ବିଜେପିରେ ଯୋଗ ଦେଲେ ବିଜେଡି ଓ କଂଗ୍ରେସର ଶତାଧି କର୍ମୀ

bjpjoining ରାଜ୍ୟବାସୀ ବର୍ତମାନ ପରିବର୍ତନ ଚାହୁଁଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ଓଡ଼ିଶାବାସୀଙ୍କ ମନରେ ଆଶା ସଂଚାର ହୋଇଛି । ସମସ୍ତେ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ସହ ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା ଓ ବିଶ୍ୱାସ ପ୍ରକଟ କରୁଛନ୍ତି । ଅନ୍ୟପଟେ ରାଜ୍ୟ ବିଜେଡିରେ ଦଳ କନ୍ଦଳ କ୍ରମଶଃ ବଢି ଚାଲିଥିବାବେଳେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଯାଇଛି । ଅସନ୍ତୋଷ ନିଆଁରେ ଜଳ ରହି ଉଭୟ ବିଜେଡି ଏବଂ କଂଗ୍ରେସର ହଜାର ହଜାର କାର୍ଯ୍ୟକର୍ତା ନିଜ ନିଜ ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଉଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ମତ ପ୍ରକାଶ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ଏକ ମିଶ୍ରଣ ପର୍ବରେ ବିଜେପି ନେତା ଶ୍ରୀ ଦିନବନ୍ଧୁ ନାୟକଙ୍କ ନେତୃତ୍ୱରେ ଆସିଥିବା କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ୨୪ ନଂ ଜିଲ୍ଲା ପରିଷଦ ଜୋନର ଉଭୟ ବିଜେଡି କଂଗ୍ରେସର ଶତାଧିକ କାର୍ଯ୍ୟକର୍ତା ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ନେତା ଓ ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ରାଉତ, ଯୁବ ନେତା ପ୍ରକାଶ ସାମଲ, ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଜିଗିନ୍ପୁର ପୂର୍ବତନ ସମିତି ସଭ୍ୟ ମଳୟ ଘଡେ଼ଇ, କରୁଣାକର ଭୁୟାଁ, ଚନ୍ଦ୍ରଶେଖର ପଣ୍ଡା, ଶିବାନନ୍ଦ ଦାସ, ଅକ୍ଷୟ କୁମାର ଓଝା, ପତିତପାବନ ଭୂୟାଁ, ମିହିର ଜମିଲି ଓ ସୋଲେମାନ ଖାନ ପ୍ରମୁଖ ତାଙ୍କର ଶତାଧିକ କର୍ମୀଙ୍କ ସହ ଭାରତୀୟ ଜନତା ପାର୍ଟିରେ ଆନୁÂାନିକ ଭାବେ ସାମିଲ ହୋଇଛନ୍ତି । ଶ୍ରୀ ପଣ୍ଡା ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ଦେଇ ସ୍ୱାଗତ ଜଣାଇଥିଲେ ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂବନାନନ୍ଦ ତ୍ରିପାଠୀ ଉପସ୍ଥିତ ଥିଲେ ।

Share in top social networks!