: ଦେଶର ସବୁଠୁ ବଡ଼ ପ୍ରଦେଶ ଉତରପ୍ରଦେଶ ଏବଂ ଉତରାଖଣ୍ଡରେ ବିଜେପିର ବିପୁଳ ବିଜୟ ହେେଇଛି । ସେହିପରି ମଣିପୁର ଓ ଗୋଆରେ ମଧ୍ୟ ଆଶାଜନକ ବିଜୟ ହୋଇଛି । ଅନୁଭବ ହେଉଛି ସାରା ଦେଶରେ ଏକ ସୁବର୍ଣ୍ଣ ଓ ସ୍ୱର୍ଣ୍ଣିମ ସୂର୍ଯ୍ୟଙ୍କର ଉଦୟ ହୋଇଛି । ଜନାଦେଶ ବିଜେପି ଏବଂ ପଦ୍ମ ସପକ୍ଷରେ ଯାଇଛି । ୫ଟି ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ହୋଇଥିବାରୁ ଓଡିଶା ସମେତ ସମଗ୍ର ଭାରତ ବର୍ଷରେ ଖୁସୀର ଲହରୀ ଖେଳି ଯାଇଛି । ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ଖୁସି ବ୍ୟକ୍ତ କରି କହିଛନ୍ତି ।
ବିଜେପି ଶତାଧିକ ଦଳୀୟ କର୍ମୀ, ସମର୍ଥକ ଏବଂ ପ୍ରଶଂସକମାନଙ୍କ ମଧ୍ୟରେ ଏହି ଫଳାଫଳ ଉକ୍ରଣ୍ଠା ଓ ଉତ୍ସାହ ଭରିଥିଲା । ଦଳର ବିପୁଳ ସଫଳତାରେ ନେତୃମଣ୍ଡଳୀଙ୍କ ସହ ଦଳୀୟ କର୍ମୀମାନେ ପରସ୍ପରକୁ ଫୁଲମାଳ ପିନ୍ଧାଇ, ମିଠା ଖୁଆଇ ହର୍ଷୋଲ୍ଲାସରେ ବିଭୋର ହୋଇଥିଲେ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ବରିÂ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିରିଧର ଗମାଙ୍ଗୋ, ସାଧାରଣ ସଂପାଦକ (ସଂଗଠନ) ଶାରଦା ପ୍ରସାଦ ଶତପଥୀ, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ବିଜେପିର ଏହି ସଫଳତାକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିଥିଲେ ।