କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମେରିକାର ଶକ୍ତି ସଚିବ ରିକ ପ୍ୟାରୀଙ୍କ ସହ କଲେ ସାକ୍ଷାତ ଆଲୋଚନା

oilminister
- ଆମେରିକାରେ ନୂଆ ସରକାର ଆସିବା ପରେ ଉଭୟ ଦେଶ ମଧ୍ୟରେ ପ୍ରଥମ ମନ୍ତ୍ରୀ ସ୍ତରୀୟ
ଆଲୋଚନା
- ଦୁଇ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ଆମେରିକାର ନବ ନିର୍ବାଚିତ ଶକ୍ତି ସଚିବ ରିକ ପ୍ୟାରୀଙ୍କ ସହ ବାଶିଙ୍ଗଟନରେ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି । ଆମେରିକାରେ ନୂଆ ସରକାର ଆସିବା ପରେ ଏହା ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା ।
ଏହି କଥାବାର୍ତା ବେଳେ ଭାରତର ବଢୁଥିବା ଶକ୍ତିର ଆବଶ୍ୟକତା ଓ ୨୦୧୮ ଆରମ୍ଭରୁ ଭାରତକୁ ଏଲଏନଜି ରପ୍ତାନୀ ସମ୍ପର୍କରେ ଆଲୋଚନା ହୋଇଥିଲା । ସେହିପରି ଆମେରିକାରେ ଏଲଏନଜି ଓ ଅନ୍ୟ କ୍ଷେତ୍ରରେ ଭାରତର ପୁଂଜି ବିନିଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଶ୍ରୀ ପ୍ରଧାନ ତାଙ୍କର ଏହି ଆମେରିକା ଗସ୍ତରେ ବୋଷ୍ଟନ, ହ୍ୟୁଷ୍ଟନ ସହର ମଧ୍ୟ ଯାତ୍ରା କରିବା ସହ ହ୍ୟୁଷ୍ଟନରେ ସିଇଆରଏ ସପ୍ତାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଘୋଷଣା କରିଥିଲେ ଯେ ଭାରତରେ ବିଡିଂ ରାଉଣ୍ଡ ଜୁଲାଇ ୨୦୧୭ରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଥିଲେ ଯେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶକ୍ତିଶାଳୀ ନେତୃତ୍ୱରେ ଭାରତ ଏକ ସମୃଦ୍ଧଶାଳୀ ବଜାର ହୋଇ ପାରିଛି । ତୈଳ କ୍ଷେତ୍ରରେ ପୁଂଜି ନିବେଶ କରିବାକୁ ସେ ଏହି ଅବସରରେ ଆହ୍ୱାନ ଦେଇଥିଲେ । ସିଇଆରଏ ସପ୍ତାହ କାର୍ଯ୍ୟକ୍ରମ ସମୟରେ ଶ୍ରୀ ପ୍ରଧାନ ସାଉଦି ଆରବ, ଋଷ, ଶ୍ରୀଲଙ୍କା, କାନାଡାର ପେଟ୍ରୋଲିୟମ ମନ୍ତ୍ରୀ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେ ଟେକ୍ସାସର ରାଜ୍ୟପାଳ ଗ୍ରେଗ ଅବୋଟଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।

ବୋଷ୍ଟନ ଗସ୍ତ ସମୟରେ ଶ୍ରୀ ପ୍ରଧାନ ଏମଆଇଟି, ହାବାର୍ଡ କେନେଡି ସ୍କୁଲ, ଫ୍ଲେଚର ସ୍କୁଲ ଅଫ ଲ ଏଣ୍ଡ ଡିପ୍ଲୋମେସିରେ ଛାତ୍ର ମାନଙ୍କୁ ଉଦବୋଧନ ଦେଇଥିଲେ । ଏମଆଇଟିରେ ଶ୍ରୀ ପ୍ରଧାନ ଆମେରିକାର ପୂର୍ବତନ ଶକ୍ତି ସଚିବ ପ୍ରଫେସର ଏର୍ନେଷ୍ଟ ମୁନିଜଙ୍କ ସହ ସାକ୍ଷାତ କରିଥିଲେ । ଏହି ଆମେରିକା ଗସ୍ତ ସମୟରେ ଶ୍ରୀ ପ୍ରଧାନ ବୋଷ୍ଟନ ଓ ହ୍ୟୁଷ୍ଟନରେ ଭାରତୀୟ ମାନଙ୍କ ସହ ଆଲୋଚନା କରିଥିଲେ । ଏହା ବ୍ୟତୀତ ଶ୍ରୀ ପ୍ରଧାନ ଭାରତୀୟ ବୈଜ୍ଞାନିକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

Share in top social networks!