ବେନଗଦ କାରବାର ଦେଶର ସାଧାରଣ ଗରୀବ ଲୋକଙ୍କ ବିକାଶ ପାଇଁ ବେଶ ସହାୟକ ହେବ – ଧର୍ମେନ୍ଦ୍ର ପ୍ରଧାନ

- କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଉପସ୍ଥିତ
- ୨୩ଟି ବ୍ୟାଙ୍କ ସମେତ ଅନେକ ସଂସ୍ଥା ଜନ ସଚେତନତା କାର୍ଯ୍ୟକ୍ରମରେ ସାମିଲ
ସାରା ଦେଶରେ ବିନା ନଗଦରେ କ୍ରୟ ବିକ୍ରୟ କରି ନଗଦ ବିହୀନ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ଉଦେ୍ଧଶ୍ୟରେ ଭୁବନେଶ୍ୱର ଠାରେ ଆୟୋଜିତ ଡିଜିଧନ ମେଳାରେ ବିନା ନଗଦ ଅର୍ଥ ବ୍ୟବସ୍ଥା ଦେଶର ସାଧାରଣ ଗରୀବ ଲୋକଙ୍କ ବିକାଶ ପାଇଁ ବେଶ ସହାୟକ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

naveendp2ଭୁବନେଶ୍ୱର ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନିଷ୍ପତି ଯୋଗୁ ବିମୁଦ୍ରୀକରଣ କାର୍ଯ୍ୟକାରୀ ହୋଇ ଅର୍ଥ ବ୍ୟବସ୍ଥାର ୮୬ ପ୍ରତିଶତ ମୁଦ୍ରାକୁ ଅଚଳ କରାଯାଇ ତା ବଦଳରେ ନୂତନ
ଟଙ୍କାର ପ୍ରଚଳନ କରାଯାଇଛି । ଦେଶରେ କଳାଧନକୁ ବିଲୋପ କରାଗଲେ ସାଧାରଣ ଗରୀବ ଲୋକଙ୍କ ବିକାଶରେ ଦେଶର ଅର୍ଥ ବିନିଯୋଗ ହୋଇ ପାରିବ । ଏଥି ପାଇଁ କ୍ୟାସ ଲେସ ନ ହେଲେ ମଧ୍ୟ ଲେସ କ୍ୟାସ ଇକୋନୋମି ପ୍ରତିÂା କରାଯିବା ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ୫୦ରୁ ୬୦ କୋଟି କ୍ରେଡିଟ, ଡେବିଟ ଓ କ୍ୟାସ କାର୍ଡ ପ୍ରଚଳିତ ଅଛି । ଦେଶରେ ଡିଜିଟାଲ ନେଣ ଦେଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆ ଯିବା କାରଣରୁ ଦେଶର ସବୁ ଶ୍ରେଣୀର ଜନତା ବିନା ନଗଦରେ କାରବାର କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ୟୁପିଆଇ, ପିଓଏସ ମେସିନ, ୟୁଏସଏସଡି,
ଇ- ବାଲେଟ, ଆଧାର ଆଧାରିତ ଖର୍ଚ ବ୍ୟବସ୍ଥା ତଥା ଭୀମ ଆପ୍ ବିନା ନଗଦ ନେଣଦେଣକୁ ସୁଗମ କରୁଛି ।

ଏହି ଡିଜି ଧନ ମେଳାରେ ୨୩ଟି ବ୍ୟାଙ୍କ ବିଏସଏନଏଲ, ଭାରତୀୟ ଡାକ, କମନ ସର୍ଭିସ ସେଂଟର, ୟୁଆଇଡିଆଇ, ତୈଳ ବିପଣନ କମ୍ପାନୀ, ବେସରକାରୀ ଇ ବାଲେଟ ସଂସ୍ଥା ସେମାନଙ୍କର ଷ୍ଟଲ ସ୍ଥାପନା କରି ବିନା ନଗଦ ନେଣ ଦେଣ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି ।

Share in top social networks!