ଭୁବନେଶ୍ୱରରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଅର୍ନ୍ତଜାତୀୟ ସମ୍ମିଳନୀ ଆରମ୍ଭ

ICICH 2017
ଭାରତୀୟ ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ ଓଡ଼ିଶା ବିଶ୍ୱକୁ ନୂଆ ଦିଶା ଦେଖାଇବ

• ଭାଗ ନେଉଛନ୍ତି ୪ଟି ସାର୍କ ଦେଶର ପ୍ରତିନିଧି
• ଉପସ୍ଥାପିତ ହେବ ୮୦ରୁ ଅଧିକ ସାରଗର୍ଭକ ସନ୍ଦର୍ଭ

ଦକ୍ଷିଣପୂର୍ବ ଏସୀୟ ଦେଶ ସମୂହ ସହ ଓଡ଼ିଶାର ସମ୍ପର୍କ ବହୁ ପ୍ରାଚୀନ । କେବଳ ବ୍ୟବସାୟିକ ସମ୍ପର୍କ ନୁହେଁ, ବରଂ ସାଂସ୍କୃତିକ ବିଭବର ମଧ୍ୟ ବେଶ୍ ସାମଞ୍ଜସ୍ୟ ରହିଛି । ତେଣୁ ଏହି ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଉଦ୍ୟମ ହେବା ଦରକାର । ପୂର୍ବ କାଳରେ ଓଡିଆମାନେ ବସ୍ତ୍ର ଏବଂ ମସଲା ସାମଗ୍ରୀ, ହସ୍ତଶିଳ୍ପ ଆଦି ନେଇ ବ୍ୟବସାୟ କରିବା ପାଇଁ ବିଦେଶ ଯାତ୍ରା କରୁଥିଲେ । କିନ୍ତୁ ଏବେ ସମୟ ବଦଳିବା ସହ ବ୍ୟବସାୟର ଢ଼ାଂଚା ବଦଳୁଛି । ଆଗକୁ ବିଶ୍ୱରେ ଶକ୍ତି ବ୍ୟବସାୟରେ ଭାରତ ମୁଖ୍ୟ ଭୂମିକା ନେବ । ଏ ଦିଗରେ ଭାରତୀୟ ବିଶେଷକରି ଓଡିଆମାନେ ନିଶ୍ଚିତ ସଫଳ ହେବେ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱରରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଓ ଇନଷ୍ଟିଚୁ୍ୟଟ ଅଫ୍ ମିଡିଆ ଷ୍ଟଡିଜ ପକ୍ଷରୁ ଆରମ୍ଭ ହୋଇଛି ‘ଭାରତୀୟ ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତମାନ, ଭବିଷ୍ୟତ’ ଶୀର୍ଷକ ୩ ଦିନିଆ ଅର୍ନ୍ତଜାତୀୟ ସମ୍ମିଳନୀ । ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତୀୟ ସଂସ୍କୃତି ପ୍ରାଚୀନ କାଳରୁ ସାରା ବିଶ୍ୱରେ ମହାନ ସଂସ୍କୃତିର ମାନ୍ୟତା ଲାଭ କରି ଆସିଛି । ଶହ ଶହ ବର୍ଷ ଧରି ଏହାର ବିଭିନ୍ନ ଦିଗ, ବିଭିନ୍ନ ନୀତି ଓ ଆଦର୍ଶ ବିଶ୍ୱବାସୀଙ୍କୁ ବିସ୍ମିତ କରିଛି । ସାରା ବିଶ୍ୱରେ ବିବିଧ ସଂସ୍କୃତିର ବୃହତମ ସମାହାର ହେଉଛି ଭାରତୀୟ ସଂସ୍କୃତି । ଭାରତ ବାହାରେ ମଧ୍ୟ ବହୁଳ ଭାବରେ ଆଦର ଲାଭ କରିଛି ଆମ ଭାରତୀୟ ସଂସ୍କୃତି । ତେଣୁ ଏହି ମହାନ ପରମ୍ପରାକୁ ଆଗେଇ ନେବା ପାଇଁ ଆମ ଯୁବ ପିଢ଼ି ଆମର ଭାଷା, ସାହିତ୍ୟ, ସଂସ୍କୃତି, ଧାର୍ମିକ ଭାବନା ଏବଂ ବିଭିନ୍ନ ଉତ୍ସବ ସହ ଜଡ଼ିତ ହୋଇ ରହିବା, ସେବିଷୟରେ ଅଧିକରୁ ଅଧିକ ଅଧ୍ୟୟନ କରିବା ଏବଂ ଆମ ସାଂସ୍କୃତିକ ପରମ୍ପରାର ନୂଆ ନୂଆ ଦିଗ ଆବିଷ୍କାର କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏହି ଉଦ୍ଘାଟନୀ ଉତ୍ସବରେ ତିନୋଟି ପ୍ରକାଶନ ଉନ୍ମୋଚନ କରାଯାଇଛି । ଏଗୁଡ଼ିକ ହେଉଛି ଗବେଷକମାନଙ୍କ ପ୍ରସ୍ତୁତ ବିଭିନ୍ନ ଉପସ୍ଥାପନାର ସଂକ୍ଷେପଣ ଉପରେ ଆଧାରିତ ପୁସ୍ତିକା, ସ୍ମରଣିକା “ଐତିହ୍ୟ ୍’ ଏବଂ “ପ୍ରୋସିଡିଙ୍ଗ୍ସ ଅଫ୍ ଦ ଇଂଟରନ୍ୟାସନାଲ କନଫେରେନ୍ସ’ ।

ଏହି ଅବସରରେ ଭୁବନେଶ୍ୱରର ଇନଷ୍ଟିଚୁ୍ୟଟ ଅଫ୍ ମିଡ଼ିଆ ଷ୍ଟଡିଜ୍ (ଆଇଏମଏସ)ର ନିଦେ୍ର୍ଧଶକ ତଥା ଆଇସିଆଇସିଏଚ୍ର କନ୍ଭେନର ପ୍ରଫେସର ଉପେନ୍ଦ୍ର ପାଢ଼ୀ କହିଛନ୍ତି ଯେ “ଏହି ସମ୍ମିଳନୀରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯିବ । ଏହା ଭାରତୀୟ ସଂସ୍କୃତିକୁ ଆହୁରି ଭଲଭାବରେ ବୁଝିବା ପାଇଁ, ତାହାର ନିର୍ଯ୍ୟାସକୁ ଅଧିକ ଜନପ୍ରିୟ କରିବା ପାଇଁ ଓ ଆମ ସଂସ୍କୃତିର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆଲୋଚନା, ତର୍କ ବିତର୍କ ଓ ଭାବବିନିମୟ ପାଇଁ ଏକ ଭିତିଭୂମି ପ୍ରଦାନ କରିବ ।’

ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସଦ ଭର୍ତୃହରି ମହତାବ କହିଛନ୍ତି, କେବଳ ଇତିହାସକୁ ସମୀକ୍ଷା କଲେ ହେବ ନାହିଁ, ବରଂ ଭବିଷ୍ୟତ ପାଇଁ ଏବେଠାରୁ ଚିନ୍ତା କରିବା ଦରକାର । ଦେଶରେ ଥିବା ଐତିହ୍ୟ, କୀର୍ତିରାଜି ଆଦିର ଠିକଣା ସଂରକ୍ଷଣ ନିହାତି ଲୋଡା । ଏଦିଗରେ ବିଶେଷ ଧ୍ୟାନ ଦିଆଯିବା ଜରୁରି । ସେ ଏକ ଉଦାହରଣ ଦେଇ କହିଲେ ଯେ, ଶିଶୁପାଳଗଡର ତାପôର୍ଯ୍ୟ ଗ୍ରୀସ୍ଠାରୁ ବି କମ୍ ନୁହେଁ । ସେହିପରି ରାଜ୍ୟ ତଥା ଦେଶରେ ଅନେକ ଅଦ୍ୱିତୀୟ କୀର୍ତିରାଜି ରହିଛି । ଏଣୁ ଏଗୁଡିକର ପ୍ରଚାର ପ୍ରସାର ଦିଗରେ ଉଦ୍ୟମ ହେଲେ ଆଗାମୀ ଦିନରେ ଭାରତୀୟ ଐତିହ୍ୟ ସାରା ବିଶ୍ୱରେ ଅଧିକ ଲୋକପ୍ରିୟ ହୋଇପାରିବ ।

ଆଶାକରାଯାଉଛି ବହୁ ଚିନ୍ତାଶୀଳ ବ୍ୟକ୍ତି, ଶିକ୍ଷାବିତ୍, ଗବେଷକ, ଐତିହାସିକ, କଳାକାର, ପର୍ଯ୍ୟଟକ, ମିଡିିଆ ବ୍ୟକ୍ତିତ୍ୱ, ସମାଲୋଚକ, ଲେଖକ ଓ ଛାତ୍ରଛାତ୍ରୀଗଣ ଏହି ତିନିଦିନିଆ ସମ୍ମିଳନୀରେ ଯୋଗଦେଇ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ପରିଭାଷିତ କରିବେ । ଭାରତ ସହିତ ନେପାଳ, ଭୂଟାନ ଏବଂ ଶ୍ରୀଲଙ୍କାରୁ ପ୍ରତିନିଧିମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ଏହି ସମ୍ମିଳନୀର ଲକ୍ଷ୍ୟ ଭାରତର ବିବିଧ ତଥା ମହାନ ସାଂସ୍କୃତିକ ପରମ୍ପରାର ପ୍ରସାର ସହ ଭାରତୀୟ ସଂସ୍କୃତିର ଐତିହାସିକ ଦୃଶ୍ୟପଟର ଅବତାରଣା ସହିତ ବର୍ତମାନର ସମସ୍ୟା ଉପସ୍ଥାପନ କରିବା । ଏହାର ଲକ୍ଷ୍ୟ ସାଂସ୍କୃତିକ ଭାବବିନିମୟର ଦୃଢ଼ୀକରଣ ଏବଂ ସାମ୍ପ୍ରତିକ ନୀତିଗୁଡ଼ିକର ସମୀକ୍ଷା କରିବା ସହ ନୂଆ ନୂଆ କ୍ଷେତ୍ର ଚିହ୍ନଟ କରି ସାର୍କ ଦେଶଗୁଡ଼ିକ ସହିତ ସମ୍ପର୍କ ଅଧିକ ଦୃଢ଼ କରିବା ।

ଏହି ଉଦ୍ଘାଟନୀ ଉତ୍ସବରେ ଲଳିତ କଳା ଏକାଡେ଼ମୀର ପୂର୍ବତନ ଅଧ୍ୟକ୍ଷ ଡ଼କ୍ଟର କଲ୍ୟାଣ କୁମାର ଚକ୍ରବର୍ତୀ, ଶ୍ରୀଲଙ୍କା ସ୍ଥିତ ୟୁନିଭର୍ସିଟି ଅଫ୍ କେଲାନିୟାର ଅବସରପ୍ରାପ୍ତ ପ୍ରଫେସର ଦୟାରତ୍ନେ ଏଡ଼ିରିସିଙ୍ଗେ, ଉକ୍ରଳ ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ବଳ, ସମ୍ମିଳନୀର ସଂଯୋଜକ ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରଶାସନ ବିଭାଗୀୟ ମୁଖ୍ୟ ସ୍ୱର୍ଣ୍ଣମୟୀ ତ୍ରିପାଠୀ ଓ ସମ୍ମିଳନୀର ଯୁଗ୍ମ ଆବାହକ ତଥା ଓଡ଼ିଶା ଲାଇଭ ସମ୍ପାଦକ ନୀଳାମ୍ବର ରଥ ମଂଚରେ ଉପସ୍ଥିତ ଥିଲେ । “ଓଡ଼ିଶା ଲାଇଭ୍’ ଏହି କାର୍ଯ୍ୟକ୍ରମର ନଲେଜ୍ ପାର୍ଟନର ରହିଛି ।

ସାଂସ୍କୃତିକ ଭାବବିନିମୟ ସହିତ ଏହି ସମ୍ମିଳନୀର ଅନ୍ୟତମ ଆକର୍ଷଣ ହେଉଛି ଡିଡିସିଇ, ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ୧୯ ଓ ୨୦ ଆୟୋଜିତ ହେବାକୁ ଥିବା ପ୍ଲେନାରୀ ଅଧିବେଶନ । ଏହି ଅଧିବେଶନରେ ବିଭିନ୍ନ ଦେଶରୁ ୮୦ ଜଣ ବିଶେଷଜ୍ଞ ତାଙ୍କର ସାରତତ୍ୱମୂଳକ ନିବନ୍ଧ ଉପସ୍ଥାପନ କରିବେ ଏବଂ ଏହା ଭାରତୀୟ ସଂସ୍କୃତିକୁ ଭଲଭାବରେ ବୁଝିବା ପାଇଁ ତଥା ଭାରତୀୟ ସଂସ୍କୃତିର ବିଭିନ୍ନ ନୂତନ ଦିଗ ସହ ପରିଚିତ କରାଇବା ପାଇଁ ଓ ଏହାର ଭବିଷ୍ୟତକୁ ଆହୁରି ଅଧିକ ଉଜ୍ଜ୍ୱଳ କରିବା ପାଇଁ ଆଲୋଚନା, ତର୍କ, ଭାବବିନିମୟ ଓ ଦୃଷ୍ଟିଭଙ୍ଗୀ ଉପସ୍ଥାପନା ନିମନ୍ତେ ଏକ ଭିତିଭୂମି ପ୍ରଦାନ କରିବେ । ଆଗ୍ରହୀ ବ୍ୟକ୍ତିବିଶେଷ କନଫେରେନ୍ସର ୱେବସାଇଟ ଙ୍ଗଙ୍ଗଙ୍ଗ.ସମସମଷ.କ୍ଟrଶ. ରୁ ଅଧିକ ସୂଚନା ପାଇପାରିବେ ।

Share in top social networks!