କଟକ – ଭୁବନେଶ୍ୱରରେ ପାଇପ ଯୋଗେ ରୋଷେଇ ଗ୍ୟାସ ଯୋଗାଣ (ସିଜିଡି) ପ୍ରକଳ୍ପ କ୍ରିୟାନ୍ୱୟନର ଶୁଭାରମ୍ଭ କରିବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଖୁବ ଶୀଘ୍ର ଓଡିଶାରେ ପହଂଚିବ “ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା”
• ପାଇପ ଲାଇନ ବିଛାଇବାରେ ଖର୍ଚ ହେବ ୪ ହଜାର କୋଟି
• ଆଉ ୧୭୫୦ କୋଟି ସହର ଗ୍ୟାସ ବିତରଣରେ ଖର୍ଚ ହେବ
• ୫ ଲକ୍ଷ ଗୃହ ଓ ୧.୫ ଲକ୍ଷ ଯାନ ବାହନକୁ ମିଳିବ ଲାଭ

pngpng
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ପର୍ଯ୍ୟାବରଣ ସହଯୋଗୀ ପ୍ରାକୃତିକ ଗ୍ୟାସ ପୂର୍ବ ଭାରତରେ ପହଂଚାଇବାର କାର୍ଯ୍ୟକ୍ରମ ଖୁବ ଶୀଘ୍ର ଓଡିଶାରେ ସାକାର ହେବାକୁ ଯାଉଛି । କଟକ – ଭୁବନେଶ୍ୱରରେ ପାଇପ ଯୋଗେ ରୋଷେଇ ଗ୍ୟାସ ଯୋଗାଣ (ସିଜିଡି) ପ୍ରକଳ୍ପ କ୍ରିୟାନ୍ୱୟନରେ ଶୁଭାରମ୍ଭ କରିବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଧର୍ମେନ୍ଦ୍ର ପ୍ରଧାନ ।
ଚଳିତ ମାସ ୧୮ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏହି ଦିନ ଅପରାହ୍ନ ୫ଟାରେ ଭୁବନେଶ୍ୱର ବରମୁଣ୍ଡା ପଡିଆ ଠାରେ ଏକ ଜନ ସଭାରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ବିଶିଷ୍ଟ କଣ୍ଠ ଶିଳ୍ପୀ ସୋନୁ ନିଗମ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ମାର୍ଚ ୧୯ ତାରିଖରେ ଏହି କାର୍ଯ୍ୟକ୍ରମର ଅଂଶ ଭାବେ ଅପରାହ୍ନ ୫ଟାରେ ପେଟ୍ରୋଲିୟମ ସ୍ପୋର୍ଟ୍ସ ପ୍ରମୋସନ ବୋର୍ଡ (ପିଏସପିବି) ବନାମ ଅବଶିଷ୍ଟ ଭାରତ ମଧ୍ୟରେ ପ୍ରଦର୍ଶନୀ ହକି ମ୍ୟାଚ ଅନୁÂିତ ହେବ । ଏଥିରେ ରାଘବ ସଚର ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିବେ ।
ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱରକୁ ଜଗଦୀଶପୁର- ହଳଦିଆ ଓ ବୋକାରୋ- ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ ଯାହା ଉର୍ଜା ଗଙ୍ଗା ଭାବେ ପରିଚିତ ଏଥିରୁ ପ୍ରାକୃତିକ ଗ୍ୟାସ ଯୋଗାଇ ଦିଆଯିବ । ଏହି ସହରମାନଙ୍କରେ ଥିବା ବାସଗୃହ ଓ କ୍ଷୁଦ୍ର ଶିଳ୍ପ ମାନେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପାଇ ପାରିବେ । ସିଜିଡି ନେଟୱର୍କ କାର୍ଯ୍ୟକ୍ଷମ ହେଲେ ଯାନ ବାହନ ଗୁଡିକ ମଧ୍ୟ କମ୍ପେ୍ରସ୍ଡ ନ୍ୟାଚୁରାଲ ଗ୍ୟାସ (ସିଏନଜି)ର ଲାଭ ପାଇ ପାରିବେ ।
ଏହା ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗେଲ ଇଣ୍ଡିଆ ଲିମିଟେଡର କାର୍ଯ୍ୟାଳୟ ଉଦଘାଟନ କରିବେ । ଗେଲ ଜଗଦୀଶପୁର- ହଳଦିଆ ଓ ବୋକାରୋ- ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ କାର୍ଯ୍ୟ କ୍ରିୟାନ୍ୱୟନ କରିବା ସହ ସହର ଗ୍ୟାସ ବିତରଣ ସେବାର ମଧ୍ୟ କ୍ରିୟାନ୍ୱୟନ କରିବାର ଦାୟିତ୍ୱ ନେଇଛି ।
ଏହି ସମ୍ବନ୍ଧୀୟ ଘୋଷଣା ଗେଲର ପ୍ରକଳ୍ପ ନିର୍ଦେଶକ ଡ. ଆଶୁତୋଷ କର୍ଣ୍ଣାଟକ ଏବଂ ଗେଲ ଗ୍ୟାସ ଲିମିଟେଡର ସିଇଓ ଶ୍ରୀଯୁକ୍ତ ପି.କେ ପାଲ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ଓଡିଶାରେ ଏହି ପାଇପଲାଇନ କାର୍ଯ୍ୟରେ ୪ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ । ୭୬୨ କିମି ଦୈର୍ଘ୍ୟ ଏହି ପାଇପଲାଇନ ରାଜ୍ୟର ୧୩ଟି ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଢ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ମାନଙ୍କୁ ସ୍ପର୍ଶ କରିବ ।
ଭୁବନେଶ୍ୱର ଗ୍ୟାସ ସେବାରେ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟୟ ହେବ । ଏହି ପ୍ରକଳ୍ପ ଖୋର୍ଧା ଜିଲ୍ଲାର ୨.୫ ଲକ୍ଷ ଘରର ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ପାଇପ ଯୋଗେ ରୋଷେଇ ଗ୍ୟାସ ସୁବିଧା ପହଂଚାଇବ । ପ୍ରଥମ ତିନିରୁ ପାଂଚ ବର୍ଷରେ ଏଠାରେ ୨୪ଟି ସିଏନଜି ଷ୍ଟେସନ ପ୍ରତିÂା କରା ଯାଇ ୧ ଲକ୍ଷ ଯାନ ବାହନକୁ ପର୍ଯ୍ୟାବରଣ ସହଯୋଗୀ ଓ ଅନ୍ୟଠୁ କମ ମୂଲ୍ୟରେ ଇନ୍ଧନ ଯୋଗାଇ ଦିଆଯିବ ।
ସେହିପରି କଟକ ସହରରେ ୭୫୦ କୋଟି ଟଙ୍କା ବ୍ୟୟ ହେବାର ଆକଳନ କରାଯାଇଛିା ୨.୫ ଲକ୍ଷ ଘରର ପାଖାପାଖି ୨୬ ଲକ୍ଷ ଲୋକ ଏହା ଦ୍ୱାରା ଲାଭାନ୍ୱିତ ହେବେ । ଏହା ସହ ୨୦ ଟି ସିଏନଜି କେନ୍ଦ୍ରରୁ ଆଗାମୀ ୩ରୁ ୫ ବର୍ଷରେ ୫୦ ହଜାର ଯାନ ବାହନରେ ଇନ୍ଧନ ସୁବିଧା ମିଳିବ ।
ଏହା ସହ ପ୍ରାକୃତିକ ଗ୍ୟାସ ଶିଳ୍ପ ଓ ବ୍ୟାବସାୟିକ ସଂସ୍ଥା ମାନଙ୍କୁ ଉପଲବ୍ଧ କରା ଯିବା କାରଣରୁ ପରିବେଶ ସୁରକ୍ଷା ସହ ଅର୍ଥନୀତିକୁ ମଧ୍ୟ ଗତି ପ୍ରଦାନ କରିବ । ଏହି ସହର ଗ୍ୟାସ ବିତରଣ ନେଟବର୍କରେ ଇସ୍ପାତ ଓ ଏମଡିପିଇ ପାଇପଲାଇନର ମୋଟ ଦୈର୍ଘ ପାଖାପାଖି ୨ ହଜାର କିମି ହେବ । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ଯୁବକ ଯୁବତୀଙ୍କୁ ରୋଜଗାରର ସୁଯୋଗ ଦେବ ।
ଏହି ଅବସରରେ ଗେଲ ଅଧିକାରୀ ମାନେ ଚାରିଟି ଭ୍ରାମ୍ୟମାଣ ଜନସଚେତନ ସୃଷ୍ଟିକାରୀ ପ୍ରଚାର ଗାଡିର ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିଥିଲୋ ପ୍ରାକୃତିକ ଗ୍ୟାସ ସିଧା ସିଧା ରୋଷେଇ ଘର ଓ ଯାନ ବାହନ ସମେତ ଶିଳ୍ପ କ୍ଷେତ୍ରରେ ଲାଗିଲେ ସହରର ଜୀବନ ଯାତ୍ରାରେ କିପରି ଏକ ବିରାଟ ପରିବର୍ତନ ଆସିବ ଏହା ଉପରେ ଜନଚେତନା ସୃଷ୍ଟି କରିବ । ଏହି ଗାଡି ଗୁଡିକ ପ୍ରାକୃତିକ ଗ୍ୟାସର ଆର୍ଥିକ, ସାମାଜିକ ଓ ପରିବେଶକୁ ମିଳୁଥିବା ଲାଭକୁ ଜନସାଧାରଣଙ୍କୁ ଅବଗତ କରାଇବ ।
ଜଗଦୀଶପୁର- ହଳଦିଆ ଓ ବୋକାରୋ- ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନର ମୋଟ ଦୈର୍ଘ ହେଉଛି ୨୬୧୯ କିମି । ଏଥିରେ ମୋଟ ପୁଞ୍ଜି ନିବେଶ ହେଉଛି ୧୨,୯୪୦ କୋଟି । ଏଥିରେ ଭାରତ ସରକାର ୪୦ ପ୍ରତିଶତ ଅର୍ଥ ଅର୍ଥାତ ୫୧୭୬ କୋଟି ଟଙ୍କା ଅନୁଦାନ ଆକାରରେ ପ୍ରଦାନ କରିଛନ୍ତି । ଏହା ପାଂଚଟି ରାଜ୍ୟ ଦେଇ ଯିବ । ଏହି ରାଜ୍ୟ ଗୁଡିକ ହେଲା ଉତର ପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗ । ଏହି ରାଜ୍ୟ ଗୁଡିକର ୪୯ଟି ଜିଲ୍ଲାକୁ ଏହି ପାଇପଲାଇନ ପ୍ରକଳ୍ପ ସ୍ପର୍ଶ କରିବ । ସାର କାରଖାନା, ଶକ୍ତି ପ୍ରକଳ୍ପ, ତୈଳ ବିଶୋଧନାଗାର, ଇସ୍ପାତ ଉଦ୍ୟୋଗ ଓ ସହର ଗ୍ୟାସ ସେବା ପାଇଁ ଏହି ପାଇପଲାଇନରୁ ପ୍ରାକୃତିକ ଗ୍ୟାସ ଯୋଗାଇ ଦିଆ ଯିବ ।
ଗ୍ୟାସ ସେବା ସୁନିଶ୍ଚିତ କରା ଯିବା କାରଣରୁ ଏହି ପାଇପଲାଇନ ରାସ୍ତାରେ ଆସୁଥିବା ଓ ବନ୍ଦ ପଡିଥିବା ବିଭିନ୍ନ ସାର କାରଖାନା ଯଥା ଉତର ପ୍ରଦେଶର ଗୋରଖପୁର, ବିହାରର ବରୌନୀ, ଝାଡଖଣ୍ଡର ସିନ୍ଦ୍ରି ର ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦିତ ହେବ । ଏହି ପାଇପଲାଇନ ପ୍ରକଳ୍ପ ପଶ୍ଚିମ ବଙ୍ଗ ଦୁର୍ଗାପୁରର ମାଟିକ୍ସ ସାର କାରଖାନାର ଗ୍ୟାସ ଆବଶ୍ୟକତା ପୂରଣ କରିବ । ଏହି ସାର କାରଖାନା ଗୁଡିକ ପୂର୍ବ ଭାରତର ସାର ଆବଶ୍ୟକତା ପୂରଣ କରିବା କାରଣରୁ କୃଷିର ବିକାଶରେ ବିଶେଷ ଭାବରେ ସହାୟକ ହେବ ।
ଏହି ପାଇପଲାଇନ ରାସ୍ତାରେ ଆସୁଥିବା ବିଭିନ୍ନ ସହର ଭୁବନେଶ୍ୱର, କଟକ, ବାରାଣାସୀ, ପାଟନା, ଜାମସେଦପୁର, କୋଲକାତା ଓ ରାଂଚିକୁ ସହର ଗ୍ୟାସ ବିତରଣ ସେବା ଯୋଗାଇ ଦେବାକୁ ଗେଲକୁ ଦାୟିତ୍ୱ ଦିଆ ଯାଇଛି ।
ଗେଲ ଇଣ୍ଡିଆ ହେଉଛି ଦେଶର ଏକ ନମ୍ବର ସମନ୍ୱିତ ପ୍ରାକୃତିକ ଗ୍ୟାସ କମ୍ପାନୀ ଯାହା ପାଖରେ ୭୫ ଭାଗ ପ୍ରାକୃତିକ ଗ୍ୟାସ ବିତରଣର କ୍ଷମତା ଅଛି । ୧୧ ହଜାର କିିିମିରୁ ଉଧ୍ୱର୍ ନ୍ୟାଚୁରାଲ ଗ୍ୟାସ ନେଟୱର୍କ ସହ ଦେଶର ଶକ୍ତି, ସାର, ଅନ୍ୟାନ୍ୟ ଶିଳ୍ପ, ଅଟୋମୋଟିଭ ଏବଂ ଘର ମାନଙ୍କର ଉପଭୋକ୍ତା ମାନଙ୍କୁ ଗ୍ୟାସ ଯୋଗାଇ ଦିଏ । ପ୍ରାକୃତିକ ଗ୍ୟାସ ସରବରାହ, ବିତରଣ, ପ୍ରକ୍ରିୟାକରଣ ଛଡା ଗେଲ ଏହାର ବ୍ୟବସାୟିକ କାର୍ଯ୍ୟକୁ ପେଟ୍ରୋକେମିକାଲ, ଏଲପିଜି ସରବରାହ, ସହର ଗ୍ୟାସ ବିତରଣ , ଗ୍ୟାସ ଅନୁସନ୍ଧାନ ଏବଂ ଉପôାଦନ ଆଦି କାର୍ଯ୍ୟରେ ସଂଶ୍ଲିଷ୍ଟ । ଆଗାମୀ ପାଂଚ ବର୍ଷରେ ଏହି ନେଟବର୍କକୁ ବଢାଇ ୧୮ ହଜାର କିମି କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।

Share in top social networks!