“ମହିଳା ଉଦ୍ୟୋଗୀଙ୍କ ନିମନ୍ତେ ଔଦୋଗିକ ବିକାଶ’ ଶୀର୍ଷକ ଏକ ସମୃଦ୍ଧ ଆଲୋଚନା ଚକ୍ର

msme
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ବାଣିଜ୍ୟ ମେଳା-୨୦୧୭ ଉପଲକ୍ଷେ ଆଜି “ମହିଳା ଉଦ୍ୟୋଗୀଙ୍କ ନିମନ୍ତେ ଔଦୋଗିକ ବିକାଶ’ ଶୀର୍ଷକ ତୃତୀୟ ସମୃଦ୍ଧ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛିା ପ୍ରାରମ୍ଭରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ରାଜ୍ୟରେ ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ ଥ#ବା ସରକାରୀ ନୀତି ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥ#ଲୋ ସେ କହିଥ#ଲେ ଯେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ନୀତି ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ରେ ପୁରୁଷମାନଙ୍କ ତୁଳନାରେ ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ ଅତିରିକ୍ତ ୫ ପ୍ରତିଶତ ପୁଞ୍ଜି ରିହାତିର ପ୍ରାବଧାନ ରହିଛିା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଉଦ୍ୟୋଗ ବିକାଶ ସଂସ୍ଥା ମାଧ୍ୟମରେ ଅନେକ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ହାତକୁ ନେଉଛିା ଚଳିତ ବର୍ଷ ୪
ହଜାରରୁ ଅଧ#କ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ହୋଇପାରିଛନ୍ତିା ସେ ଆହୁରି କହିଥ#ଲେ ଯେ ବର୍ତ୍ତମାନ ପ୍ରାୟ ୧୫ ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ମାଲିକାନା ମହିଳାମାନଙ୍କ ନିକଟରେ ରହିଛିା ଏହାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ମିଶନ ମୋଡରେ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛିା

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍. ବାଲକ୍ରିଷ୍ଣନ୍ ମହିଳା ଉଦ୍ୟୋଗ ବିକାଶର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋଚନା କରିଥ#ଲୋ ସେ କହିଥ#ଲେ ଯେ ଉଦ୍ୟୋଗୀ ଗୁଣ ମହିଳାମାନଙ୍କ ଭିତରେ ଥାଏ, ଯାହା ଗୃହ ପରିଚାଳନା ବେଳେ ପ୍ରକାଶ ପାଇଥାଏା ସେମାନେ ତାଙ୍କର ଉଦ୍ୟୋଗୀ କ୍ଷମତାର ବିକାଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରିନଥାନ୍ତିା ସେ ଉତ୍ତରପୂର୍ବାଞ୍ଚଳ ରାଜ୍ୟମାନଙ୍କର କୁଶଳୀ ଓ ଦକ୍ଷ ମହିଳାମାନଙ୍କ ଉଦାହରଣ ଦେଇଥ#ଲୋ ସମୟକ୍ରମେ ମହିଳାମାନେ
ସେମାନଙ୍କର ଉଦ୍ୟୋଗୀ କ୍ଷମତାର ପ୍ରମାଣ ଦେଇଛନ୍ତି ଏବଂ ସେମାନେ ଅଦ୍ୱିତୀୟ ବୋଲି ସେ କହିଥ#ଲୋ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ରାବଣୀ ଠାକୁର ତାଙ୍କ ବକ୍ତବ୍ୟରେ ବିଭିନ୍ନ ଦେଶରେ ମହିଳା ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥ#ବା ପ୍ରତିବନ୍ଧକ, ସେମାନଙ୍କ ନିମନ୍ତେ ସ୍ପଷ୍ଟ ନୀତି ପ୍ରଣୟନ, ବ୍ୟବସାୟ କ୍ଷେତ୍ର ଚିହ୍ନଟ, ଅଭିନବ ଚିନ୍ତାଧାରା ନିମନ୍ତେ ସହାୟତା, ଅନୌପଚାରିକ କ୍ଷେତ୍ରରେ ବଜାର ସଂଯୋଗୀକରଣ ଓ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଆଦି ବିଷୟରେ ଆଲୋଚନା କରିଥ#ଲୋ ଗୋଟିଏ ସ୍ଥାନରେ ମହିଳା ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବା ପାଇଁ ସେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଉପରେ ଗୁରୁତ୍ୱାରୋପ କରିଥ#ଲୋ ଏହି ବ୍ୟବସ୍ଥା ଚାଇନା ଓ ନାଇଜେରିଆ ଭଳି ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛିା ପୁଣି, ସମ୍ବଳର କିଛି ଅଂଶ ମହିଳାମାନଙ୍କ ପାଇଁ ଚିହ୍ନିତ କିରବା ପରିବର୍ତ୍ତେ ସରକାରଙ୍କ ପ୍ରତ୍ୟକ୍ଷ ସହାୟତା ମହିଳା ଉଦ୍ୟୋଗୀମାନଙ୍କ ବିକାଶ ନିମନ୍ତେ ଆବଶ୍ୟକ ବୋଲି ସେ କହିଥ#ଲୋ ବିଭିନ୍ନ ଦେଶରେ ପ୍ରଚଳିତ ଉତ୍ତମ ବ୍ୟବସ୍ଥା ସଂପର୍କରେ କହିବା ସହିତ ସେ ଚୀନ୍ର ମହିଳା

ଉଦ୍ୟୋଗ ପ୍ରକୋଷ୍ଠର ଉଦାହରଣ ଦେଇଥ#ଲୋ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ପ୍ରୋତ୍ସାହିତ ଦକ୍ଷତା ବୃଦ୍ଧି, ସ୍ୱତନ୍ତ୍ର ଆଥ#ର୍କ ଅନୁଷ୍ଠାନ ଏବଂ ଦକ୍ଷତା ବୃଦ୍ଧି ନିମନ୍ତେ ସୂଚନା ପ୍ରଯୁକ୍ତିର ବ୍ୟବହାର ତଥା ଆନ୍ତର୍ଜାତିକ ବଜାରରେ ପ୍ରବେଶ ଆଦି ଉତ୍ତମ ବ୍ୟବସ୍ଥା ସଂପର୍କରେ ସେ ଆଲୋକପାତ କରିଥ#ଲୋ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀ ଏସ୍.ପି ମହାନ୍ତି ମହିଳା ଉଦ୍ୟୋଗୀମାନଙ୍କର ୫ଟି ସଫଳ କାହାଣୀର ଅବତାରଣା କରିଥ#ଲୋ ସେ କହିଲେ ଯେ ମହିଳାମାନେ ସଠିକ ହିସାବପତ୍ର ରଖ#ବା ଓ
ଋଣ କିସ୍ତି ଦେୟ ଠିକ୍ ସମୟରେ ପ୍ରଦାନ କରୁଥ#ବାରୁ ବ୍ୟାଙ୍କମାନଙ୍କର ସ୍ୱତନ୍ତ୍ର ସହାୟତା ପାଇବା ପାଇଁ ହକ୍ଦାରା ମହିଳା ଉଦ୍ୟୋଗୀମାନଙ୍କ ଅଭିଯୋଗର ତତ୍କ୍ଷଣାତ୍ ସମାଧାନକୁ ଗୁରୁତ୍ୱ ଦେବା ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପ୍ରସ୍ତାବ ଅନୁଯାୟୀ ବ୍ୟାଙ୍କମାନଙ୍କ ଦ୍ୱାରା ମହିଳା
ଉଦ୍ୟୋଗୀମାନଙ୍କ ଋଣ ଅବେଦନର ତ୍ୱରିତ ଫଇସଲା ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ସ୍ଥାପନକୁ ସେ ସମ୍ମତି ପ୍ରଦାନ କରିଥ#ଲୋ

ଆପିକଲର ମହାପ୍ରବନ୍ଧକ ଶ୍ରୀମତୀ ନିରୂପମା ମିଶ୍ର ସଫଳ ମହିଳା ଉଦ୍ୟୋଗୀଙ୍କର ସଂଜ୍ଞା ବିଷୟରେ ଆଲୋଚନା କରି କହିଥ#ଲେ ଯେ ଓଡ଼ିଶାରେ କୃଷି ଏବଂ ଡାଲିଜାତୀୟ, ତୈଳବୀଜ, ପରିବା ଓ ମସଲା ଉପରେ ଆଧାରିତ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ପ୍ରଭୂତ ସମ୍ଭାବନା ରହିଛିା ଫୋ୍ରଜିଟ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ରଶ୍ମି ସାହୁ ମହିଳା ଉଦ୍ୟୋଗୀମାନଙ୍କ ବିକାଶ ଉପରେ ଆଲୋଚନା କରିଥ#ଲୋ ମିá ମନ୍ତ୍ରାର ନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ରସୀମା ମିଶ୍ର ମହିଳା ଉଦ୍ୟୋଗୀମାନଙ୍କ କାର୍ଯ୍ୟ ଏବଂ
ଜୀବନ ମଧ୍ୟରେ ସଂହତି ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥ#ଲୋ ସେ ମହିଳା ଉଦ୍ୟୋଗୀମାନଙ୍କୁ ସରକାରୀ ନୀତି ଏବଂ ଆଇନଗତ ପ୍ରାବଧାନ ସଂପର୍କରେ ସଚେତନ ହେବାକୁ ଆହ୍ୱାନ ଦେଇଥ#ଲୋ ଏହା ଦ୍ୱାରା ସେମାନେ ପ୍ରକୃତ ପକ୍ଷେ ସଶକ୍ତ ହେବା ସହିତ ନିଜର ଦାବି ହାସଲ କରିପାରିବେ ବୋଲି ସେ
କହିଥ#ଲୋ

ଓଏଏସ୍ଏମ୍ଇର ଅଧ୍ୟକ୍ଷା ଶ୍ରୀମତୀ ଅରୁନ୍ଧତି ସ୍ୱାଇଁ ନିଜର ଅନୁଭୂତି ବର୍ଣ୍ଣନା କରିବାକୁ ଯାଇ ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସେ ଗୋଟିଏ କ୍ଷୁଦ୍ର ପ୍ରକଳ୍ପରୁ କିପରି ଏକ ସଫଳ ଉଦ୍ୟୋଗୀ ହୋଇପାରିଥ#ଲେ ତାହା କହିଥ#ଲୋ ମାଗ୍ନମ୍ ଗ୍ରୁପ୍ ଅଫ୍ କମ୍ପାନୀର ଉପାଧ୍ୟକ୍ଷା ଶ୍ରୀମତୀ ଗୀତାରାଣୀ ପାଢୀ ଇମାମୀର ଏକ ଫ୍ରାଞ୍ଚାଇଜ୍ରୁ
ନିଜର ବ୍ୟବସାୟ ଆରମ୍ଭ କରି ମାଗ୍ନମ୍ ଗ୍ରୁପ୍ ପ୍ରତିଷ୍ଠା କରିଥ#ବାର କାହାଣୀ ବର୍ଣ୍ଣନା କରିଥ#ଲୋ ସେ ସଫଳ ଉଦ୍ୟୋଗୀ ହେବା ନିମନ୍ତେ ସ୍ୱପ୍ନ ଓ ସଂକଳ୍ପ ଦୁଇଟି ମୁଖ୍ୟ ଆୟୁଧ ବୋଲି କହିବା ସହିତ ଅସଫଳତା ପାଇଁ ବିବ୍ରତ ନହେବାକୁ ପରାମର୍ଶ ଦେଇଥ#ଲୋ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ଏସ୍.କେ ସାହୁ ଧନ୍ୟବାଦ ଅର୍ପଣ କରିଥ#ଲୋ

Share in top social networks!