ତୈଳ ଓ ଗ୍ୟାସ କ୍ଷେତ୍ରର ସୋସିଆଲ ମିଡିଆରେ ସମର୍ପିତ ଅଭିଯୋଗ ନିବାରଣ ପ୍ଲାଟଫର୍ମକୁ ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତୈଳ ଓ ଗ୍ୟାସ କ୍ଷେତ୍ର ସହ ଜଡିତ ସମସ୍ତ ପ୍ରଶ୍ନ ଓ ଅଭିଯୋଗ ପାଇଁ ସୋସିଆଲ ମିଡିଆରେ ଏକ ସମର୍ପିତ ଅଭିଯୋଗ ନିବାରଣ ପ୍ଲାଟଫର୍ମ ଏମଓପିଏନଜି ଇ –ସେବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏମଓପିଏନଜି ଇ –ସେବା ତୈଳ ଓ ଗ୍ୟାସ ସହିତ ସମ୍ପର୍କିତ ସମସ୍ତ ସେବା ପ୍ରସଙ୍ଗ ଗୁଡିକ ପାଇଁ ସୋସିଆଲ ମିଡିଆରେ ଏକ ସମନ୍ୱିତ ଅଭିଯୋଗ ନିବାରଣ ପ୍ଲାଟଫର୍ମ ଅଟେ । ଏହି ପୋର୍ଟାଲ ସମସ୍ତ ଉପଭୋକ୍ତା ମାନଙ୍କ ପାଇଁ ଗୋଟିଏ ଏକକ ଦ୍ୱାର ବିଶିଷ୍ଟ ଇଂଟରଫେସ ଅଟେ ଯାହା ତୈଳ ଓ ଗ୍ୟାସ କ୍ଷେତ୍ରର ସହ
ଜଡିତ ସମସ୍ତ ଅଭିଯୋଗର ନିବାରଣ ଓ ନିଜର ଫିଡ ବ୍ୟାକ ପାଇଁ ସୋସିଆଲ ମିଡିଆରେ ସରକାରଙ୍କ ସହିତ ଯୋଗାଯୋଗ କରା ଯାଇ ପାରିବ । ଏମଓପିଏନଜି ଇ –ସେବା ଜରିଆରେ ୨୪ ଙ୍ଘ ୭ ସହାୟତା ଉପଲବ୍ଧ କରା ଯାଇ ପାରିବ ।

ଇ-ସେବା ପୋର୍ଟାଲ ଆରମ୍ଭରେ ଟ୍ୱିଟର ଏ ଫେସବୁକ ଜରିଆରେ ଏ ସମ୍ପର୍କିତ ପ୍ରଶ୍ନ ଗୁଡିକ ପାଇଁ ଏକକ ବିନ୍ଦୁ କେନ୍ଦ୍ର ରୂପେ କାମ କରିବ ମାତ୍ର ଶୀଘ୍ର ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକୁ ଏଥିରେ ସାମିଲ କରା ଯିବ । ତୈଳ କମ୍ପାନୀ ଗୁଡିକର ଏବଂ ଏହା ସହ ଜଡିତ ସେବା ଗୁଡିକର ପ୍ରମୁଖ ଅଧିକାରୀ ମାନଙ୍କର ଏକ ଟିମ ମଧ୍ୟ ଗଠନ କରା ଯାଇଛି, ଯାହା ଦ୍ୱାରା ଏହା ସହ ଜଡିତ ସମସ୍ୟା ଗୁଡିକୁ ବାସ୍ତବିକ ସମୟ ମଧ୍ୟରେ ସମାଧାନ କରାଯାଇ ପାରିବ ।

ଏହି ଦିଗରେ କଥାବାର୍ତାର ବାସ୍ତବିକ ସମୟ ଉପରେ ତଦାରଖ କରାଯାଉଛି ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନସ୍ଥ କମ୍ପାନୀ ମାନଙ୍କର ସମ୍ବନ୍ଧିତ ଅଧିକାରୀ ମାନଙ୍କ ଦ୍ୱାରା ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଓ ଅଭିଯୋଗର ନିବାରଣ କରିବା ପାଇଁ ଏକ ମାନକ ପରିଚାଳନା ପ୍ରକ୍ରିୟା ( ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୋର ) ସ୍ଥିର କରା ଯାଇଛି । ଗୋଟିଏ ପକ୍ଷରେ ତୈଳ କମ୍ପାନୀ ଗୁଡିକ ଅଭିଯୋଗର ନିବାରଣ ପାଇଁ ନିଜ ନିଜର ସମ୍ବନ୍ଧିତ ଚ୍ୟାନେଲ ଜରିଆରେ ନିୟମିତ ଭାବେ ଅଭିଯୋଗର ନିବାରଣ କାମ ଜାରୀ ରଖିବେ ଅପର ପକ୍ଷରେ ଏମଓପିଏନଜି ଇ –ସେବା ଏକ ବିଶିଷ୍ଟ ସମନ୍ୱିତ ପୋର୍ଟାଲ ଯାହା ପେଟ୍ରୋଲିୟମ ମନ୍ତ୍ରୀ , ପେଟ୍ରୋଲିୟମ ମନ୍ତ୍ରଣାଳୟ ଓ ଏମଓପିଏନଜି ଇ –ସେବାର ଅଫିସିଆଲ ହ୍ୟାଣ୍ଡଲରେ ମିଳୁଥିବା ପ୍ରଶ୍ନ ଗୁଡିକର ସମାଧାନ କରିବ ।

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉପଭୋକ୍ତା ମାନେ ଆବଶ୍ୟକୀୟ ସୂଚନା ( ନାମ, ଗ୍ରାହକ ସଂଖ୍ୟା, ସ୍ଥାନ, ସେବା ପ୍ରଦାନ କାରୀ ଏଜେନ୍ସୀ ଆଦି ସହ ସେମାନଙ୍କର ପ୍ରଶ୍ନ ବା ଫିଡବ୍ୟାକ ନିମ୍ନ ଠିକଣାରେ ପଠାଇ ପାରିବେ ।
dpji

Share in top social networks!