ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ଆନୁକୁଲ୍ୟରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଉଦ୍ଘାଟିତ ହୋଇ ଯାଇଅଛି

ugsuuଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ଆନୁକୁଲ୍ୟରେ ତା `୧୮.୩.୨୦୧୭ ପୂର୍ବାହ୍ନରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଉଦ୍ଘାଟିତ ହୋଇ ଯାଇଅଛି। ସାଂପ୍ରତିକ ବିକାଶ ଚିତ୍ରର ପୃଷ୍ଟଭୂମିରେ ଏହି ସମ୍ମିଳନୀର ବିଷୟ ବସ୍ତୁ ଥିଲା “ ପୁନୋରୁଉଠିତ ଗ୍ରାମୀଣ ଭାରତ – ଏକ ସଇଧନ୍ତିକ ପରିବର୍ତନ “ ( RESURGENT RURAL INDIA – A PARADIGM SHIFT) । ସମ୍ମିଳନୀ ଉଦ୍ଘାଟନ କରି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ଦାସ କହିଥିଲେଜେ ଭାରତ ବିକାଶର ପଥରେ ବିଭିନ୍ନ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ବିଶ୍ଵପଟରେ ଜାହିର କରିଅଛି। ହେଲେ ଗ୍ରାମୀଣ ଭାରତ ଏବେବି ବିକାଶର ତ୍ଵରଣରେ ସମତୁଲ ହୋଇ ପରିନାହି। ବିଶ୍ଵରେ ଶ୍ରେଷ୍ଠ ସ୍ତ।ନ ପାଇବା ଲାଗି ଭାରତକୁ ନିଜ ସାଙ୍ଗରେ ଗ୍ରାମୀଣ ଭାରତକୁ ନେବାକୁ ପଡିବ। ଏହି ଅବସରରେ ସନମାନିତ ଅତିଥି ଭାବେରେ ଯୋଗ ଦେଇ NTPC ର ଅର୍ଥ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ କୁଳମଣି ବିଶ୍ଵାଳ ସ୍ଵାଧୀନତା ପୂର୍ବର ଗ୍ରାମୀଣ ଭାରତର ଶବ୍ଦ ଚିତ୍ର ପ୍ରଦାନ କରିଥିଲେ। ଶିଳ୍ପ ବିକାଶ ର ଧାରାରେ ଗ୍ରାମ୍ୟ ଭାରତର ଉଥନ ଓ ସଂହତି ଆମ ପାଇଁ ଏକ ଆୱାନ । ଶିକ୍ଷା ହି ପ୍ରଗତିର ବାଟ ଦେଖାଇବ ।
ମୁଖ୍ୟ ବକ୍ତା ଭାବେ ଆଦିକବି ତନୟ ବିଶ୍ବବିଦ୍ୟାଳୟ ରାଜହମହେନ୍ଦ୍ରୀ, ଆନ୍ଧ୍ର ପ୍ରଦେଶର ପ୍ରଫେସର ୟେଶ ଟେକି ନିଜର ତିନି ଦଶନ୍ଧିର ବ୍ୟକ୍ତିଗତ ଅନୁଭୂତି ସହିତ ଅଉଦ୍ୟୋଗିକ ଚିନ୍ତା ଧାରା କିପରି ପରିବର୍ତନର ସୂତ୍ରଧର ହୋଇ ପାରିବ ସେ ବିଷୟରେ ସ।ରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ଅନ୍ନ୍ୟତମ ସଂନମ।ନିତ ବକ୍ତା ଭାବେ ସ୍ନାତୋକତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ବଳ ଗ୍ରାମୀଣ ଉନତି କ୍ଷେତ୍ରରେ ପ୍ରତିବନ୍ଧକ ମାନଙ୍କ ସମ୍ପର୍କରେ ବଖାଣି ଅତିକ୍ରମ କରିବାର ଉପାୟ ମାନକ ବିଷୟରେ ସୂଚନା ପ୍ରଦାନ କରିଥିଲେ॥ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଆନୁକୁଲ୍ୟରେ ବାଣିଜ୍ୟ ବିଭାଗ (ଡ଼ିଆରଏସ) ଦ୍ଵାରା ଅନୁଷ୍ଠିତ ଏହି ସମ୍ମିଳନୀ ଆଭିମୁଖ୍ଖ୍ୟ ସମ୍ପର୍କରେ ସଂଯୋଜକ ପ୍ରଫେସର ଜୟନ୍ତ କୁମାର ପରିଡା ବିଷଦ ବିବରଣୀ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଡାଃ ମହେଶ୍ଵର ସ୍ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଡାଃ ରବୀନ୍ଦ୍ର କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ବିନୋଭା ଭାବେ ବିଶ୍ବବିଦ୍ୟାଳୟ ର ପ୍ରଫେସର ଏମ କେ ସିଂହ ଓ ବାବା ମର୍ଥବାଦ ବିଶ୍ବବିଦ୍ୟାଳୟ ଔରଙ୍ଗାବାଦ ପ୍ରଫେସର ୱ କେଇ ସେରେବଡେ ଙ୍କ ଅଧ୍ୟଖତାରେ ବିଭିନ୍ନ ବିଶ୍ବବିଦ୍ୟାଳଯ ଓ ମହାବିଦ୍ୟାଳୟର ୬୭ ଜଣ ଗବେଷକ ସ୍ଵ ସ୍ଵ ନିବନ୍ଧ ପାଠ କରିଥିଲେ ଥିଲେ। ଶେଷରେ ପ୍ରଫେସର ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ॰

Share in top social networks!