ନାଲ୍କୋ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

nalcoo
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏହାର ମୁଖ୍ୟ କାର୍ଯ୍ୟାଳୟ ଠାରେ ମାର୍ଚ୍ଚ୍ ୮ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ, କିଟ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ପ୍ରଫେସର୍ (ଡଃ) ସସ୍ମିତା ସାମନ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨, ସି.ଆର୍.ପି.ଏଫ୍.ର ଭାଇସ୍-ପ୍ରିନ୍ସିପାଲ ତଥା ନାଲ୍କୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟ ସମ୍ମାନିତ ଅତିଥି ଭାବେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ନିଦେ୍ର୍ଧଶକ (ଅର୍ଥ) ଶ୍ରୀ କେ.ସି. ସାମଲ, ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ ଏବଂ ନିଦେ୍ର୍ଧଶକ (ପି ଆଣ୍ଡ୍ ଟି) ଶ୍ରୀ ଏସ୍.କେ. ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ସଂପ୍ରତି ଦାମନଯୋଡ଼ି ଗସ୍ତରେ ଯାଇଥିବା ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏହି ଅବସରରେ କମ୍ପାନୀର ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମହିଳାମାନେ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ଏବଂ ସେମାନଙ୍କ ସଶକ୍ତିକରଣ ଦ୍ୱାରା ସମଗ୍ର ସମାଜ ସଶକ୍ତ ହୋଇପାରିବ ବୋଲି କହିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ, ସହାୟକ ମହାପ୍ରବନ୍ଧକ (ସିଷ୍ଟମ୍) ଶ୍ରୀମତୀ ଆର୍.ବିଜୟା ଚକ୍ରବର୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀମତୀ ନୀଳିମା କଙ୍ଗାରୀ କାଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ସିନିଅର୍ ମ୍ୟାନେଜର୍ (ଏଚ୍ଆରରଡି) ଶ୍ରୀମତୀ ଗୀତା ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!