ପାଇକ ବିଦ୍ରୋହର ୨ ଶତାବ୍ଦୀ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସନେ୍ଦଶକୁ ବିଜେପିର ପ୍ରଶଂସା

harichandan
- କେବଳ ଆର୍ଥିକ ବିକାଶ ନୁହେଁ ଓଡିଆ ସ୍ୱାଭିମାନକୁ ମୋଦି ଦେଇଛନ୍ତି ସମ୍ମାନ
- ସ୍ୱାଧୀନତା ପାଇଁ ଆମ ଦେଶର ଜନତାଙ୍କର ଅଦମ୍ୟ ଉତ୍ସାହର ସ୍ୱର୍ଣିମ ଇତିହାସର ସ୍ମୃତି ହେଉଛି ପାଇକ ବିଦ୍ରୋହ
- ପାଇକମାନେ ନିଜର ସ୍ୱାର୍ଥ ନୁହେଁ ସାଧାରଣ ଗରୀବ କରଦାତାଙ୍କ ଶୋଷଣ ବିରୁଦ୍ଧରେ ବିରାଟ ସଶସ୍ତ୍ର ଆନେ୍ଦାଳନ ଲୋକମାନଙ୍କ ଭାଗିଦାରୀରେ ବିରାଟ ଜନ ଆନେ୍ଦାଳନର ରୂପ ନେଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଓଡିଶା ସମେତ ପୂର୍ବ ଭାରତର ଦୃତ ବିକାଶ ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ସଂକଳ୍ପବଦ୍ଧ ନୁହନ୍ତି ବରଂ ଓଡିଶାର ଆତ୍ମ ସ୍ୱାଭିମାନ, ଗୌରବମୟ ଇତିହାସ ଓ ଓଡିଆ ବୀରତ୍ୱର କାହାଣୀ ତାଙ୍କ ହୃଦୟର ଅତି ନିକଟତର ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ଆନନ୍ଦ ବ୍ୟକ୍ତ କରିଛନ୍ତି । ସ୍ୱାଧୀନତା ପାଇଁ ଆମ ଦେଶର ଜନତାଙ୍କର ଅଦମ୍ୟ ଉତ୍ସାହର ସ୍ୱର୍ଣିମ ଇତିହାସର ସ୍ମୃତି ହେଉଛି ପାଇକ ବିଦ୍ରୋହ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସନେ୍ଦଶରେ କହିଛନ୍ତି ।
ପାଇକ ବିଦ୍ରୋହର ମହାନ ସେନାନୀ ବକ୍ସି ଜଗବନ୍ଧୁ ଭବିଷ୍ୟତ ପୀଢିଙ୍କୁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସନେ୍ଦଶରେ ଉଲ୍ଲେଖ କରିବା ଦେଶର ପ୍ରଥମ ସଶସ୍ତ୍ର ସଙ୍ଗଠିତ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ଉତର ଦାୟାଦ ଓଡିଶବାସୀଙ୍କୁ ବେଶ ସମ୍ମାନିତ କରିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଉପନିବେଶବାଦୀଙ୍କ ପ୍ରଭୁତ ସାମରିକ ଶକ୍ତି ସତ୍ୱେ ପାଇକମାନେ କଠୋର ଶୋଷଣ ଓ ଅନ୍ୟାୟ ବିରୁଦ୍ଧରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପାଇକମାନେ ନିଜର ସ୍ୱାର୍ଥ ନୁହେଁ ସାଧାରଣ ଗରୀବ କରଦାତାଙ୍କ ଶୋଷଣ ବିରୁଦ୍ଧରେ ବିରାଟ ସଶସ୍ତ୍ର ଆନେ୍ଦାଳନ ଲୋକ ମାନଙ୍କ ଭାଗିଦାରୀରେ ବିରାଟ ଜନ ଆନେ୍ଦାଳନର ରୂପ ନେଇଥିଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଦେଶ ସ୍ୱାଧୀନତାର ୭୦ ବର୍ଷ ପାଳନ କରୁଥିବା ବେଳେ ଏହି ସଂଘର୍ଷ ଓ ବଳିଦାନର କାହାଣୀ ନିଶ୍ଚିତ ଭାବେ ଆହୁରି ଉତ୍ସାହର ସହିତ ସ୍ମରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଓ ଏହି ମହାନ ସଂଘର୍ଷକୁ ପାଳନ ପାଇଁ କେନ୍ଦ୍ରୀୟ ବଜେଟରେ ଅର୍ଥ ବ୍ୟୟବରାଦ କରିବା ଓଡିଆ ମାନଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି ।
ଆମର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳି ଦେଇଥିବା ଅଗଣିତ ନର ନାରୀଙ୍କର ତ୍ୟାଗକୁ କୌଣସି ବି ଶବ୍ଦରେ ବର୍ଣନା କରାଯାଇ ପାରିବ ନାହିଁ । ଆମ ଦେଶରେ ଅନେକ ଅଜଣା ସଂଘର୍ଷର କାହାଣୀ ଲୁକ୍କାୟିତ ହୋଇ ରହିଛି । ସେ ସବୁ ଦେଶବାସୀଙ୍କ ସାମନାରେ ଉଜ୍ଜିବୀତ ହେବା ଅତ୍ୟନ୍ତ ଜରୁରୀ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ପରିପ୍ରେକ୍ଷୀରେ ଉଲ୍ଲେଖ କରି ସ୍ୱାଧୀନତା ସଂଗ୍ରାମରେ ବିରାଟ ଯୋଗଦାନ ସତ୍ୱେ ୭୦ ବର୍ଷ ଧରି ପାଇକ ବୀରଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନିଆ ନ ଯାଇଥିଲେ ମଧ୍ୟ ମୋଦି ସରକାର ଏଥିପାଇଁ ସଚେତନ ଥିବା ତାଙ୍କ ସନେ୍ଦଶରୁ ସ୍ପଷ୍ଟ ହେଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ସଂପାଦିକା ସିମନ୍ତିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!