ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ-୨୦୧୭ ପାଳନ

bjdwomen
ବିଶ୍ୱ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଠାରେ ସଭାନେତ୍ରୀ ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକଙ୍କ ସଭାପତିତ୍ୱରେ ମହିଳା ଦିବସ ପାଳନ ହୋଇଯାଇଛି । ଏହାକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆନୁÂାନିକ ଭାବେ ଉଦ୍‍ଘାଟନ କରି
କହିଥିଲେ ଯେ “ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ମୁଁ ଆମର ମା’ମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି । ଆମ ସମାଜର ୫୦ ଭାଗ ହେଉଛନ୍ତି ମହିଳା । ଆମର ସର୍ବବିଧି ବିକାଶ ପାଇଁ ସମାଜର ସବୁ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନ ଅତି ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ମା’ମାନଙ୍କର ଅଧିକାରର ସୁରକ୍ଷା ମଧ୍ୟ ଜରୁରୀ । ନବେ ଦଶକରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏବଂ ସରକାରୀ ଚାକିରିରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ବିଜୁବାବୁ ମହିଳା ସଶକ୍ତିକରଣ
କ୍ଷେତ୍ରରେ ଇତିହାସ ସୃଷ୍ଟି କରିଥିଲେ । ମହିଳାମାନଙ୍କ ରାଜନୈତିକ ସଶକ୍ତିକରଣ କ୍ଷେତ୍ରରେ ବିଜୁବାବୁ ସାରା ଦେଶକୁ ମାର୍ଗଦର୍ଶନ କରିଥିଲେ । ବିଜୁବାବୁଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ଆଜି ମହିଳା ସଶକ୍ତିକରଣକୁ ଏକ ନୂଆ ସ୍ତରକୁ ନେଇପାରିଛି ।

ଗତ ୧୭ବର୍ଷ ମଧ୍ୟରେ ଓଡ଼ିଶାରେ ମହିଳାମାନଙ୍କ ସ୍ଥିତିରେ ବହୁତ ଉନ୍ନତି ଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ମନୋରଞ୍ଜନ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଝିଅମାନେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରୁଛନ୍ତି । ଓଡ଼ିଆ ଝିଅ ଆଜି ତା’ର ଶକ୍ତିକୁ ବୁଝିପାରିଛି ଏବଂ ନିଜର, ନିଜ ପରିବାରର ତଥା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏବେ ୫୦ ପ୍ରତିଶତ ମହିଳା ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଓଡ଼ିଶାର ବିକାଶରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ ବୋଲି ମୋର ଆଶା ଓ ବିଶ୍ୱାସ । ମିଶନ ଶକ୍ତି ଓ ମମତା ଆଦି ଯୋଜନାଗୁଡିକ ମା’ମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ସଫଳ ଭାବରେ କାର୍ଯ୍ୟ କରୁଛି । ମିଶନ ଶକ୍ତିରେ ୫୦ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଥିବା ବେଳେ ମମତା ଯୋଜନାରେ ୨୫ଲକ୍ଷ
ଗର୍ଭବତୀମାନଙ୍କୁ ସହାୟତା ଦିଆଯାଇଛି । ଶିଶୁ ମୃତୁ୍ୟହାର କମ୍‍ କରିବାରେ ଆମେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛୁ ।

ମା’ମାନଙ୍କର ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଦରକାର । ତେବେ ଏଥିପାଇଁ ମା’ମାନେ ନିଜେ ସେମାନଙ୍କର ଅଧିକାର ବିଷୟରେ ସଚେତନ ହେବା ଜରୁରୀ । ମା’ମାନେ ସେମାନଙ୍କ ଅଧିକାରକୁ କାର୍ଯ୍ୟକ୍ଷମ କରିନପାରିଲେ ସମାଜ ପରିବର୍ତ୍ତନ ଖୁବ୍‍ଶୀଘ୍ର ଆସିପାରିବ । ରୋଗ, ଭେଦଭାବ, ନିରକ୍ଷର, ହିଂସା, ସାମାଜିକ ବାସନ୍ଦ ଓ ଅନ୍ଧବିଶ୍ୱାସ ବିରୋଧରେ ଆପଣମାନେ ଲଢେ଼ଇ ଜାରି ରଖନ୍ତୁ । ଆଜିର ଏହି କାର୍ଯ୍ୟକ୍ରମ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ।”

ସଭାନେତ୍ରୀ ଶ୍ରୀମତୀ ମଲିକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ସରୋଜିନୀ ହେମ୍ବ୍ରମ୍‍, ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି ପ୍ରମୁଖ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଗର୍ଭବତୀ ଓ ପ୍ରସୂତିମାନଙ୍କ ନିମନ୍ତେ କରାଯାଇଥିବା ଯୋଜନା ‘ମମତା’ରେ ରାଜ୍ୟର ୨୫ଲକ୍ଷ ମା’ମାନଙ୍କୁ ୧,୧୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ସହାୟତା ମିଳିସାରିଥିବା ବେଳେ ଏଇ ଦୁଇବର୍ଷରେ ଅନୁ୍ୟନ ୫୦୦ କୋଟି ଟଙ୍କା
ପ୍ରସୂତିମାନଙ୍କୁ ଯୋଗାଇ ଦିଆଯାଇଛି । ମମତା ଯୋଜନାରେ ମିଳୁଥିବା ୫ ହଜାର ଟଙ୍କା ସହିତ ପ୍ରସୂତି ଓ ଗର୍ଭବତୀ ନିର୍ମାଣ
ଶ୍ରମିକମାନଙ୍କୁ ଆଉ ଅଧିକ ୮ ହଜାର ଟଙ୍କା ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି । ମମତା ଯୋଜନାର ସଫଳତା ଆଜି
ରାଜ୍ୟକୁ ଏକ ଅସାମାନ୍ୟ ସଫଳତା ଆଣିଦେଇଛି ।
ଶିଶୁ ଏବଂ ମାତୃ ମୃତୁ୍ୟ ହାର ଆମ ରାଜ୍ୟରେ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଁ ଜାତୀୟ ସ୍ତରରେ ହାସଲ କରାଯାଇଥିବା
ସଫଳତା ଠାରୁ ଆମ ରାଜ୍ୟ ଆଗରେ ଅଛି । ଏହା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ରାଜ୍ୟର ମହିଳାମାନଙ୍କ
ପ୍ରତି ରହିଥିବା ପ୍ରତିବଦ୍ଧତାର ଏକ ନିଦର୍ଶନ । କନ୍ୟା ଶିଶୁଙ୍କ ଜନ୍ମହାର ବୃଦ୍ଧି, ଯନô ଓ ବିକାଶକୁ ଦୃଷ୍ଟିରେ ରଖି ‘ବିଜୁ କନ୍ୟାରନô’
ଯୋଜନା ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାରେ ଆମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ।
‘ବିଜୁ ଯୁବ ସଶକ୍ତିକରଣ ଯୋଜନା’ ମାଧ୍ୟମରେ ରାଜ୍ୟର ୫ଲକ୍ଷରୁ ଊଦ୍ଧ୍ୱର୍ କଲେଜ୍‍ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳରେ ପ୍ରଶିକ୍ଷଣ
ଦିଆଯାଉଛି । ରାଜ୍ୟରେ ପ୍ରଥମଥର ପାଇଁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ କୃତିତ୍ୱ ହାସଲ କରୁଥିବା ମହିଳା କ୍ରୀଡ଼ାବିତ୍‍ମାନଙ୍କୁ
ସିଧାସଳଖ ସରକାରୀ ଗୃହ ବିଭାଗ ତଥା ସରକାରୀ ଉଦ୍ୟୋଗମାନଙ୍କରେ ବିଭିନ୍ନ ବର୍ଗରେ ନିଯୁକ୍ତି ପ୍ରଦାନ କରାଯାଉଛି । ନାରୀମାନଙ୍କୁ
ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକଗୁଡିଏ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ।
ରାଜ୍ୟର ମହିଳାମାନଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା ଦିଗରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନିରନ୍ତର କାର୍ଯ୍ୟରତ । ରାଜ୍ୟ ବଜେଟ୍‍ ପ୍ରସ୍ତୁତି
ସମୟରେ ରାଜ୍ୟର ମହିଳାମାନଙ୍କ ଉନ୍ନତି ନିମନ୍ତେ ଯେଭଳି କମ୍‍ ଅର୍ଥ ବରାଦ କରାନଯିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ ନିଦେ୍ର୍ଧଶ ଦେଇ ଆସିଛନ୍ତି ଏବଂ ବଜେଟ୍‍ରେ ଅର୍ଥ ବରାଦ ସମୟରେ ଯେଭଳି ପୁରୁଷ ଓ
ମହିଳାଙ୍କ ପାଇଁ ସମ ପରିମାଣର ଅର୍ଥ ବରାଦ କରାଯିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଚଳିତ ବଜେଟ୍‍ରେ ମିଶନ ଶକ୍ତି
ଅଧୀନରେ ଥିବା ମହିଳା ସ୍ୱୟଂ ସହାୟିକା ଗୋÂୀ ଏବଂ ସେମାନଙ୍କ ସଂଘକୁ ଆର୍ଥôକ ସହାୟତା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ
ମହିଳା ସଶକ୍ତିକରଣ ଯୋଜନା’ ପ୍ରଣୟନ କରି ମହିଳା ସମାଜର ସର୍ବାଙ୍ଗୀନ ବିକାଶ ଓ ସେମାନଙ୍କର ସୁରକ୍ଷା ଓ ସମ୍ମାନ ପାଇଁ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ସରକାର ସଂକଳ୍ପବଦ୍ଧ । ବିଜୁ ମହିଳା
ଜନତା ଦଳ ଉପସଭାନେତ୍ରୀ ଗୀତା ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ମହଲ, ଭୁବନେଶ୍ୱର
ସଭାପତି ଭାରତୀ ସିଂହ, ସ୍ୱର୍ଣ୍ଣଲତା ସାମଲ, ପ୍ରିୟତମା ବେହେରା, ଲତିକା ପ୍ରଧାନ, ଶ୍ରୀମୟୀ ମିଶ୍ର, ସରଳା ସ୍ୱାଇଁ, ବାସନ୍ତୀ
ମହାପାତ୍ର, ସରୋଜିନୀ ରାଜ୍‍, ସଂଯୁକ୍ତା ମହାନ୍ତି, ମମତା ବିଶୋୟୀ ପ୍ରମୁଖ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ମଞ୍ଚାସୀନ
ଥିଲେ ।

Share in top social networks!