ପିପିଲି ଟୋଲଗେଟ୍ ବିଜେଡି ରାଜନୀତିରେ କେନ୍ଦ୍ରସ୍ଥଳୀ ପାଲଟିଛି : ଡଃ ଲେଖାଶ୍ରୀ ସାମନ୍ତସିଂହାର

pipili ପବିତ୍ର ହୋଲି ଉତ୍ସବ ଦିନ ଦୁଇ ଗୋÂୀ ମଧ୍ୟରେ ତୀବ୍ର ସଙ୍ଘର୍ଷ ଏବଂ ପିପିଲି ଟୋଲଗେଟ୍ ଭଙ୍ଗାରୁଜା ଘଟଣାର ଘୋର ନିନ୍ଦା କରି ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ‘ପିପିଲି ଟୋଲଗେଟ୍ ବିଜେଡି ରାଜନୀତିର କେନ୍ଦ୍ରସ୍ଥଳୀ ପାଲଟିଛି’ । ଯେଉଁମାନେ ଟୋଲ ଫି’ ଆଦାୟ ଦାୟିତ୍ୱରେ ରହିଛନ୍ତି, ସେମାନେ ଜୋର ଜବରଦସ୍ତ ଗୁଣ୍ଡାଗର୍ଦ୍ଧି କରି ସ୍ଥାନୀୟ ଲୋକ (୧୫ କି.ମି ପରିସୀମା ଭିତରେ ରହୁଥିବା ସ୍ଥାନୀୟ ବାସିନ୍ଦା)ଙ୍କ ଠାରୁ ମଧ୍ୟ ଟୋଲ ଫି’ ଆଦାୟ କରୁଛନ୍ତି । ଟୋଲଗେଟ୍ ଠାରେ ବୋମା, ଭୁଜାଲିଠାରୁ ଆରମ୍ଭକରି ଅନ୍ୟାନ୍ୟ ମରଣାନ୍ତକ ଅସ୍ତ୍ରଶସ୍ତ୍ର ଲୋକମାନଙ୍କୁ ଭୟଭୀତ ଏବଂ ଆକ୍ରମଣ କରିବାକୁ ରଖାଯାଉଛି ।’
ଦୋଳ ଉତ୍ସବ ଦିନ ଟୋଲ ଫି’ ଆଦାୟ କରୁଥିବା ଉଜାଣିପଡ଼ା ଗ୍ରାମର କିଛି ବ୍ୟକ୍ତି ଏଭଳି ଜୋର ଜବରଦସ୍ତ ଶିଉଳା(ସ୍ଥାନୀୟ) ଗ୍ରାମବାସୀଙ୍କଠାରୁ ଟୋଲ ଫି’ ଆଦାୟ କରିବାରୁ ଦୁଇ ଗୋÂୀଙ୍କ ମଧ୍ୟରେ ସଙ୍ଘର୍ଷ ଲାଗିଥିଲା । ଏହି ଘଟଣାରେ ଶିଉଳା ଗ୍ରାମର କିଛି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଉଜାଣିପଡ଼ା ଗ୍ରାମର ଏହି ଅସାମାଜିକ ବ୍ୟକ୍ତିଙ୍କ ପଛରେ ସ୍ଥାନୀୟ ବାହୁବଳୀ ବିଧାୟକଙ୍କ ପ୍ରେତ୍ସାହନ ରହିଛି ବୋଲି ଜଣାପଡ଼ିଛି ।
ଡଃ ସାମନ୍ତସିଂହାର ଏହାର ତୀବ୍ର ପ୍ରତିବାଦ କରିବା ସହ ବିଧିବଦ୍ଧ ତଦନ୍ତ ହେବା ଉଚିତ ଏବଂ ଟୋଲଗେଟ୍ ପରିଚାଳନାରେ ସ୍ୱଚ୍ଛତା ଏବଂ ଯାତ୍ରୀମାନଙ୍କର ସୁରକ୍ଷାକୁ ପ୍ରାଥମିକତା ମିଳିବା ଦରକାର ବୋଲି କହିଛନ୍ତି ।
କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀ ସୁରଥ ବିଶ୍ୱାଳ, କୃଷକ ମୋର୍ଚ୍ଚା ପୁରୀ ଜିଲ୍ଲା ସଭାପତି ଅଜୟ ଦାସ ଏବଂ କୃଷକ ମୋର୍ଚ୍ଚା ସମ୍ପାଦକ ଶ୍ରୀରଞ୍ଜନ ମଙ୍ଗରାଜଙ୍କ ସହିତ ଡଃ ସାମନ୍ତସିଂହାର ବୁଧବାର ହସ୍ପିଟାଲ ଯାଇ ସେଠାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକମାନଙ୍କୁ ଭେଟି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share in top social networks!