ଚାଷୀ ଆତ୍ମହତ୍ୟାର ବିଚାର ବିଭାଗୀୟ ତଦନ୍ତ ହେଉ : ବିଜେପି

sameermohnaty
- ବିଧାନସଭାରେ ଭୁଲ ତଥ୍ୟ ପାଇଁ କୃଷି ମନ୍ତ୍ରୀଙ୍କ ବିରୁଦ୍ଧରେ ବିଜେପି ଆଣିବ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ
- ଖଇନୁ ବଗର୍ତୀ ସମେତ ବିଧାନସଭାରେ ଉପସ୍ଥାପିତ କରାଯାଇଥିବା ୧୭୪ ଅନ୍ୟ ଚାଷୀଙ୍କ ଆତ୍ମହତ୍ୟାର କାରଣ ନେଇ ସରକାରୀ ରିପୋର୍ଟକୁ ପ୍ରଶ୍ନ କଲା ବିଜେପି
- କେନ୍ଦ୍ର ସରକାର ଯୋଗାଉଥିବା ରିହାତି କୃଷି ଋଣ ବାଟବଣା ଯୋଗୁ ହେଉଛି ଚାଷୀ ଆତ୍ମହତ୍ୟା
- ରାଜ୍ୟ ସରକାରଙ୍କର ଅପାରଗତା ଯୋଗୁ ଅର୍ଥ ଥିଲେ ମଧ୍ୟ ଜମିରେ ପହଂଚୁନି ଜଳ
- ଚାଷୀ ଆତ୍ମହତ୍ୟା ପାଇଁ ବାଧ୍ୟ ବାଧକତା ପରିସ୍ଥିତି ସୃଷ୍ଟି କରିଛନ୍ତି ରାଜ୍ୟ ସରକାର
- ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅପରାଧରେ ରାଜ୍ୟ ସରକାରଙ୍କ ବିରୋଧରେ ହେଉ କାର୍ଯ୍ୟାନୁÂାନ
ଫସଲ ହାନି ଓ ଋଣ ଭାର ଯୋଗୁ ଓଡିଶା ଧୀରେ ଧୀରେ ଦେଶର ଚାଷୀ ଆତ୍ମହତ୍ୟାର ପେଣ୍ଠ ସ୍ଥଳୀ ହେବାରେ ଲାଗିଛି । ମାତ୍ର ଓଡିଶା ସରକାର ଚାଷୀ ଆତ୍ମହତ୍ୟା ବୋଲି ଦୀର୍ଘ ବର୍ଷ ଧରି ମାନୁ ନାହାନ୍ତି । ବରଗଡର ଖଇନୁ (ହାଡୁ) ବଗର୍ତୀ ଆତ୍ମହତ୍ୟା, ଜିଲ୍ଲାପାଳଙ୍କ ମିଛ କପୋଳ କଳ୍ପିତ ରିପୋର୍ଟର ପର୍ଦାଫାସ ହୋଇଛି । ଖଇନୁ ବଗର୍ତୀ ସମେତ ଓଡିଶାରେ ନିକଟ ଅତୀତରେ ହୋଇଥିବା ସବୁ ଚାଷୀ ଆତ୍ମହତ୍ୟାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛିିି ବିଜେପି ।
ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ ଖଇନୁ (ହାଡୁ) ବଗର୍ତି ଆତ୍ମହତ୍ୟା ମାମଲାରେ ବିଧାନସଭାକୁ ମିଥ୍ୟା ତଥ୍ୟ ଦେବା ଅଭିଯୋଗରେ ଦଳ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବ ।
ଏହା ସହ ବିଧାନସଭାରେ ୧୬ ମାର୍ଚ ୨୦୧୬ ତାରିଖରେ ପଚରା ଯାଇଥିବା ଅଣ ତାରକା ପ୍ରଶ୍ନ ସଂଖ୍ୟା – ୪୮ ଆଧାରରେ ସରକାର ଯେଉଁ ୧୭୪ ଚାଷୀଙ୍କ ଆତ୍ମହତ୍ୟାର ସୂଚନା ଓ କାରଣ ଦର୍ଶାଇଛନ୍ତି ସେ ସମସ୍ତ ଚାଷୀଙ୍କ ଆତ୍ମହତ୍ୟାର କାରଣକୁ ବିଚାର ବିଭାଗୀୟ ତଦନ୍ତର ପରିସରଭୁକ୍ତ କରିବା ପାଇଁ ଶ୍ରୀ ମହାନ୍ତି କହିବା ସହ ଏହି ମାମଲାକୁ ମଧ୍ୟ ବିଧାନସଭାର ସ୍ୱାଧୀକାରର ହନନ ନେଇ ଦଳ ବାଚସ୍ପତିଙ୍କ ପାଖରେ ଅଭିଯୋଗ ଆଣିବ ବୋଲି ସେ କହିଛନ୍ତି । ପାରିବାରିକ କଳହ,ପ୍ରେମ ଜନିତ ଓ ଏପରିକି ମଦ ଓ କୀଟନାଶକ ପିଇ ଦେବାର କାରଣ, ସରକାର ନିଜ ଦୋଷ ଘୋଡାଇବାର ସୁଆଙ୍ଗ ଛଡା କିଛି ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ କୋ- ଅପରେଟିଭ ବ୍ୟାଙ୍କ ମାଧ୍ୟମରେ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆ ଯାଉଥିବା ରାଜ୍ୟ ସରକାରଙ୍କ ଦାବି ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ । କେନ୍ଦ୍ର ସରକାର ନାବାର୍ଡ ମାଧ୍ୟମରେ ରିହାତି ସୁଧ ଦରରେ ଯୋଗାଇ ଦେଉଥିବା ପ୍ରଚୁର ଅର୍ଥ ପ୍ରକୃତ ଚାଷୀ ନୁହେଁ ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ଷଡଯନ୍ତ୍ର କାରଣରୁ ବାଟବଣା ହେଉଛି । କୃଷି ଋଣ ବଂଟନ ସହ ଚାଷୀ ଆତ୍ମହତ୍ୟାର ସିଧା ସମ୍ପର୍କ ଥିବାରୁ କେନ୍ଦ୍ର ଯୋଗାଉଥିବା ଅର୍ଥ ଓ କୃଷକଙ୍କ ମଧ୍ୟରେ ବିତରଣ ମଧ୍ୟ ତଦନ୍ତର ପରିସରଭୁକ୍ତ ହେଲେ ଚାଷୀ ଆତ୍ମହତ୍ୟା ପାଇଁ ଶାସକ ଦଳର ଷଡଯନ୍ତ୍ର ମୁଖ୍ୟ କାରଣ ବୋଲି ସ୍ଫଷ୍ଟ ହୋଇ ପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
(ପୃÂା: ୧/୨)

ସେହିପରି ଜଳ ସେଚନ ପାଇଁ ପ୍ରଚୁର ଅର୍ଥ ନାମ ମାତ୍ର ସୁଧରେ କେନ୍ଦ୍ର ସରକାର ଉପଲବ୍ଧ କରାଇଲେ ମଧ୍ୟ ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା ପାଇଁ ଖେତରେ ପାଣି ପହଂଚୁ ନାହିଁ । ୨୦୧୫ ମସିହା ମରୁଡିରେ ୨୮ ଟି ଜିଲ୍ଲା ପ୍ରଭାବିତ ହେବାର ଆକଳନ ରାଜ୍ୟ ସରକାର କରିଥିଲେ । ଜଳସେଚିତ ଜିଲ୍ଲା ଗୁଡିକ ମଧ୍ୟ ମରୁଡି ପ୍ରଭାବିତ ତାଲିକାରେ ଥିଲା । ବିଧାନସଭାରେ ରାଜ୍ୟ ସରକାର ମାନିଥିଲେ କମ ବୃଷ୍ଟି ହୋଇଥିବା ୨୦୧୫ ମସିହାରେ କେନାଲ ଯୋଗେ ମାତ୍ର ୧୮ ପ୍ରତିଶତ ଜମିକୁ ଜଳ ପହଂଚିଥିଲା । ଆଜି ଦିନରେ ଜଳାଶୟ ଗୁଡିକରେ ପାଣି ମହଜୂଦ ଥିଲେ ମଧ୍ୟ ଲୋ ଭୋଲଟେଜ କାରଣରୁ ପମ୍ପ ଯୋଗେ ପାଣି ଉଠା ଯାଇ ପାରୁ ନାହିଁ ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ବଂଚିବାର ଅଧିକାର ଦେଇଛି । ଆତ୍ମହତ୍ୟା ଯଦି ଆଉ କାହା ଦ୍ୱାରା ପ୍ରେରିତ ହୁଏ ଏହା ଭାରତୀୟ ଦଣ୍ଡବିଧି ଅନୁସାରେ ଧର୍ତବ୍ୟ ଅପରାଧ । ଓଡିଶାରେ ଶହ ଶହ ଚାଷୀ ଆତ୍ମହତ୍ୟା ପଛରେ ରାଜ୍ୟ ସରକାର ଚାଷୀଙ୍କୁତ୍ତଆତ୍ମହତ୍ୟା ପାଇଁ ବାଧ୍ୟବାଧକତାର ପରିସ୍ଥିତି ସୃଷ୍ଟି କରିବା ହିଁ କାରଣ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା ଆଦି ରାଜ୍ୟରେ ଫସଲ ହାନି ଓ ଋଣ ବୋଝ ଯୋଗୁ ଚାଷୀ ଆତ୍ମହତ୍ୟା କଲେ ସରକାର ପରିବାରକୁ ସହାୟତା ରାଶି ଯୋଗାଇ ଦେଉଛନ୍ତି । ରାଜ୍ୟରେ ଆତ୍ମହତ୍ୟା କରିଥିବା ଚାଷୀ ପରିବାର, ଆର୍ଥିକ ଅନାଟନ ଓ ହତାଶା ମଧ୍ୟରେ କାଳାତିପାତ କରୁଛନ୍ତି । ଯଦି ସରକାର ଚାଷୀ ଫସଲ ହାନୀ ଓ ଋଣ ବୋଝ କାରଣରୁ ଆତ୍ମହତ୍ୟା କରୁଥିବା ସ୍ୱୀକାର କରିବେ ତେବେ ସେମାନଙ୍କର ବିଧବା ସ୍ତ୍ରୀ, ପାଠ ପଢିବାକୁ ଥିବା ଛୋଟ ପିଲାଙ୍କ ଭବିଷ୍ୟତ ସହାୟକ ହୋଇ ପାରିବ । ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦନଶୀଳ ମାମଲାରେ ନିଜର ଅହଂକାର ଛାଡି ଗରୀବ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ୱାନ ଜଣାଇଛନ୍ତି ।

Share in top social networks!