ମୋଦିଙ୍କ ଶାସନରେ ରେଳବାଇ କ୍ଷେତ୍ରରେ ଓଡିଶାକୁ ତାର ହକ୍ ମିଳୁଛି – ଧର୍ମେନ୍ଦ୍ର ପ୍ରଧାନ

naveendp
• ବର୍ଷକୁ ହଜାରେ କୋଟି ମିଳୁ ନ ଥିବା ବେଳେ ଏବେ ପାଂଚ ହଜାର କୋଟି ଟଙ୍କାରେ ପହଂଚିଲାଣି
ଓଡିଶା ପାଇଁ ଆର୍ଥିକ ବ୍ୟବସ୍ଥା
• ଓଡିଶା ବିଧାନସଭା କମିଟିକୁ ଦିଲ୍ଲୀ ଯାଇ ଦାବି ଜଣାଇବା ଅପ୍ରାସଙ୍ଗିକ ହୋଇଛି
• ଓଡିଶାର ମହିଳା ସ୍ୱୟଂ ସହାୟକ ଗୋÂୀର ଖାଦ୍ୟ ଓ ଜନଜାତି ହ୍ୟାଣ୍ଡଲୁମ- ହ୍ୟାଣ୍ଡିକ୍ରାଫ୍ଟକୁ ରେଳବାଇ
ବିକିବା ଦାବିକୁ ସ୍ୱୀକାର କଲେ ପ୍ରଭୁ

ସ୍ୱାଧୀନତାର ୭୦ ବର୍ଷରେ ଓଡିଶାରୁ ପ୍ରଚୁର ଅର୍ଥ ରେଳବାଇକୁ ଯାଉଥିବା ବେଳେ ଓଡିଶାକୁ ତାର ହକ ମିଳୁ ନ ଥିଲା । ଏହି କାରଣରୁ ଓଡିଆ ଲୋକଙ୍କ ମନରେ ସବୁବେଳେ ଆକ୍ରୋଶ ରହି ଆସିଥିଲା । ମାତ୍ର ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତର ଭିତିଭୂମିର ବିକାଶ ଗୁରୁତ୍ୱ କାରଣରୁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନେତୃତ୍ୱରେ ଓଡିଶାକୁ ନ୍ୟାୟ ମିଳୁଛି ବୋଲି କେନ୍ଦ୍ର ପେ ଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତି ପ୍ରସ୍ତର ସ୍ଥାପନ କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଶ୍ରୀ ପ୍ରଧାନ କହିଥିଲେ ଯେ ଗତ ଦଶ ବର୍ଷର ୟୁପିଏ ସରକାରରେ ୨୦୦୪ରୁ ୨୦୧୪ ଯାଏ ୟୁପିଏ ସରକାରରେ କେବଳ ୨୦୧୨-୧୩ ଆର୍ଥିକ ବର୍ଷରେ
ଓଡିଶାକୁ ୧୧ ଶହ କୋଟି ଟଙ୍କାକୁ ଛାଡି ଦେଲେ କୌଣସି ବର୍ଷ ଓଡିଶା ପାଇଁ ବ୍ୟୟବରାଦ ହଜାରେ କୋଟିରୁ ବଢି ନଥିଲା । ମାତ୍ର ମୋଦି ଦାୟିତ୍ୱ ନେବା ପରେ ୨୦୧୪-୧୫ ଆର୍ଥିକ ବର୍ଷରେ ୧୪ ଶହ କୋଟି ଟଙ୍କାରୁ ଆରମ୍ଭ କରି ଚଳିତ ବଜେଟରେ ୫ ହଜାର ୧୦୨ କୋଟି ପର୍ଯ୍ୟନ୍ତ ବ୍ୟୟବରାଦ ମୋଦି ସରକାରଙ୍କ ଓଡିଶା ପ୍ରତି
ଗୁରୁତ୍ୱକୁ ସ୍ପଷ୍ଟ କରୁଛି ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ଓଡିଶା ବିଧାନସଭା ଅଧ୍ୟକ୍ଷଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇ ଓଡିଶାର ରେଳବାଇ ସମ୍ବନ୍ଧିତ ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପିତ କରୁଥିଲା । ଏପରି ଦାବି ଏବେ ଅପ୍ରାସଙ୍ଗିକ ହୋଇ ଯାଇଛି । ଓଡିଶାକୁ ଯେତିକି ଅର୍ଥର ବ୍ୟୟବରାଦ ହେଉଛି ସେତିକି ଖର୍ଚ ହେଉ ନ ଥିବା କାରଣରୁ ଶ୍ରୀ ପ୍ରଭୁ ରେଳ ବିଭାଗ ଓ ପ୍ରକଳ୍ପ ପୂର୍ଣ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ରଖୁଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି ମାନଙ୍କ ସହ ସମୀକ୍ଷା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ ।
ଟ୍ରେନ ଗୁଡିକରେ ଓଡିଶା ମହିଳା ସ୍ୱୟଂ ସହାୟକ ଗୋÂୀ ଦ୍ୱାରା ଉପôାଦିତ ଖାଦ୍ୟ ସାମଗ୍ରୀ ଯଥା, ଆରିସା ପିଠା, ବଡି ଟ୍ରେନରେ ବିକ୍ରୀର ବ୍ୟବସ୍ଥା କରିବା ତଥା ଓଡିଶାର ହ୍ୟାଣ୍ଡଲୁମ, ହେଣ୍ଡିକ୍ରାଫ୍ଟ କୁ ରେଳ ବିଭାଗର ଇ କମର୍ସ ସାଇଟ ମାଧ୍ୟମରେ ବିକ୍ରି କରିବା ପାଇଁ ଶ୍ରୀ ପ୍ରଧାନଙ୍କ ଅନୁରୋଧକୁ ଶ୍ରୀ ପ୍ରଭୁ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇଥିଲେ ।

ଆଦିବାସୀ ଅଧ୍ୟୁଷିତ ପାରଳାଖେମୁଣ୍ଡି ଠାରେ ନୂଆ ରେଳ ଷ୍ଟେସନ ନିର୍ମାଣ କରିବା, ଗୁଣୁପୁର ଷ୍ଟେସନର ପୁନନିର୍ମାଣ କରିବା ଇତ୍ୟାଦି ଓଡିଶାର ଦାବିକୁ ଶ୍ରୀ ପ୍ରଧାନ ରେଳ ମନ୍ତ୍ରୀଙ୍କ ଆଗରେ ଉପସ୍ଥାପିତ କରିଥିଲେ ।

Share in top social networks!