ଚାଷୀ ଆତ୍ମହତ୍ୟା ଏବଂ କୃଷିମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପ୍ରସଙ୍ଗରେ; ସରକାରୀ ବାବୁମାନେ ରାଜ୍ୟ ସରକାରଙ୍କ କୋଠ ପୁଅ : ସମୀର ମହାନ୍ତି

sameer ସରକାରୀ ବାବୁମାନେ ସରକାରଙ୍କ ଗେହ୍ଲା ପୁଅ । ପଣ୍ଡିତ ପୁଅ ମାଙ୍କଡ ମାଇଲେ ବି ମାଫ୍ । ସରକାରୀ ବାବୁମାନେ ରାଜ୍ୟ ସରକାରଙ୍କ କୋଠ ପୁଅ । ଅପାରଗ ଓ ସ୍ଥାଣୁ ପାଲଟିଥିବା ରାଜ୍ୟ ସରକାର ବର୍ତମାନ କେବଳ ସେହି ସରକାରୀ ବାବୁଙ୍କ ଉପରେ ନିର୍ଭର କରି ହାତ ଟେକି ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଆତ୍ମହତ୍ୟା କରୁଥିବା ଗରିବ ଚାଷୀମାନଙ୍କ ପ୍ରତି ରାଜ୍ୟ ସରକାର ଏବଂ ଶାସକ ବିଜେଡି ପୁରାପୁରି ସମ୍ବେଦନଶୂନ୍ୟ ହୋଇ ପଡିଛନ୍ତି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଆରୋପ କରିଛନ୍ତି ।
ଏ ସରକାର କେବଳ ସରକାରୀ ବାବୁମାନଙ୍କ ସପକ୍ଷରେ, ଆତ୍ମହତ୍ୟା କରୁଥିବା ଚାଷୀମାନଙ୍କ ସପକ୍ଷରେ ନୁହେଁ । ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏଇ ଯୁକ୍ତିରେ ସହମତ ବୋଲି ଆଜି କୃଷିମନ୍ତ୍ରୀ ବିବୃତି ଦେଇଥିବା ଆତ୍ମହତ୍ୟା କରିଥିବା ଚାଷୀମାନଙ୍କ ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତିି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଏ ସରକାର ଚାଷୀ ଏବଂ ଚାଷୀ ପରିବାର ପାଇଁ ଠିଆ ହୋଇନାହିଁ । ବରଗଡ଼ରେ ଆତ୍ମହତ୍ୟା କରିଥିବା ଚାଷୀ ହାଡ଼ୁ ବଗର୍ତୀ ଓରଫ ଖଇନୁଙ୍କ ଘରକୁ ଜିଲ୍ଲାପାଳ ନଯାଇ ଦାମ୍ପତ୍ୟ କଳହ ଯୋଗୁଁ ଖଇନୁ ବଗର୍ତୀ ଆତ୍ମହତ୍ୟା କରିଛି ବୋଲି ରିପୋର୍ଟ ପ୍ରଦାନ କରିଥିଲେ । ମାତ୍ର ସ୍ୱର୍ଗତ ବଗର୍ତୀଙ୍କ ପତ୍ନୀ ଏହାକୁ ଅସ୍ୱୀକାର କରିବାରୁ କୃଷିମନ୍ତ୍ରୀ ହରଡ ଘଣାରେ ପଡି ପୁନଃତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଲେ ।
ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ପୁନଃତଦନ୍ତ ପାଇଁ ବରଗଡ ସହକାରୀ ଉଦ୍ୟାନ ନିଦେ୍ର୍ଧଶକ ସୁଶୀଲ କୁମାର ସେଠ୍ ଏବଂ କୃଷି ଉପନିଦେ୍ର୍ଧଶକ ନବକିଶୋର ଦାସ ଘଟଣା ସ୍ଥଳକୁ ଯାଇ ସ୍ୱର୍ଗତ ବଗର୍ତୀଙ୍କ ପରିବାର ଲୋକଙ୍କୁ ଭେଟିବା ସହ ତାଙ୍କ ଚାଷ ଜମି ପରିଦର୍ଶନ କରିଥିଲେ । ଋଣ ବୋଝ ଏବଂ ଫସଲହାନୀ ଯୋଗୁଁ ସ୍ୱର୍ଗତ ବଗର୍ତୀ ବିଷ ପାନ କରି ଆତ୍ମହତ୍ୟା କରିଥିବାର ସରଜମିନ୍ ରିପୋର୍ଟ ପ୍ରଦାନ କରିଥିଲେ । ମାତ୍ର ଏହି ରିପୋର୍ଟରେ ଥିବା ଆତ୍ମହତ୍ୟା ଜନିତ ଅସଲ ତଥ୍ୟ କୃଷିମନ୍ତ୍ରୀଙ୍କ ପାଖରେ ପହଂଚିଲା ବେଳକୁ ବଦଳି ଯାଇଥିଲା । ସତ୍ୟକୁ ଅସତ୍ୟରେ ପରିଣତ କରି ଠାକୁର ଖାଇ ଖଟୁଳି ଖାଇବାର ଦୁଃସାହସ କରିଛନ୍ତି କୃଷିମନ୍ତ୍ରୀ ବୋଲି ଶ୍ରୀ ମହାନ୍ତି ସିଧାସଳଖ ଆରୋପ କରିଛନ୍ତି ।
ବାଲେଶ୍ୱର ବଇଁଚା ପଂଚାୟତର ବାଖରବାଡ଼ ଗାଁର ଆତ୍ମହତ୍ୟା କରିଥିବା ଚାଷୀ ସୁଦାମ ଖଟୁଆଙ୍କ ଘରକୁ ଜିଲ୍ଲାପାଳ ଯାଇଥିଲେ । । ତଦନ୍ତ ସମୟରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ସୁଦାମଙ୍କ ଜମିରେ ଫସଲ ନଷ୍ଟ ସାଙ୍ଗକୁ ବିଭିନ୍ନ ପ୍ରକାର ଋଣ ଚାପରେ ଆତ୍ମହତ୍ୟା କରିଥିବା କହିଥିଲେ । କୃଷି ଋଣ, ସମବାୟ ଋଣ, ସ୍ୱୟଂ ସହାୟକ ଗୋÂୀ ଋଣ, ହାତ ଉଧାରି ଚାପରେ ସେ ଆତ୍ମହତ୍ୟା କରିଥିବା ଜିଲ୍ଲାପାଳ ଅନୁଭବ କରିଥିଲେ । ସେହିପରି ନବରଙ୍ଗପୁର ବ୍ଲକ ସାନମସୀଗାଁର ଶିବପ୍ରସାଦ ଭତାରା, ଯାଜପୁର ଜିଲ୍ଲା ରଘୁନାଥପୁରର କଳିଙ୍ଗ ଘଡେ଼ଇ, ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ମନମୁଣ୍ଡା ଜଲେଇପାଲି ଗାଁର ବଲ୍ଲଭ ଧରେଇ ଏବଂ ଗଂଜାମ ଜିଲ୍ଲାର ବ୍ରହ୍ମପୁରର ବୁଲୁ ରେଡ୍ଡୀ ପ୍ରମୁଖ ଚାଷୀମାନେ ଆତ୍ମହତ୍ୟା କରିଥିବା ସେ ଅଂଚଳର ଗ୍ରାମବାସୀ ଏବଂ ଜିଲ୍ଲାପାଳଙ୍କ ରିପୋର୍ଟରୁ ସତ ପ୍ରମାଣିତ ହୋଇଛି ।
ଋଣବୋଝ, ଫସଲହାନୀ ଏବଂ ମାନସିକ ଚାପଗ୍ରସ୍ତ ହୋଇ ଅଳ୍ପ କିଛି ଦିନ ମଧ୍ୟରେ ରାଜ୍ୟରେ ୬ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ସଂପୃକ୍ତ ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି କୃଷିମନ୍ତ୍ରୀ ଆତ୍ମହତ୍ୟାର କାରଣ ଚାଷ ପାଇଁ ନୁହେଁ ବୋଲି ବିବୃତି ଦେଇଛନ୍ତି । ସରକାର ସାହାଯ୍ୟ ତ ଦେଲେନାହିଁ, ପୁଣି ଅପବାଦ ଦେଲେ ବୋଲି ମୃତକ ଚାଷୀ ପରିବାର ପ୍ରକାଶ କରିଛନ୍ତି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ତହସିଲଦାର, ବିଡିଓ, ଉପ କୃଷି ନିଦେ୍ର୍ଧଶକ, କୃଷି ଅଧିକାରୀ, ଜିଲ୍ଲାପାଳ ଓ ସର୍ବୋପରି ସରକାରୀ ବାବୁଙ୍କ ସପକ୍ଷରେ ରାଜ୍ୟ ସରକାର ଯାଇଛନ୍ତି । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ସରକାରୀ ବାବୁମାନେ ସରକାରଙ୍କ କୋଠ ପୁଅ । ଗରିବ ଚାଷୀକୁଳ ପାଇଁ ଏହାଠାରୁ ଆଉ ଦୁର୍ଭାଗ୍ୟଜନକ ବିଷୟ ଆଉ କ’ଣ ହୋଇପାରେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

Share in top social networks!