କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭୁବନେଶ୍ୱର ଓ କଟକ ସିଜିଡି ପ୍ରକଳ୍ପ କ୍ରିୟାନ୍ୱୟର ଶୁଭାରମ୍ଭ

dpcdg

ଓଡିଶାରେ ଖୁବ ଶୀଘ୍ର ପହଂଚିବ “ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା” ଯୋଜନା ଅନ୍ତର୍ଗତ ପ୍ରାକୃତିକ ଗ୍ୟାସ
• “ଉର୍ଜା ଗଙ୍ଗା”ର ଦୀର୍ଘ ପାଇପ ଲାଇନ ଓଡ଼ିଶାରେ ନିର୍ମାଣ
• ୫ ଲକ୍ଷ ଗୃହକୁ ପିଏନଜି ଓ ୧.୫ ଲକ୍ଷ ଯାନ ବାହନକୁ ସିଏନ୍ଜି
• “ଉର୍ଜା ଗଙ୍ଗା” ଏବଂ ସିଜିଡ଼ିରେ ୫,୭୦୦ କୋଟିରୁ ଊଦ୍ଧ୍ୱର୍ ପୁଞ୍ଜି ନିବେଶ
• “ଗେଲ୍”ର ଓଡ଼ିଶା କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର, ୧୮ ମାର୍ଚ ୨୦୧୭– ଅର୍ଥନୈତିକ ବିକାଶର ଅଭିବୃଦ୍ଧି ଏବଂ ପ୍ରାକୃତିକ ଗ୍ୟାସକୁ ଓଡ଼ିଶାରେ ପହଂଚାଇବା ଲକ୍ଷ୍ୟକୁ ସାକାର କରିବା ପାଇଁ କଟକ – ଭୁବନେଶ୍ୱରରେ ପାଇପ ଯୋଗେ ପର୍ଯ୍ୟାବରଣ ସହଯୋଗୀ ରନ୍ଧନ ଗ୍ୟାସ ଯୋଗାଣ (ସିଜିଡି) ପ୍ରକଳ୍ପ କ୍ରିୟାନ୍ୱୟନକୁ ଆଜି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, କଟକର ମାନ୍ୟବର ସାଂସଦ ଭର୍ତୃହରି ମହତାବ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ବିଶେଷ ଏହି ସଭାରେ ଉପସ୍ଥିତ ଥିଲେ ।
ଏହି ଯୋଜନାଟି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତଥା ପ୍ରାକୃତିକ ଗ୍ୟାସ ମାଧ୍ୟମରେ ଅର୍ଥନୈତିକ ବିକାଶ ତଥା ଭାରତର ପୂର୍ବାଂଚଳକୁ ପ୍ରାକୃତିକ ଗ୍ୟାସ ଗ୍ରିଡ଼ ମାଧ୍ୟମରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ ଯୋଗେ ସଂଯୋଗ କରିବାର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଏକ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହୋଇପାରିବ । ପ୍ରଧାନ ମନ୍ତ୍ରୀ ଉର୍ଜା ଗଙ୍ଗା ଭାବେ ପରିଚିତ ଏହି ପାଇପଲାଇନ ଉତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟ ଦେଇ ବିଛାଯିବା ସହ ଓଡ଼ିଶାରେ ୭୬୨ କିମି ବିଶିଷ୍ଟ ଲମ୍ବର ପାଇପ ସଂଯୋଗ କରାଯିବାର ଯୋଜନା କରାଯାଇଛି ।
ଏହି ଗ୍ୟାସ ପାଇପ୍ଲାଇନ ବିଛାଇବାର କାର୍ଯ୍ୟଭାର ତଥା ସିଜିଡ଼ି ପ୍ରକଳ୍ପକୁ ହାତକୁ ନେଇଥିବା ଗେଲ୍ (ଇଣ୍ଡିଆ)ର ଓଡ଼ିଶା କାର୍ଯ୍ୟାଳୟକୁ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଉଦ୍ଘାଟନ କରିଛନ୍ତି ।
ଭୁବନେଶ୍ୱରର ସିଜିଡ଼ି ପ୍ରକଳ୍ପ ନିର୍ମାଣ ପାଇଁ ୧,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାଦ୍ୱାରା ଖୋର୍ଧା ଜିଲାର ୨୫ ଲକ୍ଷ ଲୋକ ଏବଂ ୨.୫ ଲକ୍ଷ ଘର ଏହି ପର୍ଯ୍ୟାବରଣ ସହଯୋଗୀ, ସୁରକ୍ଷିତ ଏବଂ ଅର୍ଥଭିତିକ ପ୍ରାକୃତିକ ଗ୍ୟାସ (ପିଏନ୍ଜି) ଯୋଗାଣର ଲାଭ ପାଇପାରିବେ । ୧ ଲକ୍ଷ ଯାନବାହନ ପାଇଁ ପ୍ରାକୃତିକ ଗ୍ୟାସ ଯୋଗାଣ ଲାଗି ପ୍ରଥମ ୩ ରୁ ୫ ବର୍ଷ ମଧ୍ୟରେ ୨୪ଟି ସିଏନ୍ଜି ଷ୍ଟେଶନ ନିର୍ମାଣ କରାଯିବାର ଯୋଜନା କରାଯାଇଛି ।
ସେହିପରି କଟକ ପାଇଁ ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିରେ ୨୬ ଲକ୍ଷ ଲୋକ ଏବଂ ୨.୫ ଲକ୍ଷ ଘର ଗ୍ୟାସ ପାଇପଲାଇନର ଲାଭ ପାଇପାରିବେ । ଏହା ସହ ୨୦ ଟି ସିଏନଜି କେନ୍ଦ୍ରରୁ ଆଗାମୀ ୩ରୁ ୫ ବର୍ଷରେ ୫୦ ହଜାର ଯାନ ବାହନ ପାଇଁ ଇନ୍ଧନ ସୁବିଧା ମିଳିବ ।
ଏହା ସହ ପ୍ରାକୃତିକ ଗ୍ୟାସ ଶିଳ୍ପ ଓ ବ୍ୟାବସାୟିକ ସଂସ୍ଥାମାନଙ୍କୁ ଉପଲବ୍ଧ କରାଯିବା କାରଣରୁ ପରିବେଶ ସୁରକ୍ଷା ସହ ଅର୍ଥନୀତିକୁ ମଧ୍ୟ ଏହା ସୁଦୃଢ କରିବ । ଏହି ସହର ଗ୍ୟାସ ବିତରଣ ନେଟୱର୍କରେ ଇସ୍ପାତ ଓ ଏମଡିପିଇ ପାଇପଲାଇନର ମୋଟ ଦୈର୍ଘ୍ୟ ପାଖାପାଖି ୨ ହଜାର କିମି ହେବ । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ଯୁବକ ଯୁବତୀଙ୍କୁ ରୋଜଗାରର ସୁଯୋଗ ଦେବ ।
ଜଗଦୀଶପୁର- ହଳଦିଆ ଓ ବୋକାରୋ- ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନର ମୋଟ ଦୈର୍ଘ୍ୟ ହେଉଛି ୨୬୧୯ କିମି । ଏଥିରେ ମୋଟ ପୁଞ୍ଜି ନିବେଶ ହେଉଛି ୧୨,୯୪୦ କୋଟି । ଏଥିରେ ଭାରତ ସରକାର ୪୦ ପ୍ରତିଶତ ଅର୍ଥ ( ୫,୧୭୬ କୋଟି ଟଙ୍କା) ଅନୁଦାନ ଆକାରରେ ପ୍ରଦାନ କରିଛନ୍ତି । ଏହା ପାଂଚଟି ରାଜ୍ୟ ଉତର ପ୍ରଦେଶ (୩୪୨କିମି), ବିହାର(୪୪୧କିମି), ଝାଡଖଣ୍ଡ(୫୨୪କିମି), ପଶ୍ଚିମବଙ୍ଗ(୫୫୦କିମି) ଏବଂ ଓଡ଼ିଶା(୭୬୨କିମି) ମଧ୍ୟ ଦେଇ ଗତି କରିବ । ସାର କାରଖାନା, ଶକ୍ତି ପ୍ରକଳ୍ପ, ତୈଳ ବିଶୋଧନାଗାର, ଇସ୍ପାତ ଉଦ୍ୟୋଗ ଓ ସହର ଗ୍ୟାସ ସେବା ପାଇଁ ଏହି ପାଇପଲାଇନରୁ ପ୍ରାକୃତିକ ଗ୍ୟାସ ଯୋଗାଇ ଦିଆଯିବ ।
ଗ୍ୟାସ ସେବା ସୁନିଶ୍ଚିତ କରାଯିବା କାରଣରୁ ଏହି ପାଇପଲାଇନ ରାସ୍ତାରେ ଆସୁଥିବା ଓ ବନ୍ଦ ପଡିଥିବା ବିଭିନ୍ନ ସାର କାରଖାନା ଯଥା ଉତର ପ୍ରଦେଶର ଗୋରଖପୁର, ବିହାରର ବରୌନୀ, ଝାଡଖଣ୍ଡର ସିନ୍ଦ୍ରି ର ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦିତ ହେବ । ଏହି ପାଇପଲାଇନ ପ୍ରକଳ୍ପ ପଶ୍ଚିମ ବଙ୍ଗ ଦୁର୍ଗାପୁରର ମାଟିକ୍ସ ସାର କାରଖାନାର ଗ୍ୟାସ ଆବଶ୍ୟକତା ପୂରଣ କରିବ । ଏହି ସାର କାରଖାନା ଗୁଡିକ ପୂର୍ବ ଭାରତର ସାର ଆବଶ୍ୟକତା ପୂରଣ କରିବା କାରଣରୁ କୃଷିର ବିକାଶରେ ବିଶେଷ ଭାବରେ ସହାୟକ ହେବ ।
ଏହି ପାଇପଲାଇନ ରାସ୍ତାରେ ଆସୁଥିବା ବିଭିନ୍ନ ସହର ଭୁବନେଶ୍ୱର, କଟକ, ବାରାଣାସୀ, ପାଟନା, ଜାମସେଦପୁର, କୋଲକାତା ଓ ରାଂଚିକୁ ସହର ଗ୍ୟାସ ବିତରଣ ସେବା ଯୋଗାଇ ଦେବା ଦାୟିତ୍ୱ ଗେଲ୍କୁ ଦିଆ ଯାଇଛି ।
ଓଡିଶାରେ ଏହି ପାଇପଲାଇନ କାର୍ଯ୍ୟରେ ୪ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ । ୭୬୨ କିମି ଦୈର୍ଘ୍ୟ ଏହି ପାଇପଲାଇନ ରାଜ୍ୟର ୧୩ଟି ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ମାନଙ୍କୁ ସ୍ପର୍ଶ କରିବ ।
ଗେଲ ଇଣ୍ଡିଆ ହେଉଛି ଦେଶର ଏକ ନମ୍ବର ସମନ୍ୱିତ ପ୍ରାକୃତିକ ଗ୍ୟାସ କମ୍ପାନୀ ଯାହା ପାଖରେ ୭୫ ଭାଗ ପ୍ରାକୃତିକ ଗ୍ୟାସ ବିତରଣର କ୍ଷମତା ଅଛି । ୧୧ ହଜାର କିିିମିରୁ ଉଧ୍ୱର୍ ପ୍ରାକୃତିକ ଗ୍ୟାସ ନେଟୱର୍କ ସହ ଦେଶର ଶକ୍ତି, ସାର, ଅନ୍ୟାନ୍ୟ ଶିଳ୍ପ, ଅଟୋମୋଟିଭ ଏବଂ ଘର ମାନଙ୍କର ଉପଭୋକ୍ତା ମାନଙ୍କୁ ଗ୍ୟାସ ଯୋଗାଇ ଦିଏ । ପ୍ରାକୃତିକ ଗ୍ୟାସ ସରବରାହ, ବିତରଣ, ପ୍ରକ୍ରିୟାକରଣ ବ୍ୟତୀତ ଗେଲ ର ବ୍ୟବସାୟିକ କାର୍ଯ ପେଟ୍ରୋକେମିକାଲ, ଏଲପିଜି ସରବରାହ, ସହର ଗ୍ୟାସ ବିତରଣ, ଗ୍ୟାସ ଅନୁସନ୍ଧାନ ଏବଂ ଉପôାଦନ ଆଦି କାର୍ଯ୍ୟରେ ସଂଶ୍ଲିଷ୍ଟ । ଆଗାମୀ ପାଂଚ ବର୍ଷରେ ଏହି ନେଟବର୍କକୁ ବଢାଇ ୧୮ ହଜାର କିମିରେ ପହଂଚିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।

Share in top social networks!