତି-ମଧ୍ୟପ୍ରଦେଶରୁ ବିଜେପିର ବିଜୟ ବୈଜୟନ୍ତୀ ଉଡ଼ିଥିଲା । ଏବେ ସାରା ଦେଶରେ ଏହି ବିଜୟ ପତାକା ଲହରାଇବା ଅଭିଯାନ ଆରମ୍ଭ ହୋଇଛି । ତେବେ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ସ୍ଥିର ହେବା ଓଡ଼ିଶା ପାଇଁ ଶୁଭ ସୂଚନା । ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ବିଜେପିକୁ ବିପୁଳ ଜନାଦେଶ ଦେବେ ବୋଲି ଏତେବଡ଼ ଆୟୋଜନରୁ ମଧ୍ୟ ସ୍ପଷ୍ଟ ହୋଇଯାଉଛି ବୋଲି ଶ୍ରୀ ରୁଡି ଆଶା ପ୍ରକାଶ କରିଛନ୍ତି ।

Share in top social networks!