ଦଳୀୟ ନିଷ୍ପତିକୁ ବିରୋଧ କରିବାରୁ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକଙ୍କ ସମେତ ୯ ଜଣ ନବନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ଏବଂ ସଦସ୍ୟାଙ୍କୁ ନିଲମ୍ବନ କରାଗଲା

pandabjpସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ପଦ ନିର୍ବାଚନରେ ଦଳୀୟ ନିଷ୍ପତିକୁ ଅବମାନନା ଏବଂ ରାଜ୍ୟ ପର୍ଯ୍ୟବେକ୍ଷକ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କାରଣରୁ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକଙ୍କ ସମେତ ୯ ଜଣ ନବନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟାଙ୍କୁ ପାର୍ଟିରୁ ନିଲମ୍ବନ କରାଗଲା ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଘୋଷଣା କରିଛନ୍ତି ।
ନିଲମ୍ବିତ ହୋଇଥିବା ଏହି ନବନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ଏବଂ ସଦସ୍ୟା ହେଲେ ରାଧେଶ୍ୟାମ ବାରିକ୍, ଉତ୍ପଲା ଧୁରୁଆ, ତିରୋଜ ହେଡେଙ୍ଗା, ବିପିନ କିଶୋର ଖାକା, ସୁଶାନ୍ତ ବେରିଆ, ମମତା ପଟେଲ, ଲିଲିମା କାଲୋ, ସରସ୍ୱତୀ ମିର୍ଦ୍ଧା ଏବଂ ସଂଯୁକ୍ତା ପ୍ରଧାନ ବୋଲି ଶ୍ରୀ ପଣ୍ଡା ସୁଚନା ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମୁଖପାତ୍ର ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!