୨୧୮ଟି ବ୍ଲକ ଅଧ୍ୟକ୍ଷ ପଦରେ ବିଜେଡି ସମର୍ଥôତ ପ୍ରାର୍ଥୀ ବିଜୟୀ

bjdbjdଆଜି ସମାପ୍ତ ହୋଇଥିବା ୩୦୭ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ସଫଳତା ହାସଲ କରିଛି । ବିଜୁ ଜନତା ଦଳ ସମର୍ଥôତ ପ୍ରାର୍ଥୀମାନେ ୨୧୮ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ତୃଣମୂଳ ସ୍ତରରେ ଦଳ ସବୁବେଳେ ଲୋକଙ୍କର ଆସ୍ଥା ଭାଜନ ହୋଇ ରହିଆସିଛି, ତାହା ଏହି ବଡ଼ଧରଣର ବିଜୟରୁ ସ୍ପଷ୍ଟ ହୋଇଛି । ଏହା ବିଜୁ ଜନତା ଦଳ ପ୍ରତି ରାଜ୍ୟବାସୀଙ୍କ ଭରସା ଏବଂ ଦଳ ଦ୍ୱାରା ଗ୍ରହଣ କରାଯାଉଥିବା ସଂଖ୍ୟାଧିକ ଜନହିତକର କାର୍ଯ୍ୟକ୍ରମ ପ୍ରତି ରାଜ୍ୟର ଜନସାଧାରଣଙ୍କର ସ୍ୱୀକୃତି ଅଟେ ।

ଏହା ଆଗାମୀ ସମୟରେ ରାଜ୍ୟବାସୀଙ୍କ ସେବାରେ ନିଜକୁ ପୂର୍ଣ୍ଣ ପ୍ରାଣରେ ନିୟୋଜିତ କରିବା ପାଇଁ ବିଜୁ ଜନତା ଦଳକୁ ପ୍ରେରଣା ଯୋଗାଇବ ବୋଲି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ଶଶୀଭୂଷଣ ବେହେରା, ଦଳର ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ, ସଂପାଦକ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଧାୟକ ପ୍ରତାପ ଜେନା କହିଛନ୍ତି ।

ଏହି ବିପୁଳ ଜନସମର୍ଥନ ପଛରେ ବିଜୁ ଜନତା ଦଳର ହଜାର ହଜାର କର୍ମୀଙ୍କ ଅକୁଣ୍ଠ ପରିଶ୍ରମ ଏବଂ ସହଯୋଗ ପାଇଁ ବିଜୁ ଜନତା ଦଳ ତରଫରୁ ସମସ୍ତ କର୍ମୀମାନଙ୍କୁ ଧନ୍ୟବାଦ ଦିଆଯିବା ସହିତ ରାଜ୍ୟବାସୀଙ୍କୁ ଏହି ଅବସରରେ ବିଜୁ ଜନତା ଦଳ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି । ରାଜ୍ୟବାସୀ ବିଜୁ ଜନତା ଦଳ ଉପରେ ଆସ୍ଥା
ସ୍ଥାପନ କରି ଆହୁରି ଭଲ ଭାବରେ ସେମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଆମ ହାତମୁଠା ଟାଣ କରିବା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ଏବଂ ବିଶ୍ୱାସ ପ୍ରକଟକ କରିଛନ୍ତି ବୋଲି ପ୍ରକାଶ କରି ବିଜୁ ଜନତା ଦଳର ସଂପାଦକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏହି ବଡ଼ଧରଣର
ସଫଳତା ପାଇଁ ରାଜ୍ୟବାସୀଙ୍କୁ ଦଳ ତରଫରୁ ଅଶେଷ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥôତ ପ୍ରାର୍ଥୀମାନେ ୪୪ଟି, ବିଜେପି ସମର୍ଥôତ ପ୍ରାର୍ଥୀମାନେ ୨୯, ସ୍ୱାଧୀନ ଏବଂ ଅନ୍ୟାନ୍ୟ ପ୍ରାର୍ଥୀମାନେ ୧୬ଟି ଆସନରେ ବିଜୟଲାଭ କରିଥିବା ବେଳେ ୭ଟି ଆସନରେ ରହିତାଦେଶ ଯୋଗୁ ନିର୍ବାଚନ କରାଯାଇ ପାରିନାହିଁ
ବୋଲି ଜଣାପଡିଛି । ଅଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳକୁ ୭୧ ପ୍ରତିଶତ ଅଧ୍ୟକ୍ଷ ଆସନ ମିଳିଥିବା ବେଳେ କଂଗ୍ରେସକୁ ୧୪ ପ୍ରତିଶତ ଏବଂ ବିଜେପିୁ ୯ ପ୍ରତିଶତ ସଫଳତା ମିଳିଥିବା ଜଣାଯାଇଛି ।

Share in top social networks!