ନାଲ୍କୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୪୦୩.୬୨ କୋଟି ଟଙ୍କାର ଆନ୍ତରୀଣ ଡିଭିଡେଣ୍ଡ୍ ପ୍ରଦାନ

nalcocmdକେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ୨୦୧୬-୧୭ ଆର୍ଥôକ ବର୍ଷ ପାଇଁ ୫୪୧.୨୨ କୋଟି ଟଙ୍କା ଲାଭାଂଶ (ଡିଭିଡେଣ୍ଡ୍) ପ୍ରଦାନ କରାଯିବା ବିଷୟ ଘୋଷଣା କରାଯାଇଛି । ଏହା କମ୍ପାନୀ ପକ୍ଷରୁ ଏଯାବତ୍ ଘୋଷିତ ହୋଇଥିବା ସର୍ବାଧିକ ଡିଭିଡେଣ୍ଡ୍ ଅଟେ । ଏହା କମ୍ପାନୀର ୯୬୬.୪୬ କୋଟି ଟଙ୍କା ମୂଲ୍ୟର ପେଡ୍-ଅପ୍ ଇକ୍ୱିଟୀ କ୍ୟାପିଟାଲ୍ର ୫୬% ଅଟେ । ଏହି ଡିଭିଡେଣ୍ଡ୍ରୁ ଭାରତ ସରକାରଙ୍କ ଅଂଶ (୭୪.୫୮%) ବାବଦରେ ୪୦୩.୬୨ କୋଟି ଟଙ୍କା ମୂଲ୍ୟର ଆନ୍ତରୀଣ ଡିଭିଡେଣ୍ଡ୍ର ଚେକ୍, କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ମାର୍ଚ୍ଚ ୨୧ ତାରିଖରେ ନୂଆଦିଲ୍ଲୀ ଠାରେ ପ୍ରଦାନ କରିଥିଲେ । ଏହି ଅବସରରେ, ଖଣି ମନ୍ତ୍ରାଳୟର ସଚିବ, ଶ୍ରୀ ଅରୁଣ କୁମାର, ଆଇ.ଏ.ଏସ୍. ଏବଂ ଯୁଗ୍ମ ସଚିବ ଶ୍ରୀ ସୁଭାଷ ଚନ୍ଦ୍ର, ଆଇ.ଏଫ୍.ଏସ୍. ଉପସ୍ଥିତ ଥିଲେ । ଆନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଜାରୀ ରହିଥିବା ବେଳେ ନିରନ୍ତର ସଫଳତା ବଜାୟ ରଖିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲ ନାଲ୍କୋର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ, ଖଣି ମନ୍ତ୍ରାଳୟ ଏବଂ ନାଲ୍କୋର ବରିÂ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଥିବା ନାଲ୍କୋ, ୧୯୯୨ ମସିହା ପର ଠାରୁ ପ୍ରତି ଆର୍ଥôକ ବର୍ଷରେ ଡିଭିଡେଣ୍ଡ୍ ପ୍ରଦାନ କରିଆସୁଛି । ୨୦୧୫-୧୬ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୪୬୭.୧୩ କୋଟି ଟଙ୍କାର ଡିଭିଡେଣ୍ଡ୍ ଘୋଷଣା କରିଥିଲା । ନାଲ୍କୋ ଏ ଯାବତ୍ ସମୂଦାୟ ୬୩୬୫ କୋଟି ଟଙ୍କା ଡିଭିଡେଣ୍ଡ୍ ଆକାରରେ ପ୍ରଦାନ କରିଛି, ସେଥି ମଧ୍ୟରୁ ୫୩୭୧ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ।

Share in top social networks!