ଏପ୍ରିଲ ୧୫-୧୬ରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଭୁବନେଶ୍ୱରରେ : ଧର୍ମେନ୍ଦ୍ର ପ୍ରଧାନ

17458019_1303044426445800_6442180370141687511_n- ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ
- ଦେଶରେ ବଡ ରାଜନୈତିକ ସଫଳତା ପରେ ଓଡିଶାରେ ଗୁରୁତ୍ୱପୂର୍ଣ ବୈଠକ ଅନୁମତି ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ଧନ୍ୟବାଦ
- ଓଡିଶାରେ ବ୍ୟାପକ ଜନ ଆଶୀର୍ବାଦ ପାଇଁ ରାଜ୍ୟ ବାସୀଙ୍କୁ ଧନ୍ୟବାଦ ଦେବେ ପ୍ରଧାନମନ୍ତ୍ରୀ
ଭାରତୀୟ ଜନତା ପାର୍ଟୀର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକ ଆଗାମୀ ଏପ୍ରିଲ ୧୫ ଓ ୧୬ ତାରିଖ ଦିନ ଭୁବନେଶ୍ୱର ଠାରେ ଅନୁÂିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ସମେତ ମନ୍ତ୍ରୀ ମଣ୍ଡଳର ବରିÂ ସଦସ୍ୟ ଗଣ, ବିଜେପି ଶାସିତ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ତଥା ଦଳର ବରିÂ ନେତା ମାନେ ଯୋଗ ଦେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ନୂଆ ଦିଲ୍ଲୀରୁ ଭୁବନେଶ୍ୱରରେ ପହଂଚିବା ପରେ ଶ୍ରୀ ପ୍ରଧାନ ଦଳର କେନ୍ଦ୍ରୀୟ ନେତୃତ୍ୱ ଏପରି ଏକ ମହତ୍ୱପୂର୍ଣ ରାଜନୈତିକ କାର୍ଯ୍ୟକ୍ରମକୁ ଓଡିଶାରେ ଅନୁÂିତ କରିବାର ସୁଯୋଗ ଦେଇଥିବାରୁ ଓଡିଶା ରାଜ୍ୟ ଶାଖା ତରଫରୁ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ପଂଚାୟତ ନିର୍ବାଚନରେ ଓଡିଶାର ଜନତା ବିଜେପିକୁ ଅଭୂତପୂର୍ବ ଜନ ଆଶୀର୍ବାଦ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଓଡିଶାବାସୀଙ୍କୁ ଧନ୍ୟବାଦ ଅର୍ପଣ କରିବେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନବ ନିର୍ବାଚିତ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଛତିଶଗଡର ମୁଖ୍ୟମନ୍ତ୍ରୀ ଡ. ରମଣ ସିଂହ, ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ , ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ସମେତ ବିଜେପି ଶାସିତ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ସମୂହ ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେବେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରବିବାର ଦିନ ବିଜେପିର ଓଡିଶା ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଓ ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ସୌଦାନ ସିଂହଙ୍କ ଉପସ୍ଥିତିରେ ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁÂିତ ହେବ ।

Share in top social networks!