କଟକ- ଭୁବନେଶ୍ୱବାସୀ ପାଇପ ଯୋଗେ ଗ୍ୟାସ ବିତରଣ ସେବା ପ୍ରକଳ୍ପକୁ ବ୍ୟାପକ ସ୍ୱାଗତ କରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

dphockeykal9nga

-ଖୁବ ଶୀଘ୍ର ରାଉରକେଲା, ଝାରସୁଗୁଡା, ଅନୁଗୁଳ, ତାଳଚେର, ଧାମରା, ଭଦ୍ରକ, ଯାଜପୁର,ସମ୍ବଲପୁର ଆଦି
ସହରକୁ ହେବ ସଂପ୍ରସାରିତ
-କଳିଙ୍ଗ ଷ୍ଟାଡିୟମରେ ଅନୁÂିତ ହେଲା ଅନ୍ତରାଷ୍ଟ୍ରୀୟ ଖେଳାଳୀଙ୍କୁ ନେଇ ପ୍ରଦର୍ଶନୀ ହକି ମ୍ୟାଚ
- ହଜାର ହଜାର ଯୁବକ ଯୁବତୀ ହକି ଓ ମନୋରଂଜନ କାର୍ଯ୍ୟକ୍ରମକୁ କଲେ ଉପଭୋଗ କଲେ
କଟକ- ଭୁବନେଶ୍ୱର ଉଭୟ ସହରରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥାକୁ ସ୍ଥାନୀୟ ଲୋକ
ମାନେ ବ୍ୟାପକ ମାତ୍ରାରେ ସ୍ୱାଗତ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ ହକି ମ୍ୟାଚ ଅବସରରେ ଗଣମାଧ୍ୟମକୁ କହିଛନ୍ତି । ଶନିବାର ଦିନ ଏକ ବିଶାଳ ଜନସଭାରେ ଗ୍ୟାସ ବିତରଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ବେଳେ ରବିବାର ଦିନ
ଏକ ବନ୍ଧୁତ୍ୱପୂର୍ଣ ହକି ମ୍ୟାଚ ଓ ମନୋରଂଜନ କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଛି । ଗୋଟିଏ ପକ୍ଷରେ ପେଟ୍ରୋଲିୟମ ସ୍ପୋର୍ଟ୍ସ ପ୍ରମୋସନ ବୋର୍ଡର ଖେଳାଳୀ ମାନେ ଥିବା ବେଳେ ଅନ୍ୟ ପକ୍ଷରେ ଅବଶିଷ୍ଟ ଭାରତର ଖେଳାଳୀ ମାନେ ଖେଳିଥିଲେ । ଗତ ବିଶ୍ୱ କପ ବିଜୟ ଲାଭ କରିଥିବା ଭାରତୀୟ ଜୁନିୟର ହକି ଦଳର
ଖେଳାଳୀ ମାନଙ୍କୁ ଆୟୋଜକ ଗେଲ ତରଫରୁ ସମ୍ମାନିତ କରାଯାଇଥିଲା ।

ପାଇପ ଯୋଗେ ଇନ୍ଧନ ଯୋଗାଣ କଟକ- ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ରାଉରକେଲା, ଝାରସୁଗୁଡା, ଅନୁଗୁଳ, ତାଳଚେର, ଧାମରା, ଭଦ୍ରକ, ଯାଜପୁର,ସମ୍ବଲପୁର ଆଦି ସହରକୁ ମଧ୍ୟ ବିସ୍ତାର କରାଯିବାର ଯୋଜନା କରା ଯାଇଛି ।ପାଇପ ଯୋଗେ ଗ୍ୟାସ ସେବା ଆରମ୍ଭ କଲେ କଟକ- ଭୁବନେଶ୍ୱରରେ ୨୪ ଟି ସିଏନଜି ଇନ୍ଧନ କେନ୍ଦ୍ର ଖୋଲିବ । ଯାହା ଦ୍ୱାରା ଅଟୋ ଚାଳକ ମାନେ ସେମାନଙ୍କ ପାରମ୍ପାରିକ ଇନ୍ଧନ ଖର୍ଚରୁ ୩୦ ପ୍ରତିଶତ କମ ଖର୍ଚ କରି ସେଥିରୁ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇ ପାରିବେ ।

ଏହି ଅବସରରେ ଗେଲ ଦ୍ୱାରା କଟକ- ଭୁବନେଶ୍ୱରରେ ଗ୍ୟାସ ବିତରଣ ପ୍ରକଳ୍ପ ଅବସରରେ ହଜାର ହଜାର ଲୋକ ଏହି ମ୍ୟାଚ ଓ ମନୋରଂଜନ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଆସିଥିବାରୁ ଶ୍ରୀ ପ୍ରଧାନ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । କାର୍ଯ୍ୟକ୍ରମ ଶେଷରେ ରାଘବ ସଚ୍ଚର ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Share in top social networks!