ଓଡ଼ିଶା ଲଳିତ କଳା ଏକାଡେମୀର ପ୍ରତିÂା ଦିବସ ଓ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ବରିÂ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଆୟୋଜନ

paika

ଓଡିଶା ଲଳିତ କଳା ଏକାଡେମୀର (ରାଜ୍ୟ ସଂସ୍କୃତି ବିଭାଗ) ପ୍ରତିÂା ଦିବସ ଓ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତିକୁ ଉସôର୍ଗୀକୃତ କରିବା ପାଇଁ ଏକାଡେମୀ ତରଫରୁ ରାଜ୍ୟର ବରିÂ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ଏକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ବୁଦ୍ଧ ଆର୍ଟ ଗ୍ୟାଲେରୀ, ନିଳାଦ୍ରୀ ବିହାର ଠାରେ ତା ୧୪.୦୩.୨୦୧୭ ରିଖରୁ ଆରମ୍ଭ ହୋଇଛି । ଏହି ଶିବିରଟି ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମବିଭୁଷଣ ଡ. ରଘୁନାଥ ମହାପାତ୍ର ଓ ଉପସ୍ଥିତ ବୟୋଜ୍ୟେÂ ଶିଳ୍ପୀ ରଙ୍କନାଥ ରାଉତଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଇଯାଇଅଛି ।

ଆସନ୍ତା ତା ୧୫.୦୩.୨୦୧୭ ରିଖରେ ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଶିବିରରେ ଅଂଶ ଗ୍ରହଣ କରିଥିବା ଶିଳ୍ପୀ ମାନଙ୍କୁ ପ୍ରମାଣ ପତ୍ର ସହ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ । ରାଜ୍ୟର ୨୭ଜଣ ବରିÂ ଚିତ୍ରଶିଳ୍ପୀ ଏହି ଶିବିରରେ ଅଂଶ ଗ୍ରହଣ କରିଛନ୍ତି । ସେମାନେ
ହେଲେ ସର୍ବଶ୍ରୀ ରାଧାଶ୍ୟାମ ବିଶୋଇ, ଡ. ଜେ.ପି ଦାସ, ଜଗଦୀଶ ଚନ୍ଦ୍ର କାନୁନଗୋ, ରଙ୍କନାଥ ରାଉତ, ବିନୋଦ ମହାରଣା, ମହେନ୍ଦ୍ର ପ୍ରସାଦ ମହାପାତ୍ର, ଫକିର ମୋହନ ମଲ୍ଲିକ, ଦୁର୍ଗା ପ୍ରସାଦ ଦାସ, ଡ. ଫଲଗୁନି ରାୟ, ଲଲାଟେନ୍ଦୁ ରଥ, ସୀତାକାନ୍ତ ମହାପାତ୍ର, ବେଣୁଧର ମହାପାତ୍ର , ନେପାଳ ପ୍ରଧାନ, ଦୁର୍ଗାଚରଣ ପଣ୍ଡା, ଗୋକୁଳ ବିହାରୀ ପଟ୍ଟନାୟକ, ରନôା ମଞ୍ଜୁଳା ଘଡେଇ, ପଦ୍ମନାଭ ବେହେରା, ରବୀନ୍ଦ୍ରନାଥ ବେହେରା, ବଳଦେବ ପ୍ରସାଦ ମହାରଥା, ରାଧାକୃଷ୍ଣ ମହାପାତ୍ର, ଶୈଳବାଳା ନାୟକ, ଟୁନେନ୍ଦ୍ର କୁମାର ପଟ୍ଟନାୟକ, ସୁକଦେବ ମହାରଣା, ହରମୋହନ ପ୍ରଧାନ ଶ୍ରୀ ଅଲେଖ ଚରଣ ସାହୁ, ଅଶୋକ କୁମାର ମହାନ୍ତି, ବସନ୍ତ କୁମାରୀ ସାମନ୍ତ, ଚନ୍ଦ୍ରମଣୀ ବିଶ୍ୱାଳ ଓ ପ୍ରହଲ୍ଲାଦ ବେହେରା । ଶିବିରଟି ଆସନ୍ତା ୧୬.୦୩.୨୦୧୭ରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଏକାଡେମୀର ସଚିବ ତାରାକାନ୍ତ ପରିଡା ଜଣାଇଛନ୍ତି ।

Share in top social networks!